ଅଧିକ ଉତ୍ସାହିତ ହୋଇଗଲେ ଯୁବକ ! ଅବତାର-୨ ଫିଲ୍ମ ଦେଖିବା ବେଳେ ଚାଲିଗଲା ଜୀବନ

youth dies of heart attack after suffering cardiac arrest

ଓଡ଼ିଆ ଗସିପ୍ ବ୍ୟୁରୋ: ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା ।

ନିକଟରେ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷିତ ତଥା ବହୁ ଚର୍ଚ୍ଚିତ ହଲିଉଡ୍‌ ଫିଲ୍ମ ଅବତାର-୨ । ଭିଏଫ୍‌ଏକ୍ସ ଏବଂ ଗ୍ରାଫିକ୍ସରେ ଭରପୁର ଏହି ଫିଲ୍ମ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି । ସବୁ ହଲ୍‌ରେ ହାଉସ୍ ଫୁଲ୍ । ହେଲେ ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘଟଣ ।

ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା । ଆଉ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କଳକୀଙ୍କ ଧରାବତରଣ ପୂର୍ବରୁ ମଧ୍ୟପ୍ରଦେଶରେ ଭୂମିଷ୍ଠ ହେଲେ କି ଚାରି ଗୋଡ଼ିଆ କାଳଭୈରବୀ!

ମୃତବ୍ୟକ୍ତିଙ୍କ ନାଁ ଲକ୍ଷ୍ମିରେଡ୍ଡି ଶ୍ରିନୁ ବୋଲି ଜଣାପଡ଼ିଛି । ସେ ତାଙ୍କ ଭାଇ ରାଜୁ ସହ ଅବତାର-୨ ଦେଖିବା ପାଇଁ ଯାଇଥିଲେ । ଫିଲ୍ମ ଅଧାରେ ଶ୍ରୀନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଭାଇ ଶ୍ରିନୁଙ୍କୁ ଅଚେତ୍‌ ଦେଖି ରାଜୁ ତୁରନ୍ତ ପେଡାପୁରମ୍‌ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରିନୁଙ୍କର ଗୋଟିଏ ପୁଅ ଏବଂ ଝିଅ ।

ତେବେ ପୂର୍ବରୁ ମଧ୍ୟ ଏଭଳି ସମାନ ଘଟଣା ଘଟିଥିବା ନଜିର ରହିଛି । ଅବତାର-୧ ଫିଲ୍ମ ଦେଖିବା ବେଳେ ତାଇୱାନ୍‌ର ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କ ପରଲୋକ ହୋଇଥିଲା । ସେ ମଧ୍ୟ ହାର୍ଟ-ଆଟାକ୍‌ର ଶିକାର ହୋଇଥିଲେ । ଏହି ଘଟଣା ୨୦୧୦ରେ ସାମ୍ନାକୁ ଆସିଥିଲା । ସେତେବେଳେ ଡାକ୍ତର ପରୀକ୍ଷା କରି କହିଥିଲେ ଯେ, ଅଧିକ ଉତ୍ସାହିତ ହେବା ଯୋଗୁଁ ହାର୍ଟ-ଆଟାକ୍ ଆସିଛି ।

Share this story

World Odia Language Conferene