କଳକୀଙ୍କ ଧରାବତରଣ ପୂର୍ବରୁ ମଧ୍ୟପ୍ରଦେଶରେ ଭୂମିଷ୍ଠ ହେଲେ କି ଚାରି ଗୋଡ଼ିଆ କାଳଭୈରବୀ!

Woman gives birth to baby girl with four legs in MPs Gwalior

ଓଡ଼ିଆ ଗସିପ୍ ବ୍ୟୁରୋ: ସରି ସରି ଯାଉଛି କଳିଯୁଗ, ଯାହାର ଆଭାସ ଆସିଛି ସୁଦୁର ମଧ୍ୟପ୍ରଦେଶରୁ । ଏଠାରେ ଜଣେ ମହିଳା ଏମିତି ଏକ ଅଦ୍ଭୂତ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଯାହାକୁ ନେଇ ସବୁଠି ଚର୍ଚ୍ଚା । ଏହି ଶିଶୁ କନ୍ୟାର ଜନ୍ମମାତ୍ରେ ଆକାଶରେ ଜୋରରେ ଘଡ଼ଘଡ଼ି ମାରିବା ସହ ଭୟଙ୍କର ସ୍ୱର ଶୁଣିବାକୁ ମିଳିଥିଲା । କିଛି କିଛି ସ୍ଥାନରେ ଆକାଶ କଳାହାଣ୍ଡିଆ ମେଘରେ ଘୋଡ଼େଇ ହୋଇଯାଇଥିଲା ।

ଘଞ୍ଚ ଜଙ୍ଗଲର ହିଂସ୍ର ଜନ୍ତୁମାନେ ଅତି ଜୋରରେ ଭୟଙ୍କର ରଡିମାନେ କରିଥିଲେ । ଗୁଣିଆମାନେ ନିଜ ନିଜ ଯଜ୍ଞ କୁଣ୍ଡରେ ଅଦଦ୍ଭୂତ ଛାୟା ଚିତ୍ର ଦେଖିଥିଲେ । ସେମାନେ ହିଁ ଅନୁମାନ କରିଛନ୍ତି ଯେ, ମାଳିକାରେ ଲେଖା ହୋଇଥିବା କାଳ ଭୈରବୀଙ୍କ ଜନ୍ମ ହୋଇଛି । ଏହି ଶିଶୁକନ୍ୟା ହିଁ ସେହି କାଳ ଭୈରବୀ ବୋଲି ଜଣା ପଡ଼ିବା ପରେ ଦେବୀ ସାଧକମାନେ ସ୍ୱତନ୍ତ୍ର ପୂଜାନୀତି ପାଳନ କରିଛନ୍ତି ।

କଳକୀଙ୍କ ଜନ୍ମ ପୂର୍ବରୁ କାଳ ଭୈରବୀଙ୍କ ଜନ୍ମକୁ ନେଇ ଏବେ ଚାରିଆଡ଼େ ଖବର ପ୍ରକାଶ ପରେ ଚର୍ଚ୍ଚା ଯେ, ମଧ୍ୟପ୍ରଦେଶରେ ମହାକାଳୀ କାଳ ଭୈରବୀ ରୂପରେ ଜନ୍ମ ନେଇ ସାରିଥିବା ବେଳେ ଓଡ଼ିଶାରେ ଆସନ୍ତା ବର୍ଷର ଶେଷ ମାସ ଆଡକୁ ଶୁଭକ୍ଷଣରେ ଧରାବତଣ କରିବେ ପ୍ରଭୂ କାଳିଆ କଳାଠାକୁର ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବାବୁସାନଙ୍କ ସହ କଣ ଏବେ ବି କଥା ହୁଅନ୍ତି କି ତଥାକଥିକ ପ୍ରେମିକା ପ୍ରକୃତି? ଉତ୍ତର ଥିଲା ଏନଞ୍ଜୟ ବି କରିଛନ୍ତି ମଜା ବି ଉଠାଇଛନ୍ତି, କାହିଁକି ଏପରି କହିଲେ ପ୍ରକୃତି...

ଏବେ ଆସନ୍ତୁ ଜାଣିବା କେମିତି ଅଛି ସେହି ନବଜାତକ ଶିଶୁ କନ୍ୟା....

ଖବର ହେଉଛି ଯେ, ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ମହିଳା ଚାରି ଗୋଡ଼ ଥିବା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଅର୍ଦ୍ଧ ବିକଶିତ ଦୁଇ ଅଧିକା ଗୋଡ଼ ଥିବାରୁ ଏହାକୁ ନେଇ ଚିନ୍ତାରେ ପରିବାର ଓ ଡାକ୍ତରୀ ଟିମ୍ ।

ଶିଶୁଟି ଗ୍ୱାଲିୟରର କମଳା ରାଜା ହସ୍ପିଟାଲରେ ଜନ୍ମଗ୍ରହଣ କରିଥିବା ବେଳେ ଏବେ ସେ ସୁରକ୍ଷିତ ଥିବା ଜଣାପଡ଼ିଛି । ଡାକ୍ତରୀ ଟିମ୍ କିନ୍ତୁ ସଂପୃକ୍ତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ସୁସ୍ଥ ଥିବା ଶିଶୁକନ୍ୟାର ଯତ୍ନ ନେଉଛନ୍ତି ସଂପୃକ୍ତ ଡାକ୍ତରୀ ଟିମ୍ । ଶିଶୁ କନ୍ୟାର ମାଆ ଆରତୀ କୁଶୱାହଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି ।

ଶିଶୁ କନ୍ୟାଟିର ଓଜନ 2.3 କିଲୋଗ୍ରାମ ରହିଛି । ଜୟରୋଗିଆ ହସ୍ପିଟାଲ୍ ଗ୍ରୁପ୍ ର ଅଧୀକ୍ଷକ ଡାକ୍ତର ଆର.କେ. ଧାକଡ କହିଛନ୍ତି, “ଶିଶୁଟିର ଜନ୍ମ ସମୟରେ ଚାରି ଗୋଡ଼ ଅଛି, ଯାହା ଶାରୀରିକ ବିକଳାଙ୍ଗ ଅଟେ । କେତେକ ଭ୍ରୁଣ ଅତିରିକ୍ତ ହେଲେ ଏମିତି ହୁଏ । ଏହାକୁ ଡାକ୍ତରୀ ବିଜ୍ଞାନର ଭାଷାରେ ଇସ୍କିଓପାଗସ୍ କୁହାଯାଏ । ଯେତେବେଳେ ଭ୍ରୁଣ ଦୁଇ ଭାଗରେ ବିଭକ୍ତ ହୁଏ, ଶରୀର ଦୁଇଟି ସ୍ଥାନରେ ବିକଶିତ ହୁଏ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସୁଢୋଳ ଯୌବନ ସୁଖ ପାଇଁ ବାରମ୍ବାର ପିଲା ନଷ୍ଟ କରୁଥିଲେ ହୋଇ ଯାଆନ୍ତୁ ସାବଧାନ; ନହେଲେ କ୍ଷତି ଆପଣଙ୍କର; ଡାକ୍ତର କହିଲେ ଏହି ସବୁ କଥା...

ଏହି ଶିଶୁ କନ୍ୟାର ଅଣ୍ଟାର ତଳ ଅଂଶ ଦୁଇଟି ଅତିରିକ୍ତ ଗୋଡ ସହିତ ବିକଶିତ ହୋଇଛି, କିନ୍ତୁ ସେହି ଗୋଡଗୁଡିକ ନିଷ୍କ୍ରିୟ ଅଟେ । "ବର୍ତ୍ତମାନ ଶିଶୁ ବିଭାଗର ଡାକ୍ତରମାନେ ଶରୀରର କୌଣସି ଅଙ୍ଗରେ ଅନ୍ୟ କୌଣସି ବିକଳାଙ୍ଗତା ଅଛି କି ନାହିଁ ଯାଞ୍ଚ କରୁଛନ୍ତି । ପରୀକ୍ଷା ପରେ, ଯଦି ସେ ସୁସ୍ଥ ଅଛନ୍ତି, ତେବେ ଅସ୍ତ୍ରୋପଚାର ମାଧ୍ୟମରେ ସେହି ଗୋଡଗୁଡିକ ବାହାର କରାଯିବ । ଯାହା ଫଳରେ ସେ ସାଧାରଣ ଜୀବନ ବିତାଇ ପାରିବେ ବୋଲି କୁହାଯାଇଛି ।

"ଶିଶୁ କନ୍ୟାକୁ କମଲା ରାଜା ହସ୍ପିଟାଲର ଶିଶୁ ବିଭାଗର ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିରନ୍ତର ନଜର ରଖାଯାଉଛି । ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ଅତିରିକ୍ତ ଗୋଡ କାଟି ଦିଆଯିବ । ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଜଣେ ମହିଳା ମଧ୍ୟପ୍ରଦେଶର ରତ୍ଲାମରେ ଜଣେ ମହିଳା ଦୁଇ ମୁଣ୍ଡ, ତିନି ବାହୁ ଏବଂ ଦୁଇ ଗୋଡ ବିଶିଷ୍ଟ ଏକ ଶିଶୁକୁ ଜନ୍ମ ଦେଇଥିଲେ ।

Share this story

World Odia Language Conferene