ବାବୁସାନଙ୍କ ସହ କଣ ଏବେ ବି କଥା ହୁଅନ୍ତି କି ତଥାକଥିକ ପ୍ରେମିକା ପ୍ରକୃତି? ଉତ୍ତର ଥିଲା ଏନଞ୍ଜୟ ବି କରିଛନ୍ତି ମଜା ବି ଉଠାଇଛନ୍ତି, କାହିଁକି ଏପରି କହିଲେ ପ୍ରକୃତି...

ଓଡ଼ିଆ ଗସିପ୍ ବ୍ୟୁରୋ: ବାବୁସାନଙ୍କ ସହ କଥା ହୁଅନ୍ତି କି ତଥାକଥିକ ପ୍ରେମିକା ପ୍ରକୃତି? ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ କିମ୍ବା ୟୁଟ୍ୟୁବରେ ଆପଣଙ୍କୁ ଦେଖିବାକୁ ମିଳିଯିବ । ବହୁତ ଦିନ ପରେ ମୁମ୍ବାଇରୁ ଭୁବନେଶ୍ୱର ଆସି ଏକ ଫିଲ୍ମ ମହୁରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରକୃତି ମିଶ୍ରଙ୍କୁ ସାମ୍ବାଦିକ ଯେତେବେଳେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କଲେ ସେତେବେଳେ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ରକୃତି ମିଶ୍ର ।
କହିଥିଲେ ଗୋଟିଏ ପରେ ଗୋଟିଏ କଥା । ଏପରିକି ଅତୀତର କଥାକୁ ମନେ ପକାଇ ଚିଡ଼ିଚିଡ଼ା ସ୍ୱଭାବର ବି ହୋଇଯାଇଥିଲେ ପ୍ରକୃତି ମିଶ୍ର । ସାମ୍ବାଦିକ ଯେତେବେଳେ ପୁରୁଣା ଘଟଣା ଏବଂ ବାବୁସାନଙ୍କ ସହ ଏବେ ଆଉ ସମ୍ପର୍କ ଅଛି କି ନାହିଁ ବୋଲି ପଚାରିଥିଲେ ପ୍ରକୃତି କଥାକୁ ବୁଲାଇବାକୁ ଚେଷ୍ଟା କରିଥିଲେ ।
ଏପରିକି ଆପଣ ବାବୁସାନଙ୍କ ସହ କଥା ହୁଅନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରେ ପ୍ରକୃତି ଉତ୍ତର ଦେଇଥିଲେ ଯେ, କିଏ କିଏ ? କାହିଁକି ଆପଣଙ୍କୁ କାହିଁକି କହିବି ବୋଲି ପ୍ରଶ୍ନ କରିଥିଲେ । ସେ କଥା କାହିଁକି କହିବି ବୋଲି କହିଥିଲେ ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପୁଣି ବାହା ହେଲେ କି ଅନୁଭବ ? ସୋସିଆଲ୍ ମିଡିଆରେ କିଛି ଏପରି ଭାଇରାଲ୍ ହଉଛି ଫଟୋ ଓ ଭିଡିଓ...
‘କଫିସପ ପ୍ରେମର ଆରମ୍ଭ’ ଫିଲ୍ମର ଶୁଭ ମହୁରତ ପାଇଁ ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବେଶ୍ ଆକର୍ଷଣୀୟ ଲାଗୁଥିଲେ ପ୍ରକୃତି ମିଶ୍ର କିନ୍ତୁ ସାମ୍ବାଦିକଙ୍କ ପ୍ରଶ୍ନ ପ୍ରକୃତିଙ୍କ ମୁହଁରେ ହସ ଉଡ଼ାଇ ନେଇଥିଲା । ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ଫିଲ୍ମ ଦମନ ଦେଖିଛନ୍ତି କି ବୋଲି ପ୍ରଶ୍ନ କରିବାକୁ ପ୍ରକୃତି ନା ଦେଖିନି ବୋଲି କହିଛନ୍ତି ।
କହିଛନ୍ତି, ପୁରୁଣା ପାଠର କାହିଁକି ଆଲୋଚନା କରିବା? ଲୋକେ ତ ପୁରୁଣା ଦିନର କଥାକୁ ନେଇ ଢେର୍ ଏନଞ୍ଜୟ କରିଛନ୍ତି । ସେଦିନର ଭିଡିଓରୁ ନେଇ ମଜା ଉଠାଇଛନ୍ତି । ଏବେ ସମୟ ବଦଳିଛି ନୂଆ ସମୟରେ ନୂଆ ପରିସ୍ଥିତି ସହ ମୁକାବିଲା କରି ଆଗକୁ ବଢ଼ିବି ନୂଆ ନୂଆ ବଢ଼ିଆ ଫିଲ୍ମ ଓଡ଼ିଆ ଦର୍ଶକଙ୍କ ପାଇଁ ତିଆରି କରିବି ବୋଲି କହିଛନ୍ତି ପ୍ରକୃତି ମିଶ୍ର ।
ଦୂରଦର୍ଶନରେ ପ୍ରସାରିତ ଏସଆଇଇଟି ଏବଂ ଇଟିଭିରେ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପକ ଥିଲେ ପ୍ରକୃତି । ଟିଭି ଧାରାବାହିକ ଇଟିଭିରେ ପ୍ରସାରିତ ତୁଳସୀ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି, ବର୍ତ୍ତମାନ ସୁଦ୍ଧା ୧୧ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ସୁନୀଲ କୁମାର ଏବଂ ଅନୁ ଚୌଧୁରୀଙ୍କ ସହ ହରି ଭାଇ ହାରେନାରେ ଶିଶୁ କଳାକାର ଭାବେ ଦୈତ୍ୟ ଅଭିନୟ, ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀଙ୍କ ସହ ଶାଶୁଘର ଚାଲିଯିବିରେ ଶିଶୁ କଳାକାର ଭାବେ ଅଭିନୟ, ସବ୍ୟସାଚୀ ମିଶ୍ରଙ୍କ ସହ ପାଗଳ କରିଛି ପାଉଁଜି ତୋର ଏବଂ ସାତସୂରେ ବନ୍ଧା ଏ ଜୀବନରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିଲେ ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅଭିନେତ୍ରୀଙ୍କ ପାଦକୁ ଜିଭରେ ଚାଟିଲେ ରାମ ଗୋପାଳ ବର୍ମା, ଏହି ହଟ ପୋଜ ଏବେ ଭାଇରାଲ ହେବାରେ ଲାଗିଛି, ଦେଖନ୍ତୁ ଭିଡ଼ିଓ...
ଥୁକୁଲ ଚଳଚ୍ଚିତ୍ରରେ ବାବୁଶାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁଙ୍କ ସହ ପାର୍ଶ୍ୱ ନାୟିକା ଥିଲେ । ୨୦୧୨ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓଁ ସାଇରାମରେ ସବ୍ୟସାଚୀ ମିଶ୍ର,କୋଏଲ ମିଶ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ଅଭିନୟରେ ପ୍ରଥମ କରି ମୁଖ୍ୟ ନାୟିକା ଭୂମିକାରେ ଥିଲେ । ପରେ ଏସିପି ସାଗରିକାରେ ଅର୍ଚ୍ଚିତା ସାହୁଙ୍କ ସହ ନୂଆ ମୁହଁ ଅଭିଷେକ ରଥଙ୍କ ସହ ଦେଖା ଦେଇଥିଲେ ।
୨୦୧୩ରେ ପ୍ରେମିକା ଚଳଚ୍ଚିତ୍ରରେ ବୁଲୁଙ୍କ ସହ ମୁଖ୍ୟ ଭୂମିକା ଏବଂ କାଉଁରୀ କନ୍ୟାରେ ଭୂତ ଅଭିନୟ କରିଥିଲେ, ଯାହା ଓଡ଼ିଶାର ପ୍ରଥମ ଥ୍ରୀଡି 3D ଚଳଚ୍ଚିତ୍ର ଥିଲା । ସେ ମଧ୍ୟ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର କୌନ କିତନେ ପାନୀମେରେ ଏକ ଗୀତରେ ଶାଶ୍ୱତ ଯୋଶୀଙ୍କ ସହ (ଭୁବନେଶ୍ୱରରେ ସୁଟିଂ ହୋଇଥିବା ପଶ୍ଚିମ ଓଡ଼ିଶାର ଅତି ଲୋକପ୍ରିୟ ଗୀତ ରଙ୍ଗବତୀ ଗୀତରେ) ନୃତ୍ୟ କରିବାକୁ ସୁଯୋଗ ପାଇଥିଲେ ।
ସେପେଟେ ଆଜି ବି ଲୋକଙ୍କ ମନରେ ସେ ଦିନର ଘଟଣା ମନେ ରହିଛି । ଗତ ଅଗଷ୍ଟ ମାସ ୨୩ତାରିଖର ଘଟଣା ପରେ ତୃପ୍ତି, ତାଙ୍କ ବାପା ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମା' ।
ହେଲେ, ଏପର୍ଯ୍ୟନ୍ତ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନଥିବା ଦର୍ଶାଇ ସେହି ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି । ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ । ତବେ ହାଇକୋର୍ଟ ଓ ସିଭିଲ କୋର୍ଟ କି ନିର୍ଦ୍ଦେଶ ଦେଉଛନ୍ତି ତା ଉପରେ ନିର୍ଭର କରୁଛି ସମ୍ପୂର୍ଣ୍ଣ ମାମଲା ।