ବାବୁସାନଙ୍କୁ ବାସି ପାଣିରେ ପଚାରୁ ନାହାନ୍ତି ପ୍ରକୃତି ମିଶ୍ର; କହିଲେ, ସ୍ପାଇନଲେସ୍ ଲୋକଙ୍କ କଥା ମୋତେ ପଚାରନାହିଁ

Prakruti Mishra reacted on whether has relationship with Babushan Mohanty

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନେ ଏମାନେ ପ୍ରେମରେ ପଡ଼ିଥିଲେ । ପ୍ରକୃତିଙ୍କ ପାଇଁ ବାବୁସାନ ଗୀତ ଗାଇ ଦେଉଥିଲେ ଆଉ ପ୍ରକୃତି ବି ବାବୁସାନଙ୍କ ବାହୁରେ ଆଉଜି ଯାଉଥିଲେ । ଦୁହେଁ ରୋମିଓ ଜୁଲିଏଟ ଭଳି କଫି ସପରେ କଫି ପିଉଥିଲେ ବାର୍ ଯାଇ ବଲିଉଡ ବିଟରେ ଡ୍ୟାନ୍ସ କରୁଥିଲେ ଆଉ ତାରି ଅଧିକ ହେଲେ ଲଙ୍ଗ୍ ଡ୍ରାଇଭରେ ବାହାରି ପଡ଼ୁଖିଲେ ବୋଲି ଚା ହାଟରେ ଚର୍ଚ୍ଚା ହେଉଥିଲା ।

ହେଲେ ଏବେ  'ପ୍ରକୃତି' ଛଡ଼ା ବାବୁସାନ ନିଜ ପରିବାରକୁ ଫେରିଥିବା ବେଳେ ଅଭିନେତ୍ରୀ ମନ୍ନଥ ତନୟା ପ୍ରକୃତି ମିଶ୍ର ମୁମ୍ବାଇରେ ନିଜ ଭାଗ୍ୟ ପରୀକ୍ଷା ଜାରି ରଖିଛନ୍ତି । ଏହାରି ମଧ୍ୟରେ ପ୍ରକୃତି ଏବେ ଭୁବନେଶ୍ୱର ଫେରିଛନ୍ତି ଆଉ ଏଠାରେ ଅଛନ୍ତି । ହେଲେ କଥା ହେଉଛି ଯେ, ପ୍ରକୃତି ଫେରିବା ପରେ ବାବୁସାନ୍ ଙ୍କ ସହ ଥିବା ସବୁ ସମ୍ପର୍କ ଏବେ କଟି ଯାଇଛି ।

ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଉ ଅଛି ନାହିଁ ସେ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଉତ୍କଣ୍ଠା ଥିଲା ଏବେ ଆଉ ତାହା ନାହିଁ । ଗଣମାଧ୍ୟମରେ ଦେଇଥିବା ବାଇଟରେ ପ୍ରକୃତି ସିଧାସଳଖ ଏହି କଥାକୁ ପରୋକ୍ଷରେ ସ୍ୱିକାର କରିଛନ୍ତି ଯେ, ବାବୁସାନ୍ ଆଉ ତାଙ୍କର ହୋଇ ନାହାନ୍ତି, ଉଭୟଙ୍କ ମଧ୍ୟରେ ଆଉ ଆଗ ଭଳି ସରାଗ ନାହିଁ । ଦୁହେଁ ଦୁହିଁଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଅଲଗା ଅଲଗା ଦୁନିଆରେ ରହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅଧିକ ଉତ୍ସାହିତ ହୋଇଗଲେ ଯୁବକ ! ଅବତାର-୨ ଫିଲ୍ମ ଦେଖିବା ବେଳେ ଚାଲିଗଲା ଜୀବନ

ଆଗକୁ ଆସୁଛି ପ୍ରକୃତି ମିଶ୍ରଙ୍କ ଓଡ଼ିଆ ଫିଲ୍ମ ‘କଫି ସପ୍‌’ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ଫିଲ୍ମର ମହୁରତ ହୋଇଥିଲା । ‘କଫି ସପ୍‌’ରେ ନାୟିକା ଭୂମିକାରେ ଅଛନ୍ତି ପ୍ରକୃତି।  ଫିଲ୍ମର କାହାଣୀ ଜବରଦସ୍ତ ହୋଇଛି ।

ଯୁବପୀଢ଼ୀଙ୍କୁ ବାନ୍ଧି ରଖିବ ବୋଲି ପ୍ରକୃତି କହିଛନ୍ତି । ତେବେ ବାବୁଶାନ୍‌ ମହାନ୍ତି ଓ ତାଙ୍କ ସମ୍ପର୍କିତ ପ୍ରଶ୍ନକୁ ଏଡାଇବାକୁ ଚେଷ୍ଟା କରିଛନ୍ତି ପ୍ରକୃତି । ଦମନ୍‌ ଓ ବାବୁଶାନ୍‌ଙ୍କ ସମ୍ପର୍କରେ ପଚାରିବାରୁ ପ୍ରକୃତି କହିଛନ୍ତି, ମୋତେ ସ୍ପାଇନ୍‌ଲେସ୍‌ ଲୋକଙ୍କ ବିଷୟରେ କିଛି ପଚାରନ୍ତୁ ନାହିଁ । ମୁଁ ମୋ’ କ୍ୟାରିୟରକୁ ନେଇ ବ୍ୟସ୍ତ ରହିଛି ବୋଲି ପ୍ରକୃତି କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବାବୁସାନଙ୍କ ସହ କଣ ଏବେ ବି କଥା ହୁଅନ୍ତି କି ତଥାକଥିକ ପ୍ରେମିକା ପ୍ରକୃତି? ଉତ୍ତର ଥିଲା ଏନଞ୍ଜୟ ବି କରିଛନ୍ତି ମଜା ବି ଉଠାଇଛନ୍ତି, କାହିଁକି ଏପରି କହିଲେ ପ୍ରକୃତି...

ପ୍ରକୃତି କହିଛନ୍ତି, ମୁଁ ବର୍ତ୍ତମାନ କାମରେ ଫୋକସ୍‌ କରୁଛି । ଆଗକୁ ଯେମିତି ଭଲ କାମ କରିବି, ତାହା ଉପରେ ନଜର ଦେଉଛି । ଓଡ଼ିଆ ଫିଲ୍ମ ‘କଫି ସପ୍‌’ର କାହାଣୀ ଭଲ ରହିଛି । ଜବର ଦସ୍ତ ଷ୍ଟୋରୀ ପ୍ଲଟ୍‌ ରହିଛି । ଯୁବ ପୀଢ଼ିଙ୍କ ପାଇଁ ନୂଆ ଆନ୍‌ଦାଜର ପ୍ରେମ କାହାଣୀ। ଆଶା କରୁଛି ସମସ୍ତଙ୍କୁ ଭଲ ଲାଗିବ ।

ସବୁ ଫିଲ୍ମ ନିଜର ଭାଗ୍ୟ ନେଇ ଆସିଥାଏ । କେଉଁ ଫିଲ୍ମ ହିଟ୍‌ ହେବ ଓ ହିଟ୍‌ ହେବନି, ତାହା ଦର୍ଶକଙ୍କ ଉପରେ ଛାଡ଼ି ଦେଇଛି ବୋଲି ପ୍ରକୃତି କହିଛନ୍ତି ।

Share this story