ଚିତା କାଟିଦେଲେ ଡେଲିଭରୀ ବୟ ! ଫ୍ଲିପ୍‌କାର୍ଟରୁ ମୋବାଇଲ ମଗାଉଥିଲା, ପୁଣି ଖାଲି ଡବା ଫେରାଉଥିଲା...

delivery boy cheat customer by using these tricks in Odisha

ଓଡ଼ିଆ ଗସିପ୍ ବ୍ୟୁରୋ: ଡେଲିଭରୀ ବୟଙ୍କ ସାତିଲ ଭେଜା । ଏମିତି ମୁଣ୍ଡ ଚଲେଇଲେ କି ସମସ୍ତଙ୍କୁ ଚକ୍ମା ଦେଇ ଲୁଟିଚାଲିଲେ । ପରେ ତାଙ୍କର ଏହି ଚାଲ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ନଥିଲା । ଶେଷରେ ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ ।

କେନ୍ଦ୍ରାପଡ଼ା ଆଳିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଡେଲିଭରି ବୟ ହେଉଛନ୍ତି ସିଙ୍ଗିରି ଗାଁର ଦୀପକ ମଲିକ । ତାଙ୍କଠୁ ପୋଲିସ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ-ଟୁଥ୍ ଜବତ କରିଛି ।

ଦୀପକ ଇକମ୍ ଏକ୍ସପ୍ରେସ୍ ନାମକ ଏକ କୋରିଅର ସଂସ୍ଥାରେ ଡେଲିଭରି ବୟ ଭାବେ କାମ କରୁଥିଲେ । ଦୀପକ ବିଭିନ୍ନ ସମୟରେ ଫ୍ଲିପକାର୍ଟରୁ ଅଜଣା ଲୋକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ନିଜ କୋରିଅର ସଂସ୍ଥାକୁ ମୋବାଇଲ ଓ ମୋବାଇଲ ଉପକରଣ ମଗାଉଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ବୋହୂ ଫେରାର, ତାପରେ ଯାହା ଘଟିଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

ଏସବୁ ଜିନିଷ ନିଜ କୋରିଅର ସଂସ୍ଥାକୁ ଆସିବା ପରେ ପ୍ୟାକେଟ ଖୋଲି ମୋବାଇଲ ଓ ବିଭିନ୍ନ ଉପକରଣ କାଢି ଦେଇ ସିଲ କରି ପୁନର୍ବାର ଫେରାଇ ଦେଉଥିଲେ । ଏଭଳି ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ କୋରିଅର ସଂସ୍ଥା ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ତଦନ୍ତ ପରେ ଡେଲିଭରି ବୟ ଦୀପକ ଠକେଇ କରିଥିବା ଜଣାପଡିଥିଲା । ଆଉ ତାପରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

Share this story