ସାନିଆ ମିର୍ଜା ଓ ଶୋଏବ୍ ମଲିକଙ୍କ ଛାଡପତ୍ର ନେଇ ସମ୍ପର୍କୀୟଙ୍କ ସୂଚନା ! ଟେନିସ୍ ଷ୍ଟାର ଛାଡିଲେ ଦୁବାଇ ଘର, ଆସିବେ କି ଭାରତ?

Sania leaves Dubai

ଓଡ଼ିଆ ଗସିପ ବ୍ୟୁରୋ: ଟେନିସ୍ ସେନ୍ସେସନ୍ ଓ ଶୋଏବ ମଲିକଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ପାକିସ୍ତାନ ଓ ୟୁଏଇର ଗଣମାଧ୍ୟମ ଏହା ଉପରେ ତାଜା ଅପଡେଟ୍ ଦେଇଛନ୍ତି । ଦୁହିଁଙ୍କ ଛାଡପତ୍ର ନେଇ ଉଭୟଙ୍କ ସମ୍ପର୍କୀୟ ସୂଚନା ଦେବା ପରେ ଏହି ଖବର ସ୍ପଷ୍ଟ ହୋଇଛି ।

ଗତ କିଛି ଦିନ ହେବ ଶୁଣିବାକୁ ମିଳୁଥିବା ଖବର ଶେଷରେ ସତ ବୋଲି ଜଣାପଡିଛି । ସାନିଆ ଓ ଶୋଏବଙ୍କ ଦୀର୍ଘ ୧୨ ବର୍ଷ ଦାମ୍ପତ୍ତ୍ୟ ଜୀବନରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ୟୁନାଇଟେଡ୍ ଆରବ୍ ଏମିରେଟର ଗଣମାଧ୍ୟମର ସୂଚନା ମୁତାବକ, ଏଠାରେ ଦୁହେଁ ରହୁଥିବା ଘରକୁ ଛାଡିଦେଇଛନ୍ତି ସୋନିଆ ମିର୍ଜା । ଅବଶ୍ୟ ଏହାକୁ ଔପଚାରିକ ଭାବେ ଘୋଷଣା କରିନାହାଁନ୍ତି ସାନିଆ ଓ ଶୋଏବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ସାନିଆଙ୍କୁ ଠକିଦେଲେ ପାକିସ୍ତାନୀ ସ୍ୱାମୀ ଶୋଏବ ମଲ୍ଲିକ୍‌, ଧରି ବୁଲୁଛନ୍ତି ଏହି ଯୁବତୀଙ୍କ ହାତ

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ମୁତାବକ,ଶୋଏବ ମଲିକ ଓ ସାନିଆ ମିର୍ଜା ଏବେ ଅଲଗା ହୋଇସାରିଛନ୍ତି । ଦୁହେଁ ପୁଅ ଇଜହାନ ମଲିକର କୋ ପ୍ୟାରେଣ୍ଟିଙ୍ଗ କରୁଛନ୍ତି । କିନ୍ତୁ ଦୁହେଁ ଏବେ ଆଉ ଏକାଠି ରହୁନାହାଁନ୍ତି ।

ୟୁଏଇ ଖଲିଜ ଟାଇମ୍ସର ରିପୋର୍ଟ ମୁତାବକ, ସାନିଆ ଓ ଶୋଏବ ଦୁବାଇରେ ଏକାଠି ରହୁଥିଲେ । ହେଲେ ଏବେ ସାନିଆ ଏହି ଘର ଛାଡି ନିଜ ପାଇଁ ଆଉ ଏକ ଘର ନେଇଛନ୍ତି । ଫଳରେ ଦୁବାଇରେ ରହି ସେ ପୁଅର କୋ ପ୍ୟାରେଣ୍ଟିଙ୍ଗ କରିପାରିବେ । ସାନିଆ ଓ ଶୋଏବଙ୍କ ସମ୍ପର୍କୀୟ ଏହି ଖବରକୁ ସତ ବୋଲି ସୂଚନା ଦେଇଛନ୍ତି ।

ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ କହିବା କଥା, ୨୦୧୨ରେ ଯେତେବେଳେ ବାଂଲାଦେଶରେ ଟି-୨୦ ୱାର୍ଲ୍ଡ କପ୍ ଚାଲିଥିଲା ସେବେଠୁ ଦୁହେଁ ଅଲଗା ହେବାକୁ ଚାହୁଁଥିଲେ । ହେଲେ ଦୁହିଁଙ୍କ ପରିବାର ଲୋକଙ୍କ ବୁଝାସୁଝା କରିବା ପରେ ଦୁହେଁ ଏକାଠି କିଛି ଦିନ ରହିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ଶୋଏବ ଏବଂ ସାନିଆ ମଧ୍ୟରେ କାହିଁକି ହେଲା ଛାଡପତ୍ର ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନଭେମ୍ବର ୯ ତାରିଖରେ ମଧ୍ୟ ଶୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦୁହିଁଙ୍କ ଛାଡପତ୍ର ନେଇ ଦାବି କରିଥିଲେ । ଏହାପରେ ଦୁହିଁଙ୍କ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏବେ ଶୋଏବ ମଲିକ ପାକିସ୍ତାନରେ ଅଛନ୍ତି । ଟି-୨୦ ୱାଲ୍ଡ କପ୍ ପାଇଁ ଏକ ଟିଭି ଚ୍ୟାନେଲରେ ପ୍ୟାନେଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବାରୁ ସେ ଦୁବାଇ ଯାଇପାରୁନାହାଁନ୍ତି । 

Share this story