ଶୋଏବ ଏବଂ ସାନିଆ ମଧ୍ୟରେ କାହିଁକି ହେଲା ଛାଡପତ୍ର ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

The real reason behind the divorce of Shoaib Malik and Sania Mirza
The real reason behind the divorce of Shoaib Malik and Sania Mirza

ଶୋଏବ ମଲିକ ଏବଂ ସାନିଆ ମିର୍ଜା କାହିଁକି ହେଲା ଛାଡପତ୍ର ? ଏହା ପଛର କାରଣ ଜାଣିବା ପାଇଁ ଆପଣଙ୍କୁ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ କୁ ଭଲ ଭାବରେ ତର୍ଜମା କରିବାକୁ ପଡିବ, କାହିଁକି ନା ଏବେ ଯାଏଁ ଦୁହିଁଙ୍କ ଠାରୁ କୌଣସି ମଧ୍ୟ ଛାଡପତ୍ରକୁ ନେଇ ସ୍ପଷ୍ଟିକରଣ ହୋଇ ନେହି, ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଚର୍ଚ୍ଚା ହେଉଥିବା ପ୍ରସଙ୍ଗ କୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଠ ଜଣା ପଡୁଛି ଯେ ଶୋଏବ ମଲିକ ଏବଂ ସାନିଆ ମିର୍ଜା ମଧ୍ୟରେ କାହିଁକି ଛାଡପତ୍ର ହୋଇଛି ?

ଶୋଏବ ଏବଂ ସାନିଆ ମଧ୍ୟରେ କାହିଁକି ହେଲା ଛାଡପତ୍ର ?divorce of Shoaib Malik and Sania Mirza

ପ୍ରଥମ କଥା ଏହା ଯେ ଅଷ୍ଟ୍ରେଲିଆରେ ଚାଲିଥିବା 20-20 ବିଶ୍ୱକପ୍‌ର ସେମିଫାଇନାଲ ପାଇଁ ପାକିସ୍ତାନ ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି। ଦଳର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ମାନେ କିଛି ମ୍ୟାଚ୍‌ରେ ପ୍ରଦର୍ଶନ କରି ଫର୍ମ ସହିତ ସମ୍ପ୍ରତି ମ୍ୟାଚ୍‌ରେ ଯୋଗ୍ୟତା ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ, ଏହି ଟୁର୍ନାମେଣ୍ଟ ପୂର୍ବରୁ ପ୍ରଶଂସକମାନେ ଚାହୁଁଥିଲେ ଯେ ଭେଟେରାନ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଉ ବୋଲି କିନ୍ତୁ, ଶେଷରେ, ବୋର୍ଡ ତାଙ୍କୁ ମନୋନୀତ ନକରିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ୟପକ୍ଷରେ, ତାଙ୍କ ପତ୍ନୀ ସାନିଆ ମିର୍ଜା 2022 ସିଜିନ ପରେ ପେସାଦାର ଟେନିସରୁ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି। ସେ ଏହି ମାସର ଆରମ୍ଭରେ ଏକ ମାନସିକ ଆଘାତ ସମସ୍ୟା କୁ ନିଶ୍ଚିତ କରିଥିଲେ ଯେଉଁଥିପାଇଁ ସେ ୟୁଏସ୍ ଓପନ୍ 2022 ରେ ଖେଳିପାରିବେ ନାହିଁ ବୋଲି କହିଥିଲେ।କିନ୍ତୁ, ବର୍ତ୍ତମାନ ଗୁଜବ ହେଉଛି ଯେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ମଧ୍ୟରେ କିଛି ଦିନ ଧରି ସମ୍ପର୍କ କିଛି ଠିକ ନଥିଲା ଯାହା ଫଳରେ ଏହି ମାସରେ ପରସ୍ପରକୁ ଛାଡପତ୍ର ଦେଇଥିବାର ଏହା ଏକ କାରଣ ବୋଲି ଜଣା ପଡିଛି।

ଦ୍ୱିତୀୟ କଥା ଏହା ଯେ ଶୋଏବ ମଲିକ ସାନିଆ ମିର୍ଜାଙ୍କୁ ପ୍ରତାରଣା କରିଛନ୍ତି ଓ ଧୋକା ଦେଇଛନ୍ତି।The real reason behind the divorce of Shoaib Malik and Sania Mirza

ନିକଟରେ ଅନେକ ରିପୋର୍ଟ ମାଧ୍ୟମରେ ପ୍ରକାଶ ପାଇଛି ଯେ ଶୋଏବ ଏବଂ ସାନିଆ ମିର୍ଜା ପରସ୍ପରଠାରୁ ଅଲଗା ହେବା ଦିଗରେ ଯାଉଛନ୍ତି । ଏପରିକି, ଦୁହେଁ ଅଲଗା ରହୁଛନ୍ତି ଏବଂ କେବଳ ନିଜ ସନ୍ତାନ ଇଜାନଙ୍କୁ ସମୟ ଦେବା ପାଇଁ ପିତାମାତା ର କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ରିପୋର୍ଟ ଅନୁଯାୟୀ, ଶୋଏବ ମଲିକ ସାନିଆ ମିର୍ଜାଙ୍କୁ ଠକିଛନ୍ତି ଏବଂ ଧୋକା ଦେଇଛନ୍ତି ସେ ଅନ୍ୟ ଯୁବତୀ ସହ ସମ୍ପର୍କରେ ଥିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସବୁଠାରୁ ମୁଖ୍ୟ କଥା ଏହା ଯେ ଦୁହେଁ ଦୁହିଁଙ୍କୁ ସମୟ ଦେଇପାରୁ ନଥିବାରୁ ଏଭଳି ପରିସ୍ଥିତି ଉପୁଜି ଥିବା ଜଣାପଡିଛି।

ଦେଖନ୍ତୁ ଭିଡ଼ିଓ।

ସାନିଆ ମିର୍ଜା ତାଙ୍କ ପୁଅଙ୍କ କିଛି ଫୋଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ସେହି ମୁହୂର୍ତ୍ତଗୁଡିକ ଯାହା ମୋତେ କଠିନ ଦିନ ଦେଇ ଗତି କରୁଥିବା ରୁ ଖୁସି ଦେଇଥାଏ, ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ସେ କେବଳ ପୁଅ ଇଜାନଙ୍କ ଫୋଟ ହିଁ ସେୟାର କରିଛନ୍ତି କିନ୍ତୁ ଶୋଏବ ମଲିକ ଙ୍କ କୌଣସି ଫୋଟ ସେୟାର କରି ନାହାନ୍ତି, ଅନ୍ୟ ପାଖରେ ଶୋଏବ ମଲିକ ମଧ୍ୟ ତାଙ୍କ ପୁଅର ଜନ୍ମଦିନ ପାର୍ଟିର କିଛି ଫୋଟ ସେୟାର କରିଥିଲେ।

Share this story