ପ୍ରେମ ପରେ ଲିଭ୍‌-ଇନ୍‌ ଶେଷରେ ବୀଭତ୍ସ ହତ୍ୟା, ପ୍ରେମିକାକୁ ୩୫ ଖଣ୍ଡ କରି ୧୮ ଦିନ ଧରି ଜଙ୍ଗଲରେ ନୃଶଂସ ପ୍ରେମିକ କରୁଥିଲା ମୁଣ୍ଡ ଦୋହଲେଇଲା ଭଳି କାମ...

brutally murdered in delhi

ଓଡ଼ିଆ ଗସିପ ବ୍ୟୁରୋ: ଉଭୟ ପରସ୍ପରକୁ ପସନ୍ଦ କରୁଥିଲେ କିନ୍ତୁ ପରିବାର ସଦସ୍ୟ ଏହି ସମ୍ପର୍କରେ ସହମତ ନହେବାରୁ ଝିଅ ଶୁଣିନଥିଲା । ପରିବାରର ଆକଟ ଯୋଗୁଁ ଝିଅ ମୁମ୍ବାଇ ଛାଡି ପ୍ରେମିକ ସହ ଦିଲ୍ଲୀରେ ରହିଲା । ଉଭୟ କିଛି ଦିନ ପ୍ରେମରେ ବେଶ ଖୁସି ରହିବା ସହ ଲିଭ୍‌-ଇନ୍‌ ରିଲେସନ ସିପ୍‌ ସମ୍ପକରେ ରହିଲେ ।

ହେଲେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା । ପ୍ରେମିକାର ହୃଦୟଭରା ଭଲ ପାଇବାରେ କଳଙ୍କର କଳା ଦାଗ ଲଗାଇଲା ପ୍ରେମିକ । ଲିଭ୍-ଇନରେ ରହି ଦେହର ସୁଖ ମେଣ୍ଟାଇବା ପରେ ପ୍ରେମିକର ମନ ଭରିଗଲା । ଆଉ ଯେତେବେଳେ ପ୍ରେମିକା ବିବାହ ପାଇଁ ଜିଦ୍‌କଲା ପ୍ରେମିକାକୁ ହତ୍ୟାକରିବାକୁ ପଛାଇଲାନି ପ୍ରେମିକ ।

ଯେଉଁ ଲିଭ୍‌-ଇନ୍‌ ରିଲେସନରେ ପ୍ରେମିକାର ଦେହର ସୁଖ ନେଉଥିଲା । ସେହି ସମ୍ପର୍କରୁ ଲହୁରେ ଭିଜାଇଦେଇଥିଲା ପ୍ରେମିକ । କେବଳ ସେତିକି ନୁହେଁ ଯେଉଁ ପ୍ରେମିକାର ଦେହ ସୁଖ ନେଇଥିଲା ସେହି ପ୍ରେମିକାକୁ ହତ୍ୟା ପରେ ତାର ଶରୀରକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡ କରିଥିଲା ନୃଶଂସ ପ୍ରେମିକ ।

ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା ପରେ ଘଟଣାକୁ ଲୁଚାଇବାକୁ ଯାଇ ରଚିଥିଲା ମାଷ୍ଟର ପ୍ଲାନ୍ । ୩୫ ଖଣ୍ଡ କରିଥିବା ପ୍ରେମିକାର ମୃତଦେହକୁ ଫ୍ରିଜ୍‌ରେ ରଖି ଗୋଟିଏ ଗୋଟିଏ ଖଣ୍ଡ କରି ୧୮ ଦିନ ଧରି ନିକଟରେ ଥିବା ଜଙ୍ଗଲରେ ନେଇ ପୋତୁଥିଲା । ଆଉ ଏହି ଘଟଣା ଘଟିବାର ୫ ମାସ ପରେ ଅଭିଯୁକ୍ତ ଖୋଲିଛି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ୍ । ଏହି ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପଦ୍ମପୁର ଉପନିର୍ବାଚନରେ ଶ୍ୱଶୁର ରମାରଞ୍ଜନଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ବୋହୁ ବର୍ଷା

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଏକ କଲ ସେଣ୍ଟରରେ କାମ କରୁଥିଲା ଅଫତାବ୍ ଅମୀନ ପୁନାୱାଲା । ସେଠାରେ ମହିଳା ସହକର୍ମୀ ଶ୍ରଦ୍ଧା ୱାକରଙ୍କ ସହ ଗଢି ଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ । ଦୁହେଁ ମିଳାମିଶା ଆରମ୍ଭ କରିଥିଲେ । ଶ୍ରଦ୍ଧାଙ୍କ ବାପା ମହାରାଷ୍ଟ୍ର ପାଲଘରଠାରେ ପରିବାର ସହ ରହୁଥିଲେ । ଝିଅ ଶ୍ରଦ୍ଧା ମୁମ୍ବାଇର ଏକ ନାମକରା ମଲ୍ଟିନ୍ୟାସନାଲ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲା । ସେଠାରେ ସହକର୍ମୀ ଅଫତାବ୍ ସହ ଭେଟ ପରେ ପ୍ରେମ ହୋଇଥିଲା ।


ଦୁହେଁ ରିଲେସନସିପରେ ରହିବା ଘର ଲୋକ ଜାଣିବା ପରେ ଶ୍ରଦ୍ଧାଙ୍କ ବାପା ଝିଅକୁ ବିରୋଧ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଏକ ଫ୍ଲାଟରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । ଏହା ମଧ୍ୟରେ ବିବାହ ପାଇଁ ଅଫତାବ ଉପରେ ଚାପ ପକାଇଥିଲେ ଶ୍ରଦ୍ଧା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏକ ଧାରୁଆ ଅସ୍ତ୍ରରେ ଶ୍ରଦ୍ଧାକୁ ହତ୍ୟା କରିଥିଲା ଅଫତାବ ।

ପୁଲିସ କହିଛି ଯେ, ପ୍ରେମିକ ଅଫତାବ ନିଜ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍ କରି ଫ୍ରିଜରେ ରଖିଥିଲା । ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଏ । ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ହେବ ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୁଲିସ କହିଛି । ଗତ ମେ ୧୮ ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା । ଏଥିରେ ଅଫତାବ ଉତକ୍ଷିପ୍ତ ହୋଇ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍ ରଖିଥିଲେ । ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଝିଅମାନଙ୍କ ପାଇଁ ସୁଯୋଗ, ଏହି ଯୁବକଙ୍କ ଗାର୍ଲଫ୍ରେଣ୍ଡ ବନିଲେ ମାସକୁ ମିଳିବ ୨ ଲକ୍ଷ ଟଙ୍କା ଦରମା, ଖାଲି ମାନିବକୁ ହେବ ଏହି ସର୍ତ୍ତ

ଖାଲି ସେତିକି ନୁହେଁ ପ୍ରେମିକ ଜଣଙ୍କ ନିଜ ପ୍ରେମିକା ଶରୀରକୁ ଖଣ୍ଡ ଖଣ୍ଡ କରି ତାହାକୁ ଜଙ୍ଗଲରେ ନେଇ ଖାଉଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣାପଡିଛି ।

ତେବେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେବ ପରେ ପରିବାର ଲୋକ ଝିଅ କଣ ପାଇଁ କଲ୍‌ କରୁନି ତାହା ଜାଣିବା ପାଇଁ କଲ୍‌ କରିଥିଲେ ବି ଝିଅର ଫୋନ୍‌ ଲାଗିନଥିଲା । ଫଳରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା ବିକାଶ ମଦାନ ୱାକର । ହେଲେ ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ତୁରନ୍ତ ଯାଇ ପୂଲିସରେ ଖବର ଦେଇଥିଲେ । ପୁଲିସ ଆରମ୍ଭ କରିଥିଲା ଛାନବିନ୍ ।

ପୁଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଆଫତାବକୁ ଖୋଜି ବାହାର କରିଥିଲା । ଆଉ ସବୁ ସତ କଥା ମାନିଯାଇଥିଲା ଆଫତାବ । ବିବାହ କରିବାକୁ ଶ୍ରଦ୍ଧା ଚାପ ପକାଇବାରୁ ତାକୁ ହତ୍ୟା କରିଥିବା ଏବଂ ୩୫ ଖଣ୍ଡ କରି କାଟି ଫୋପାଡିଥିବା ମାନିଥିଲା । ପୁଲିସ ଯାଇ ସେହି ସବୁ ସ୍ଥାନ ସର୍ଚ୍ଚ କରି କିଛି ହାଡ ଖଣ୍ଡ ଜବତ କରିଥିଲା । ଏବେବି ଏହି ଘଟଣାର ଛାନବିନ୍ ଜାରି ରଖିଛି ପୁଲିସ ।
 

Share this story

World Odia Language Conferene