କେମିତି ଥିଲା ଦିଲ୍ଲୀରେ କାର ତଳେ ୧୨ କିଲୋମିଟର ଘୋଷାଡ଼ି ହୋଇ ମାରିଥିବା ସେ ଭୟଙ୍କର ରାତି ? ବୟାନ କଲେ ଅଞ୍ଜଳିଙ୍କ ସାଙ୍ଗ, କହିଲେ ଚିତ୍କାର କରୁଥିଲା ଅଞ୍ଜଳି ହେଲେ...

In Delhi hit and run case dead Anjalis friend Nidhi reveals the death mystery

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀ କଞ୍ଝାୱଲାରେ ଘଟିଥିବା ଅଞ୍ଜଳି ହତ୍ୟା ଘଟଣାରେ ତାଙ୍କ ସାଙ୍ଗ ନିଧି ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଏବେ ଏହି ବୟାନ ହିଁ ପୁଲିସ ପାଇଁ ସବୁଠୁ ବଡ ଅସ୍ତ୍ର ହୋଇଛି ।

ଅଞ୍ଜଳି ନିଜ ସାଙ୍ଗର ଦୁର୍ଘଟଣା ପରେ କାହିଁକି ଚୁପ୍ ରହିଲେ ସେଦିନ ରାତିରେ କ’ଣ କ’ଣ ଘଟିଥିଲା ସବୁକିଛି ବୟାନ କରିଛନ୍ତି ନିଧି । ତାଙ୍କର ଏହି ବୟାନ ଧାରା ୧୬୪ ଅଧିନରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ନିଧି ବଖାଣିଛନ୍ତି ନୂଆବର୍ଷ ପୂର୍ବ ରାତିରେ ସେ ଛାତିଥରା ମୁହୂର୍ତ୍ତକୁ ଯାହା ଅଞ୍ଜଳିଙ୍କ ସହ ଘଟିଥିଲା । ତାଙ୍କ କହିବା ଅନୁସାରେ ସେଦିନ ଦୁହେଁ ମିଶି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ଘଟଣାର ୧୫ ଦିନ ପୂର୍ବରୁ ହିଁ ଅଞ୍ଜଳିଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେଦିନ ରାତିରେ ନିଜେ ସ୍କୁଟି ଚଲାଇବାକୁ ଜିଦି ଧରିଥିଲେ ଅଞ୍ଜଳି ।

କିଛି ବାଟ ଯିବା ପରେ ଏକ ଟ୍ରକ ସହ ଧକ୍କା କରିଦେଇଥାନ୍ତେ ଅଞ୍ଜଳି ହେଲେ ପଛରେ ବସିଥିବା ତାଙ୍କ ନିଧି ହିଁ ବ୍ରେକ ମାରିଥିଲେ । ଆଉ ସ୍କୁଟିକୁ ସାଇଡ୍ କରିଥିଲେ । ଏହା ସତ୍ତ୍ୱେ ନିଜେ ସ୍କୁଟି ଚଲାଇବାକୁ ଜିଦି ଧରିଥିଲେ ଅଞ୍ଜଳି । କିଛି ବାଟ ଯିବା ପରେ ସାମ୍ନାରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ହାଇଓ୍ୱା ସହ ଧକ୍କା ହୋଇ ରାସ୍ତାତଳକୁ ଓଲଟିଲା ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ

ନିଧି କାରର ବିପରୀତ ଦିଗକୁ ଛିିଟିକି ପଡିଥିବା ବେଳେ ଅଞ୍ଜଳି କିନ୍ତୁ କାର ପଟକୁ ପଡିଯାଇଥିଲେ । ଆଉ କିପରି କେଜାଣି କାର ଭିତରେ ଲାଗିଯାଇଥିଲେ । କାର ଭିତରେ କୌଣସି ମ୍ୟୁଜିକ ବାଜୁନଥିଲା । ଅଞ୍ଜଳି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲା । ହେଲେ କେହି ଶୁଣିବା ବଦଳରେ ତାକୁ କାରରେ ୧୨ କିମି ଘୋଷାଡି ନେଇଗଲେ । ଫଳରେ ଅଞ୍ଜଳିର ମୃତ୍ୟୁ ହେଲା ।

ଏହି ଘଟଣାରେ ନିଧି ଏତେ ଡରିଯାଇଥିଲେ ଯେ କାହାକୁ କିଛି ନକହି ଘରକୁ ପଳାଇଥିଲେ । ଆଉ କିଛିି ଦିନ ଯାଏଁ ନୀରବ ରହିଥିଲେ ବୋଲି କହିଛନ୍ତି ଅଞ୍ଜଳିଙ୍କ ସାଙ୍ଗ । ଏବେ ନିଧିଙ୍କ ବୟାନକୁ ଆଧାର କରି ଯାଞ୍ଚ ଜୋରଦାର କରିିଛି ପୁଲିସ ।

Share this story

World Odia Language Conferene