ଭାରତରେ ମିଳୁଥିବା ସାନିଟାରୀ ପ୍ୟାଡ଼ରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ଆସିଲା ସଙ୍ଗୀନ ରିପୋର୍ଟ

High amounts of harmful chemicals found in sanitary napkins study reveals

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତରେ ବିକ୍ରି ହେଉଥିବା ପ୍ରମୁଖ ସାନିଟାରୀ ନାପକିନରେ ରାସାୟନିକ ପଦାର୍ଥ ମିଳିଛି ଯାହା ହୃଦ୍‌ରୋଗ, ମଧୁମେହ ଓ କର୍କଟ ସହିତ ଜଡିତ ବୋଲି ଏକ ଅଧ୍ୟୟନରେ ଦର୍ଶାଯାଇଛି ।

ଦିଲ୍ଲୀର ଏକ ଏନଜିଓ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଭାରତରେ ବିକ୍ରି ହେଉଥିବା ପ୍ରମୁଖ ସାନିଟାରୀ ନାପକିନରେ ଉଚ୍ଚ ସ୍ତରର ରାସାୟନିକ ପଦାର୍ଥ ମିଳିଛି ଯାହା ହୃଦ୍‌ରୋଗ, ମଧୁମେହ ଓ କର୍କଟ ସହିତ ଜଡିତ ବୋଲି ଦର୍ଶାଯାଇଛି ।

ଏନଜିଓ 'ଟକ୍ସିକ୍ ଲିଙ୍କ୍' ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ସାନିଟାରୀ ନାପକିନର ମୋଟ ଦଶଟି ନମୁନାରେ ଫଥାଲେଟ୍ ଏବଂ ଅନ୍ୟାନ୍ୟ କାର୍ବାନିକ ଯୌଗିକ ମିଳିଛି । ଏଥିରେ ବଜାରରେ ଉପଲବ୍ଧ ୬ଟି ଅଣ କାର୍ବନିକ ଓ ଚାରୋଟି କାର୍ବନିକ ବିକ ସାନିଟାରୀ ପ୍ୟାଡର ନମୁନା ଅନ୍ତର୍ଭୁକ୍ତ ।

ଫଥାଲେଟ ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ହୃଦ୍ ରୋଗ, ମଧୁମେହ, କେତେକ କର୍କଟ ଓ ଜନ୍ମଗତ ସମସ୍ୟା, ମସ୍ତିଷ୍କ ବିକୃତି, ଆଜମା, ଅକ୍ଷମତା, କିଛି ପ୍ରକାର କର୍କଟ ଇତ୍ୟାଦି ସମସ୍ୟା ହେବାର ଆଶଙ୍କା ସୃଷ୍ଟି କରେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଭୂମିକମ୍ପ ନେଇ ସ୍ପଷ୍ଟ କଲେନି ପାଣିପାଗ ବିଭାଗ, ଲୋକେ ଛାନିଆ...

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶକ୍ତ ଧକ୍କା, ଟ୍ରଲିରେ ବାନ୍ଧି ବୋହି ନେଲେ, ଭିଡିଓ ଭାଇରାଲ୍‌...

ଅଧ୍ୟୟନ ଅନୁଯାୟୀ, ସମସ୍ତ ପ୍ରକାରର ସାନିଟାରୀ ନାପକିନରେ ଅଧିକ ପରିମାଣର ଫଥାଲେଟ୍ ମିଳିଥିଲା । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ କାର୍ବନିକ ପ୍ୟାଡ୍ ନମୁନାରେ ଉଚ୍ଚ ସ୍ତରର VOC ପାଇବା ଆଶ୍ଚର୍ଯ୍ୟଜନକ ଥିଲା, କାରଣ କାର୍ବନିକ ପ୍ୟାଡ୍ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଥିଲା ।

ଅଧ୍ୟୟନ ଅନୁଯାୟୀ, ଋତୁସ୍ରାବ ସମୟରେ ମହିଳାମାନେ ଏପରି ସୁରକ୍ଷିତ ଦ୍ରବ୍ୟ ବ୍ୟବହାର କରିବା ଉଚିତ ଯାହାକି କୌଣସି ଶାରୀରିକ ପ୍ରତିବନ୍ଧକ ବିନା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ କରିବାରେ ସହାୟକ ହୋଇଥାଏ । ବର୍ତ୍ତମାନ, ସମଗ୍ର ବିଶ୍ୱରେ ଡିସପୋଜେବଲ୍ ସାନିଟାରୀ ପ୍ୟାଡ୍ ସବୁଠାରୁ ଲୋକପ୍ରିୟ ।

Share this story

World Odia Language Conferene