୫୪ ପିଲା ଓ ୬ ପତ୍ନୀ ଥିବା ବ୍ୟକ୍ତିଙ୍କ ପରଲୋକ, ମୃତ୍ୟୁର ୫ ଦିନ ପୂର୍ବରୁ ପରିବାର ପାଇଁ କରିପାରୁଥିଲେ ରୋଜଗାର

Father of 54 child died and had done this good work before death

ଓଡ଼ିଆ ଗସିପ ବ୍ୟୁରୋ: ୫୪ ପିଲା ଓ ୬ ସ୍ତ୍ରୀ ଥିବା ପାକିସ୍ତାନର ଅବ୍ଦୁଲ ମଜିଦ ମୈଙ୍ଗଲଙ୍କର ଦେହାନ୍ତ ହୋଇଯାଇଛି । ୭୫ ବର୍ଷିୟ ଅବ୍ଦୁଲଙ୍କର ହୃଦଘାତ ରୋଗ ଥିଲା । ସେ ପାକିସ୍ତାନର ନୌଶକୀ ଜିଲ୍ଲାରେ ରହୁଥିବା ବେଳେ ପେଶାରେ ଜଣେ ଟ୍ରକ ଡ୍ରାଇଭର ଥିଲେ । ସେ ପ୍ରଥମଥର ପାଇଁ ୧୮ ବର୍ଷ ବୟସରେ ବିବାହ କରିଥିଲେ ।

ଏହାପରେ କ୍ରମାଗତ ଭାବେ ସେ ୬ ଥର ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ପତ୍ନୀଙ୍କର ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ଏହାସହ ଅବ୍ଦୁଲଙ୍କର ୫୪ଟି ପିଲାଙ୍କ ମଧ୍ୟରୁ ୧୨ ଟି ପିଲାଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଲଟିଲା ପିକ୍‌ନିକ୍‌ ବସ୍‌, ଗାଡ଼ିରେ ଥିଲେ ୪୮ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ, ଚାଲିଗଲା ନିରୀହ ଜୀବନ...

ଏବେ ତାଙ୍କର ୪୨ଟି ପିଲା ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଟି ପୁଅ ଓ ୨୦ ଜଣ ଝିଅ ରହିଛନ୍ତି । ମଜିଦଙ୍କର ପୁଅ ଶାହ ବଲୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ୫୪ଟି ପିଲାଙ୍କର ଦେଖାରଖା କରିବା ଏତେ ସହଜ କଥା ନୁହେଁ ।

ହେଲେ ମୋ ବାପା ତାଙ୍କର ପୁରା ଜୀବନ ପିଲାମାନଙ୍କ ଭରଣ ପୋଷଣରେ କାଟି ଦେଇଥିଲେ । ବୃଦ୍ଧ ହୋଇଯାଇଥିଲେ ବି ମୃତ୍ୟୁର ୫ ଦିନ ପୂର୍ବରୁ ସେ ପରିବାର ଚଳାଇବା ପାଇଁ ଟ୍ରକ ଚଳାଉଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳାମାନେ ଏକୁଟିଆ ଘରେ କରିଥାନ୍ତି ଏହି କାମ, ଯାହା 90 ପ୍ରତିଶତ ପୁରୁଷଙ୍କୁ ନାହିଁ ଜଣା...

ଶାହା ବଲୀ କହିଛନ୍ତି କି, ତାଙ୍କୁ ମିଶେଇ ଏବେ ୪୨ ଜଣ ଭାଇ ଭଉଣୀ ଜୀବିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ ବିଏ ପାସ କରିଛି ତ କିଏ ମେଟ୍ରିକ ପର୍ଯ୍ୟନ୍ତ ପଢିଛି ।

ହେଲେ ସେମାନଙ୍କ ପାଖରେ କୌଣସି ରୋଜଗାରର ମାଧ୍ୟମ ନଥିବା କଥା ଶାହ ବଲ୍ଲୀ ଅଭିଯୋଗ କରିଛନ୍ତି । ଆର୍ଥିକ ଅଭାବରୁ ସେ ତାଙ୍କ ପିତାଙ୍କର ଚିକିତ୍ସା କରିପାରିନଥିବା କଥା କହିଛନ୍ତି ।

Share this story