ଯୁବତୀଙ୍କୁ କାରରେ ଘୋଷାଡି ମାରିବା ଘଟଣାରେ ଆସିଲା ନୂଆ ମୋଡ; ମାମଲାରେ ୫ ନୁହେଁ ୭ ଅଭିଯୁକ୍ତ, ଦୀପକ ନୁହେଁ ଅମିତ ଚଲାଉଥିଲେ କାର...

Delhi police said the car was driven by Amit and not by Deepak

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀର କଞ୍ଝାୱଲା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିିଛି । ଏହି ହିଟ୍ ଆଣ୍ଡ ରନ୍ କେସରେ ୫ ଜଣ ନୁହେଁ ବରଂ ୭ ଜଣ ଅଭିଯୁକ୍ତ ଥିବା କଥା ସାମ୍ନାକୁ ଆସିଛି । ମାମଲାର ଯାଞ୍ଚ ପରେ ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ପୋଲିସ । ଏହି ମାମଲାରେ ପୋଲିସ ଆଉ ୨ ନୂଆ ଅଭିଯୁକ୍ତଙ୍କୁ ଧରିବାକୁ ଆରମ୍ଭ କରିଛି ଅପରେସନ ।

ନୂଆବର୍ଷ ରାତିରେ ଦିଲ୍ଲୀର କଞ୍ଝାୱାଲା ଠାରେ ହୋଇଥିବା ଅଞ୍ଜଳୀ ମୃତ୍ୟୁ ମାମଲାରେ ପୋଲିସ ବଡ ଖୁଲ୍ଲାସା କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ସାଗରପ୍ରୀତ ହୁଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଏହି ଘଟଣାରେ ୫ ଜଣ ନୁହେଁ ବରଂ ୭ ଜଣଙ୍କ ସଂପୃକ୍ତି ରହିଛି । ବାକି ୨ଜଣଙ୍କୁ ଗିରଫ କରିବାକୁ ପ୍ରୟାଶ ଆରମ୍ଭ ହୋଇଛି ।

ଯାଞ୍ଚ ସମୟରେ ଅଭିଯୁକ୍ତ ଦୀପକ କାର ଚଲାଉଥିବା କଥା କହିଥିଲା । କିନ୍ତୁ ବାସ୍ତବରେ ଘଟଣା ଦିନ ଦୀପକ ନୁହନ୍ତି ବରଂ ଅମିତ କାର ଚଲାଉଥିଲେ । ଏହାର ପ୍ରମାଣ ମଧ୍ୟ ପୋଲିସ ରଖିଛି । ପୋଲିସର କହିବା ମୁତାବକ, ଅମିତ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ତେଣୁ ଅମିତର ଭାଇ ଦୀପକଙ୍କୁ ଗାଡି ଚଲାଉଥିବା ନେଇ ପୋଲିସ ଆଗରେ ମାନିବାକୁ କହିଥିଲେ । ଯେଉଁ ନୂଆ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ସେମାନଙ୍କ ଭିତରେ ଅମିତଙ୍କ ଭାଇ ମଧ୍ୟ ରହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

ସେପଟେ ପୋଲିସ କହିଛି କି ପ୍ରାଥମିକ ପୋଷ୍ଟମର୍ଟମ୍ ରିପୋର୍ଟରେ ଅନେକ ପ୍ରମାଣ ମିଳିଛି । ମାତ୍ର ଫାଇନାଲ ରିପୋର୍ଟକୁ ପୋଲିସ ଅପେକ୍ଷା କରିଥିବା କଥା ସେ କହିଛନ୍ତି । ହେଲେ ଏହି ଘଟଣାରେ ଦୁଷ୍କର୍ମ ହୋଇଥିବାର କିଛି ପ୍ରମାଣ ମିଳିନାହିଁ ।

ପୋଲିସ ତରଫରୁ ଆହୁରି କୁହାଯାଇଛି କି, ଏହି ମାମଲାରେ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ପୋଲିସ ସବୁଦିଗରୁ ତଦନ୍ତ ଚଳାଉଛି । ଏହି ମାମଲାରେ ଖୁବଶୀଘ୍ର ଆହୁରି କିଛି ଖୁଲ୍ଲାସା କରାଯିବ ବୋଲି ପୋଲିସ କହିଛି । ସେପଟେ ଅଭିଯୁକ୍ତମାନଙ୍କ ସହ ପୀଡିତାର କୌଣସି ପୁରୁଣା ସଂପର୍କ ଥିବା କଥାକୁ ଅସ୍ୱୀକାର କରିଛି ପୋଲିସ । ଏହାସହ ଅଞ୍ଜଳୀର ବନ୍ଧୁ ନିଧି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ବୋଲି ପୋଲିସ କହିଛି ।

ସାଗରପ୍ରୀତ ସିଂ କହିଛନ୍ତି କି, ସବୁ ପ୍ରମାଣକୁ ଏକାଠି କରାଯାଇ ଏକ ମଜବୁତ ଚାର୍ଜସିଟ୍ ଖୁବଶୀଘ୍ର ଦାଖଲ କରାଯିବ । ଏହାସହ ଦୋଷୀମାନଙ୍କୁ କଠୋରେ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସାଗରପ୍ରୀତ ପ୍ରତିଶ୍ରୁତି ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ଏସବୁ ଭିତରେ ପୋଲିସକୁ ନୂଆ ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଯେଉଁଥିରେ ସମସ୍ତ ଅଭିଯୁକ୍ତ କାର ଛାଡି ଅଟୋରେ ଫେରାର ହେଉଥିବାର ଦେଖିବାକୁ ମିଳିଛି । ତେବେ କେଉଁ ଦିଗ ଉପରେ ଏବେ ପୋଲିସ ଯାଞ୍ଚ କରୁଛି :

ଅଭିଯୁକ୍ତ ଓ ପୀଡିତାଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା, କଲ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି । ଏବେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ଓ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ୨ ଅଭିଯୁକ୍ତଙ୍କୁ ଏବେ ଖୋଜୁଛି ପୋଲିସ । ପୋଲିସ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ, ଯାହାଫଳରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ପୋଷ୍ଟମର୍ଟମର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା ରହିଛି, ଯେଉଁଥିରେ ପୀଡିତା ନିଶାସକ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ହେବ । ଏହି ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରିବ ।

Share this story

World Odia Language Conferene