ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

three youth drowned in river one recused two still missing

ଓଡ଼ିଆ ଗସିପ ବ୍ୟୁରୋ: ବାରମ୍ବାର ଟିକେ ଅସାବଧାନତା ଯୋଗୁ ବହୁତ ବ୍ୟକ୍ତି ବିଶେଷଙ୍କ ଜୀବନ ଯାଇଛି ଯାହା ଅତିତ ନଜିର ରହିଛି । ସେହି ଭଳି ଯଦି ଜଣେ ମଣିଷ ନିଜକୁ ଜଗିରଖି ନ ରୁହେ ସେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାଏ । ସେହିଭଳି ଏବେ ଗୋଟେ ଘଟଣା ଏମିତି ଘଟିଯାଇଛି ଯାହା ସମସ୍ତଙ୍କୁ ବିଚଳିତ କରିଛି ।

ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ି ଯାଇଛନ୍ତି ୩ ଯୁବକ । ସୁନ୍ଦରଗଡ଼ କନକୁଣ୍ଡା ଇବ୍ ନଦୀରେ ଏଭଳି ଅଘଟଣ ଘଟିଛି ଯାହା ସେହି ଅଂଚଳରେ ଶୋକର ବାତାବରଣ ଖେଳେଇଦେଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ନଦୀରୁ ଜଣେ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କନାକୁଣ୍ଡାରେ ବଣଭୋଜି କରିବାକୁ ଯାଇଥିଲେ କିଛି ଯୁବକ । ନିଖୋଜ ଯୁବକ ଝାରସୁଗୁଡାର ହୋଇଥିବା ସୂଚନା । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ଦୁଇ ନିଖୋଜଙ୍କୁ ଖୋଜିବାରେ ବ୍ୟସ୍ତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।

Share this story

World Odia Language Conferene