ଏମିତି କ'ଣ ହେଲା ଯେ ଡେରାଡୁନ୍‌ରୁ ମୁମ୍ବାଇକୁ ଏୟାରଲିଫ୍ଟ ହେବେ ଋଷଭ ପନ୍ତ, ଡିଡିସିଏ ମୁଖ୍ୟ ନେଲେ ବଡ଼ ନିଷ୍ପତ୍ତି...

DDCAs chief said injured cricketer Rishabh Pant will be airlifted to Mumbai

ଓଡ଼ିଆ ଗସିପ ବ୍ୟୁରୋ: ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣା ପରେ ଡେରାଡୁନରେ ଚିକିତ୍ସିତ ହେଉଥିବା ବେଳେ ଖୁବଶୀଘ୍ର ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଆଜି ହିଁ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି ।

ଗତ ଡିସେମ୍ବର ୩୦ରେ ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ କାଚ ଭାଙ୍ଗି କାର ବାହାରକୁ ଆସିବା ସହ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ତୁରନ୍ତ ଗୁରୁତର ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ୱରରେ ପୁଣି ଆତଙ୍କରାଜ, ୟୁନିଫର୍ମରେ ଥିବା ମହିଳା ସବ୍-ଇନ୍ସପେକ୍ଟରଙ୍କୁ ମାରଣାସ୍ତ୍ର ଧରି ଗୋଡ଼ାଇଲେ ଦୁର୍ବୃତ୍ତ...

ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିଲେ ମଧ୍ୟ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ନିଆଯିବ । ଏନେଇ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନିଷ୍ପତ୍ତି ନେଇଛି । ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି କ୍ରିକେଟର ଋଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ମୁମ୍ବାଇ ସ୍ଥାନାନ୍ତର କରାଯିବ ।

ଅନ୍ୟପଟେ ଋଷଭ ପନ୍ତଙ୍କ ଆହତ ନେଇ ବିସିସିଆଇ ଦେଇଥିବା ସୂଚନା ଅନୁସାରେ ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟରେ ଆହତ ଲାଗିଛି । ଏଥି ସହିତ ଡାହାଣ ହାତଗୋଡ, ଗୋଡ, ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି, ଅନ୍ୟପଟେ ତାଙ୍କ ପିଠିରେ ଘା ହୋଇଯାଇଛି ।

ପନ୍ତଙ୍କ ଅବସ୍ଥା ବର୍ତ୍ତମାନ ବିପଦରୁ ବାହାରିଛି, କିନ୍ତୁ ବର୍ତ୍ତମାନ ବିସିସିଆଇ ଏବଂ ଡିଡିସିଏ ତାଙ୍କୁ ଭଲ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ODI ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଯଥାଶୀଘ୍ର ପ୍ୟାଣ୍ଟ ଫିଟ୍ ଦେଖିବାକୁ ଚାହୁଁଛି ବୋଲି କଳ୍ପନାଜଳ୍ପନା ଚାଲିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ପନ୍ତଙ୍କ ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନଥିଲା । ଦୁର୍ଘଟଣା ପରେ ବିସିସିଆଇ ପନ୍ତଙ୍କ ସହ ନିରନ୍ତର ସମ୍ପର୍କରେ ରହିବାକୁ ଏବଂ ତାଙ୍କ ଅବସ୍ଥା ଉପରେ ନଜର ରଖିବାକୁ DDCA କୁ ନିର୍ଦ୍ଦେଶ ଦେଇଛି । ଡିଡିସିଏ ମୁଖ୍ୟ ଶ୍ୟାମ ଶର୍ମା ନିଜେ ପନ୍ତଙ୍କୁ ଭେଟିବାକୁ ଆସିଥିଲେ ।

ଏବେ ତାଙ୍କୁ ମୁମ୍ବାଇର ଘରୋଇ ହସ୍ପିଟାଲରେ ଚିକିିତ୍ସା କରାଯାଇ ଶିଘ୍ର ସୁସ୍ଥ କରାଯିବ । ଡାକ୍ତରଙ୍କ ସୁଚନା ଅନୁସାରେ ପନ୍ତଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଚାରିରୁ ଛଅ ମାସ ସମୟ ଲାଗିପାରେ ।

Share this story