ଖସିଲା ଟ୍ରାକ୍ଟର୍-ଟ୍ରଲି, ଜଳାଶୟରେ ପଡ଼ି ମହିଳା ଓ ପିଲାଙ୍କ ସମେତ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଗଙ୍ଗାସ୍ନାନ ପାଇଁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟର୍-ଟ୍ରଲି ଆଜି ସଡ଼କ ଦୁର୍ଘଟଣା ଯୋଗୁଁ ଜଳାଶୟରେ ଖସିପଡ଼ିବାରୁ ଅୂନ୍ୟନ ୨୪ ଜଣଙ୍କର ମୃତ୍ୟୁ ଘଟି ଥିବା ଜଣାପଡିଛି।
ସୂଚନା ମୁତାବକ ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଗ୍ରାମର ଅଧିକାଂଶ ମହିଳା ଓ ପିଲା ସେ ଟ୍ରାକ୍ଟର୍-ଟ୍ରଲିରେ ଯାଉଥିଲେ। ମୃତକଙ୍କ ମଧ୍ୟରେ ୧୩ ମହିଳା, ୧୦ ଶିଶୁ ଏବଂ ଜଣେ ପୁରୁଷ ଅଛନ୍ତି।
ଆଧିକ ପଢନ୍ତୁ: ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!
ଖବର ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଯାଉଥିବା ଉକ୍ତ ଟ୍ରାକ୍ଟର୍-ଟ୍ରଲି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଜଳାଶୟରେ ପଡ଼ିଯାଇଥିଲା। । ସ୍ଥାନୀୟ ଜନସାଧାରଣ ଓ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଚଳାଇଛନ୍ତି। ଜଳାଶୟରୁ ଉଦ୍ଧାର କରାଯାଇଥିବା ଶବଗୁଡ଼ିକୁ ପଟିୟାଲୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।
ଆଧିକ ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ