ହଠାତ ଆସିଲା ପ୍ରଳୟଙ୍କାରୀ ବନ୍ୟା, ପ୍ରବଳ ଜଳ ସ୍ରୋତରେ ଭାସିଗଲେ ୨୩ ଯବାନ
 

23 Army personnel missing due to flash flood in Teesta River in Sikkim
ପ୍ରବଳ ଜଳ ସ୍ରୋତରେ ଭାସିଗଲେ ୨୩ ଯବାନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ହଠାତ ଆସିଲା ପ୍ରଳୟଙ୍କାରୀ ବନ୍ୟା। ଉତ୍ତର ସିକିମର ଲାଚେନ୍ ହ୍ରଦ ଉପରେ ହଠାତ୍ ବାଦଲ ଫଟା ବର୍ଷା ହେବା ପରେ ଲାଚେନ୍ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରବଳ ଜଳ ସ୍ରୋତରେ ୨୩ ଯବାନ ଭାସିଯାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ନିଖୋଜ ଯବାନଙ୍କ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ କିଛି ସେନାଗାଡି ମଧ୍ୟ ବନ୍ୟାପାଣିରେ ବୁଡି ରହିଥିବା କୁହାଯାଉଛି। ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରି ପ୍ରତିରକ୍ଷା ବିଭାଗ PRO କହିଛନ୍ତି ଯେ ପ୍ରବଳ ବର୍ଷା କାରଣରୁ ଚୁଙ୍ଗଥାଙ୍ଗ ଡ୍ୟାମରୁ ହଠାତ ପାଣି ଛଡାଯାଇଥିଲା।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ନିର୍ଗତ ହେତୁ ହଠାତ୍ ଜଳସ୍ତର ୧୫-୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଲା। ଏହି କାରଣରୁ, ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ପ୍ରଭାବିତ ହୋଇଥିଲା। ଉପତ୍ୟକାରେ କେତେକ ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି ଏବଂ ସବିଶେଷ ତଥ୍ୟ ନିଶ୍ଚିତ କରିବାକୁ ଉଦ୍ୟମ ଚାଲିଛି । ୨୩ ଯବାନ ନିଖୋଜ ଥିବା ଏବଂ କିଛି ପାଣିରେ ବୁଡ଼ି ଯାଇଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ: ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟା ପଟ୍ଟନାୟକ ହେଲେ ସମ୍ବାଦର ନୂଆ ସଂପାଦକ

ଅନ୍ୟପଟେ ସିକିମ ପ୍ରଶାସନ ଜାରି କରିଛି ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

Share this story