ମହିଳାଙ୍କ ଠାରେ ସ୍ତନ କର୍କଟ ଅଧିକ କାହିଁକି ହୁଏ ? କଣ ରହିଛି କାରଣ ? ଜାଣନ୍ତୁ ସଂକ୍ଷେପରେ 
 

What Are the Symptoms of Breast Cancer
କାହିଁକି ହୁଏ ସ୍ତନ କ୍ୟାନସର ? 
 

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତନ କର୍କଟ ହେଉଛି ଏକ କର୍କଟ ଯାହା ବିଶେଷତଃ ମହିଳାମାନଙ୍କ ସ୍ତନରେ ଦେଖାଯାଏ ଏବଂ ଏହା ବିଶ୍ୱର ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ପ୍ରକାରର କର୍କଟ ଅଟେ। ସ୍ତନ କର୍କଟ ପଛର ଏହା ହେଉଛି କାରଣ ବୋଲି କହିବା ଅତ୍ୟନ୍ତ କଷ୍ଟକର। 

କିନ୍ତୁ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ପଛର କାରଣ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ହୋଇପାରେ। ଏହା ପଛର କାରଣଗୁଡ଼ିକ ହେଉଛି ବୟସ ବୃଦ୍ଧି, ଜେନେଟିକ୍ସ, ମେଦବହୁଳତା, ଧୂମପାନ, ଅତ୍ୟଧିକ ମଦ୍ୟପାନ କରିବା, ସନ୍ତାନ ଜନ୍ମ ନକରିବା ଏବଂ ବୟସ୍କ ବୟସରେ ସନ୍ତାନ ଜନ୍ମ କରିବା।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ସ୍ତନ କର୍କଟ ଲକ୍ଷଣ :- 

ସ୍ତନ କର୍କଟ ରୋଗର ଲକ୍ଷଣ ମଧ୍ୟରେ ସ୍ତନ ମଧ୍ୟରେ ଗଣ୍ଠି, ସ୍ତନର ଆକାର ପରିବର୍ତ୍ତନ, ସ୍ତନମୁହଁ/ ନିପଲ୍ ଟାଣିହୋଇ ରହିବା, ସ୍ତନ କିମ୍ବା ଏହା ପାଖରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ। ସ୍ତନରୁ ଧଳା ରଙ୍ଗ, ଚର୍ମ ପରିବର୍ତ୍ତନ ହୁଏ। ଯଦି ଆପଣ ଏହି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରନ୍ତୁ। 

୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାମୋଗ୍ରାମ୍ ପ୍ରାୟତଃ ପରାମର୍ଶ ଦିଆଯାଏ। ସ୍ତନ କର୍କଟ ରୋକିବାରେ ଅସ୍ତ୍ରୋପଚାର, କେମୋଥେରାପି, ହରମୋନ୍ ଥେରାପି ଅନ୍ତର୍ଭୁକ୍ତ। ଯଦି ଏହା ସମୟ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ମଧ୍ୟ ହୋଇପାରେ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ସ୍ତନ କର୍କଟ ରୋଗର କାରଣ:-

ମହିଳାମାନଙ୍କଠାରେ ଏହା ମୁଖ୍ୟତ ଦେଖାଯାଏ, ଯଦିଓ ପୁରୁଷଙ୍କଠାରେ ମଧ୍ୟ ସ୍ତନ କର୍କଟ ଦେଖାଦେବା ବିରଳ ନୁହେଁ। ବୟସରେ ବୃଦ୍ଧି। ପରିବାରରେ କାହାକୁ ଯଦି ପୂର୍ବରୁ ସ୍ତନ କର୍କଟ ହୋଇଥାଏ, ତା ହେଲେ ଅନ୍ୟ ମହିଳାଙ୍କୁ ହେବାର ସମ୍ଭାବନା ଅଧିକ ଥାଏ। ଯଦି ପୂର୍ବରୁ ପ୍ରାକ୍-କର୍କଟର ଲକ୍ଷଣ ବା ଅର୍ବୁଦ ଦେଖାଦିଏ । 

ବଂଶାନୁକ୍ରମିକ ଜିନ୍‌ର ପ୍ରଭାବ – BRCA-1 ଓ BRCA-2 ଜିନ୍‌ରେ ପରିବର୍ତ୍ତନ ମଧ୍ୟ ସ୍ତନ କର୍କଟର ସମ୍ଭାବନା ହୋଇଥାଏ । ମେଦବହୁଳତା । ଶୀଘ୍ର/ ଅଳ୍ପ ବୟସରେ ଋତୁସ୍ରାବ ଆରମ୍ଭ ହେବା । ବିଳମ୍ବ/ ଅଧିକ ବୟସରେ ଋତୁସ୍ରାବ ବନ୍ଦ ହେବା । ଗର୍ଭଧାରଣରେ ବିଳମ୍ବ । ଗର୍ଭନିରୋଧକ ବଟିକା/ ଔଷଧର ବ୍ୟବହାର ମଦ୍ୟପାନ କରିବା ଦ୍ବାରା ବ୍ରେଷ୍ଟ କ୍ୟାନସର ହୋଇଥାଏ  ।ତେଣୁ ଏହାକୁ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ। ଏବଂ ଡାକ୍ତରଙ୍କ ପରାମଶ୍ର ଅନୁସାରେ ସିକିତ୍ସିତ ହୁଅନ୍ତୁ।

ଅଧିକ ପଢନ୍ତୁ :ଏହି ଖାଦ୍ୟ ଖାଇବା ଶୀଘ୍ର ବନ୍ଦ କରନ୍ତୁ ; ନଚେତ୍ ଭୋଗିବେ ପେଟ କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ
 

Share this story