ଆପଣ ଜାଣନ୍ତି କି ଜଣ୍ଡିସ କାହିଁକି ହୁଏ? ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ...
 

Symptoms of jaundice
ଜଣ୍ଡିସ୍ ହେବାର ଲକ୍ଷଣ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଖିର ଧଳାଭାଗ ହଳଦିଆ ଦିଶିବା, ଜିଭ, ହାତ, ପାଦ ଏବଂ ନଖ ଆଦି ହଳଦିଆ ପଡ଼ିଗଲେ ଏହାକୁ ଜଣ୍ଡିସ୍ ବୋଲି କୁହାଯାଏ। ଲିଭରରେ କେତେକ ସମସ୍ୟା ଯୋଗୁଁ ଜଣ୍ଡିସ୍ ହୋଇଥାଏ ବୋଲି କୁହନ୍ତି ଡାକ୍ତର।ଜଣ୍ଡିସ ଏପରି ଏକ ରୋଗ ଯାହା ଦୂଷିତ ଖାଦ୍ୟ କିମ୍ବା ଜଳ ଦ୍ୱାରା ବ୍ୟାପିଥାଏ, ଏହି ରୋଗ ଯକୃତରେ ସଂକ୍ରମଣର କାରଣ ହୋଇଥାଏ । 

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ଏହି ରୋଗ ପିଲା ଠାରୁ ବୃଦ୍ଧମାନଙ୍କ ମଧ୍ୟରେ ଦେଖାଯାଇଥାଏ। ବିଭିନ୍ନ କାରଣରୁ ଯକୃତ ସଂକ୍ରମିତ ହୋଇ କାମଳ ବା ଜଣ୍ଡିସ୍ ହୋଇଥାଏ। ଦୂଷିତ ପଦାର୍ଥ ଖାଇବା , ନିଶାଦ୍ରବ୍ୟ ଓ ମଦ୍ୟପାନ, ସଂକ୍ରମିତ ରକ୍ତ ନେବା ଦ୍ବାରା ପିତ୍ତମୁଣି ଯକୃତରେ ବାଧା ସୃଷ୍ଟି ଦ୍ବାରା କାମଳ ରୋଗ ହୋଇଥାଏ।

ଏହି ରୋଗ ଯେକୌଣସି ବୟସରେ ହୋଇପାରେ, ମାତ୍ର ନବଜାତ ଶିଶୁ ମାନଙ୍କଠାରେ ଏହା ଏକ ସାଧାରଣ ସମସ୍ୟା ଅଟେ। ତେବେ ଜଣ୍ଡିସ ହୋଇଥିବା ଲୋକମାନଙ୍କ ଶରୀରରେ ସାଧାରଣତଃ ଏହିସବୁ ଲକ୍ଷଣ ଦେଖିବାକୁ ମିଳିଥାଏ...

ଅଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ହଠାତ୍ ଆଖିର ଧଳା ଅଂଶରେ ହଳଦିଆ ଦେଖାଯାଏ।
ଚର୍ମ ଏବଂ ନଖର ରଙ୍ଗ ମଧ୍ୟ ହଳଦିଆ ଦେଖାଯାଇଥାଏ।
ଜଣ୍ଡିସରେ ପରିସ୍ରା ରଙ୍ଗ ଗାଢ ହଳଦିଆ ହୋଇଯାଏ।
ଶରୀରରେ ଅଧିକ ବିଲୁରିବିନ୍ ଜମା ହୋଇଯାଏ ଓ ଆଖି, ନଖ, ଚର୍ମ ଓ ପରିସ୍ରା ହଳଦିଆ ଦିଶିଥାଏ
ଖାଦ୍ୟ ହଜମ ପାଇଁ ପିତ୍ତରସ ଝରୁଥିବା ନଳୀ ବା ବାଇଲ୍‌ ଡକ୍‌ଟ ଅବରୋଧ ଫଳରେ ବାଇଲ କ୍ଷୁଦ୍ରାନ୍ତକୁ ନଯାଇ ରକ୍ତରେ ପ୍ରବେଶ କରେ।
ଜ୍ବର, ଦୁର୍ବଳତା, ଅଗ୍ନିମାନ୍ଦ୍ୟ, ବାନ୍ତି, ମଳବଦ୍ଧତା, ମୂତ୍ରନଳୀ ଓ ଯକୃତରେ ବେଦନା ଭଳି ଲକ୍ଷଣ ଦେଖାଯାଏ।
ଯକୃତ ବୃଦ୍ଧି ହୋଇ ପେଟର ଉପରିଭାଗ ଦରଜ ହୁଏ
ପେଟ ଭାରିଲାଗେ, ଅବସନ୍ନ ଶରୀର ବିଶ୍ରାମ ନେବାକୁ ଇଚ୍ଛା ହୁଏ।

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story