ସକାଳୁ ପେଟ ସଫା ହେବାରେ ହେଉଛି କି ସମସ୍ୟା ? କରନ୍ତୁ ଏହି କାମ, ଥରକେ ହେବ ସଫା

Struggling in digestion and clean stomach at morning know the tips to prevent
ପେଟ ସଫା ହେବାରେ ସମସ୍ୟା ହେଉଛି? ସକାଳୁ କରନ୍ତୁ ଏହି କାମ

ଓଡ଼ିଆ ଗସିପ୍ ବ୍ୟୁରୋ: ପେଟ ସମସ୍ୟା ଏବେ ଏକ ଗୁରୁତର ବ୍ୟାଧି ହୋଇଗଲାଣି । ଖାଦ୍ୟପେୟରେ ଅନିୟମିତତା କାରଣରୁ କମ୍ ବୟସରେ ବି ପେଟ ସମସ୍ୟା ଦେଖାଦେଇଥାଏ । ଏପରିକି ପେଟ ସଫା ନରହି ଗୋଳମାଳିଆ କରିଥାଏ । ଥରକରେ ପେଟ ସଫା ହୁଏ ନାହିଁ । ଠିକ୍ ସମୟରେ ନଖାଇବା, ଶୋଇବାରେ ସମୟସୀମା ନରହିବା କାରଣରୁ ଏଭଳି ଚିନ୍ତାଜନକ ପରିସ୍ଥିତି ଉପୁଜୁଛି ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ତେଣୁ ଥରକରେ ପେଟ ସଫା ନହେବା ଏବେ ସାଧାରଣ ହୋଇଗଲାଣି । ହଜମ ପ୍ରକ୍ରିୟା ସଠିକ୍ ଭାବେ ହେଉନଥିବାରୁ ଏଭଳି ସମସ୍ୟା ହେଉଛି । ବଦହଜମି ହେଲେ ପେଟ କାଟିବା, ଖଟା ହାକୁଟି ଆସିବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଯଦି ଆପଣ ବି ଚାହୁଁଛନ୍ତି ପେଟ ସଫା ରହୁ ଏବଂ ଥରକେ ପେଟ ସଫା ହୋଇଯାଉ ତେବେ ସକାଳୁ ଏଭଳି କିଛି କରିବାକୁ ପଡିବ ।

ଗରମ ପାଣି ପିଅନ୍ତୁ: ସକାଳୁ ଗରମ ପାଣି ପଇବା ବିଷୟରେ ଶୁଣିଥିଲେ ନିଶ୍ଚୟ । କିନ୍ତୁ ଯଦି ଆପଣ ଏହାର ଫାଇଦା ବାବଦରେ ଜାଣିନାହାନ୍ତି ତେବେ ତୁରନ୍ତ ଜାଣିବା ଉଚିତ୍ । ବେଡ୍‌ରୁ ଉଠିବା ପରେ ତୁରନ୍ତ ଗୋଟିଏ ଗ୍ଲାସ୍ ଉଷୁମ ପାଣି ପିଇବା ଆରମ୍ଭ କରନ୍ତୁ । ଏଥିରେ ଆପଣ କିଛି ଲେମ୍ବୁ ରସ ମଧ୍ୟ ପକାଇପାରିବେ । ଯେଉଁଥିରେ ହଜମ କ୍ରିୟା ଭଲ ହୋଇଥାଏ ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଉଷୁମ ପାଣି ଏମିତି ପିଅନ୍ତୁ: ଅଦା ରସ, ତୁଳସୀ ପତ୍ର, ତେଜ ପତ୍ର, ଡାଲଚିନି, ଇଲାଇଚି ପକାଇ ପାଣିକୁ ଭଲ ଭାବେ ଫୁଟାଇ ଥଣ୍ଡା ହେବା ପରେ ବଦହଜମି ଦୂର ହୋଇଯିବ। ଏହାକୁ ନିୟମିତ ପିଇବା ଦ୍ବାରା ଶରୀର ସତେଜ୍ ରହିବା ସହିତ ଚର୍ବି ଅଂଶ ବି ଦୂର ହୋଇଥାଏ ।

ସକାଳୁ ଶାନ୍ତ ରୁହନ୍ତୁ: ସକାଳୁ ଉଠିବା ପରେ କିଛି ସମୟ ଶାନ୍ତ ମନରେ ରୁହନ୍ତୁ । ଯାହା ଫଳରେ ପାଚନ କ୍ରିୟା ଭଲ ହୋଇଥାଏ ଏବଂ ମସ୍ତିସ୍କକୁ ଆରାମ୍ ମଧ୍ୟ ମିଳିଥାଏ । ସକାଳୁ ଅଧିକ ଭଲ୍ୟୁମ୍‌ରେ ଆଲାର୍ମ ଦେଉଥିଲେ ସାବଧାନ । ଏହା ଦ୍ବାରା ହଠାତ୍ ହୃଦସ୍ପନ୍ଦନ ବଢିଯାଏ ଏବଂ ପେଟ ଉପରେ ପ୍ରଭାବ ବି ପଡେ । ତେଣୁ ସକାଳୁ ଉଭୟ ଶରୀର ଓ ମସ୍ତିସ୍କକୁ ଶାନ୍ତ ରଖନ୍ତୁ ।

ନିଜକୁ ସମୟ ଦିଅନ୍ତୁ: ନିତିଦିନିଆ ଲାଇଫ୍‌ଷ୍ଟାଇଲ୍‌ ଏବଂ ଦାୟିତ୍ବ କାରଣରୁ କିଛି ବ୍ୟକ୍ତି ସର୍ବଦା ବ୍ୟସ୍ତ ରହିଥାନ୍ତି । ଯାହା ଫଳରେ ବ୍ୟକ୍ତିଗନ ଜୀବନରେ ରୁଟିନ୍ ପରିବର୍ତ୍ତନ ହୋଇଯାଏ । ପେଟ ସଫା କରିବା ପାଇଁ ହେଲେ ନିଜେ ନିଜ ପାଇଁ ସମୟ ଦେବା ଉଚିତ୍ । ସକାଳୁ ଯୋଗ, ଧ୍ୟାନ କଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଶାନ୍ତ ଏବଂ ଚାପମୁକ୍ତ ରହିବା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ ।

ଖାଇବା ପିଇବାରେ ଧ୍ୟାନ: ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବା କଥା ସମ୍ପୂର୍ଣ୍ଣ ଭାବେ ମନରୁ ପଳାଏ । ଖାଇବା ସମୟରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ପେଟ ସମସ୍ୟା ଦେଖାଦେଇଥାଏ । ଜଲଦି ଜଲଦି ଖାଇକି ବାହାରିଯିବା ବି ପେଟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଖାଇବା ସମୟରେ ଧିରସ୍ଥିର ହୋଇ ଆରାମ୍‌ରେ ଖାଇବା ଉଚିତ୍ । ଏହା ସହିତ ଫାଷ୍ଟଫୁଡ୍, ଜଙ୍କଫୁଡ୍ ତଥା ବାହାରେ ଖାଇବା ଠାରୁ ଦୂରେଇ ରହିଲେ ସ୍ବାସ୍ଥ୍ୟ ଏବଂ ପେଟ ପାଇଁ ଭଲ ।

Share this story