ଡରାଉଛି ସ୍କ୍ରବ୍ ଟାଇଫସ୍; ସଜାଗ ରହିବାକୁ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍କ୍ରବ୍ ଟାଇଫସ୍କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ଜିଲ୍ଲାରୁ ସ୍କ୍ରବ୍ ଟାଇଫସ୍ ଓ ଲେପଟୋସ୍ପିରୋସିସ୍ ରୋଗ ସମ୍ପର୍କିତ ରିପୋର୍ଟ ଆସୁଛି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ସ୍କ୍ରବ୍ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।
ଏପରିସ୍ଥଳେ ଡାକ୍ତରଖାନାରେ ନିଦାନ ତଥା ସର୍ଭିଲାନ୍ସ ବ୍ୟବସ୍ଥା କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ଏଥିପାଇଁ ଡାକ୍ତରଖାନାରେ ଡିପିଏଚ୍ଏଲ୍ ପରୀକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା ପାଇଁ କିଟ୍ ମଧ୍ୟ ଉପଲବ୍ଧ କରାଯିବ। ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
ଏହାର ବ୍ୟବହାର ସମ୍ପର୍କରେ ଡାକ୍ତରମାନଙ୍କୁ ସଚେତନ କରାଯିବା ସହ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଗୁଆ ଔଷଧ ମହଜୁଦ ରଖାଯିବ। ଏହି ରୋଗରେ କେହି ପ୍ରାଣ ହରାଇଲେ ତାହାର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ଦେବା ସହିତ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯିବ। ନିୟମିତ ଭାବେ ନୂଆ ରୋଗୀଙ୍କ ବିବରଣୀ ବିଭାଗକୁ ପ୍ରଦାନ କରିବା ପାଇଁ କୁହାଯାଇଛି।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!
ସୂଚନାଅନୁସାରେ, ଏହି ରୋଗ ଏକ କୀଟ ଦ୍ୱାରା ବ୍ୟାପୁଛି। ଘାସ, ବଣବୁଦା ତଥା ମୂଷାଙ୍କ ଶରୀରରେ ଏହି କୀଟ ଚିହ୍ନଟ କରାଯାଇଛି। ଜ୍ୱର କିମ୍ବା ଶରୀରିକ ପୀଡ଼ା ଆରମ୍ଭ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ