ପ୍ରଦୂଷଣ ଯୋଗୁଁ ମଣିଷ ହୃତ୍‌ପିଣ୍ଡ ଓ ମସ୍ତିସ୍କ କୋଷରୁ ମିଳିଲା ୫୫ ହଜାର ପ୍ଲାଷ୍ଟିକ ଖଣ୍ଡ, ପଢନ୍ତୁ ରିପୋର୍ଟ 

Microplastics found in human heart tissues due to pollution problem

ପ୍ରଦୂଷଣର ପ୍ରଭାବ ମଣିଷ ହୃତ୍‌ପିଣ୍ଡ ଓ ମସ୍ତିସ୍କ କୋଷରୁ ମିଳିଲା ପ୍ଲାଷ୍ଟିକ ଖଣ୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ:କିଛି ଦିନ ତଳେ ଏକ ପରୀକ୍ଷଣରୁ ମଣିଷ ରକ୍ତରେ ପ୍ଲାଷ୍ଟିକ୍‌ ଥିବା ପ୍ରମାଣ ମିଳିଥିଲା । ଏହି ପରୀକ୍ଷଣରେ ୮୦ ପ୍ରତିଶତ ଲୋକଙ୍କ ରକ୍ତରେ ପ୍ଲାଷ୍ଟିକ୍‌ର କ୍ଷୁଦ୍ର କଣିକା ରହିଥିବା ଜଣାପଡିଥିଲା । ଏଭଳି ବିଷୟ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଥିଲା ବେଳେ ଏବେ ହୃତ୍‌ପିଣ୍ଡ ଏବଂ ମସ୍ତିସ୍କ କୋଷରେ ମାଇକ୍ରୋପ୍ଲାଷ୍ଟିକ୍‌ର ଉପସ୍ଥିତିକୁ ନେଇ ଆସିଥିବା ରିପୋର୍ଟ ଆହୁରି ଚିନ୍ତାଜନକ ହୋଇପଡ଼ିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଗୋଟିଏ କିମ୍ବା ଦୁଇଟି ନୁହେଁ, ମଣିଷର ହୃତ୍‌ପିଣ୍ଡରେ ୯ପ୍ରକାରର ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିବା ସାଇନ୍ସ ଜର୍ଣ୍ଣାଲ ଏସିଏସ୍‌ରେ ପ୍ରକାଶିତ ଏହି ରିପୋର୍ଟ ବୈଜ୍ଞାନିକମାନଙ୍କୁ ଚିନ୍ତାର ପକାଇଛି। ୩୯ରୁ ୫୫ ହଜାର ପ୍ଲାଷ୍ଟିକ ଖଣ୍ଡ ନିଶ୍ୱାସ ଏବଂ ଖାଦ୍ୟ, ପାନୀୟ ମାଧ୍ୟମରେ ମଣିଷ ଶରୀର ମଧ୍ୟକୁ ପ୍ରବେଶ କରୁଛି । ପ୍ରତ୍ୟେକ ସପ୍ତାହରେ ମଣିଷ ପରୋକ୍ଷରେ ଏକ କ୍ରେଡିଟ କାର୍ଡ ଆକାରର ପ୍ଲାଷ୍ଟିକ ଖାଉଥିବା ବେଳେ ଶିରା, ପ୍ରଶିରା ଦେଇ ଏବେ ଏହା ହୃତ୍‌ପିଣ୍ଡ ଏବଂ ମସ୍ତିସ୍କରେ ପହଞ୍ଚିଲାଣି ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ୧୫ଜଣଙ୍କ ହୃଦ୍‌ ଅସ୍ତ୍ରୋପଚାର କରାଯିବା ପରେ ଲେଜର ଡାଇରେକ୍ଟ ଇନଫ୍ରାରେଡ ଇମୋଜିଂ ସିଷ୍ଟମ ମାଧ୍ୟମରେ ଏହାର ଉପରିସ୍ଥ ଭାଗକୁ ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ପ୍ରତ୍ୟେକ ଟିସ୍ୟୁରେ ୯ ପ୍ରକାର ମାଇକ୍ରୋପ୍ଲାଷ୍ଟିକ ରହିଥିବା ଜଣାପଡ଼ିଥିଲା ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ମସ୍ତିସ୍କରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ଜଣେ ବ୍ୟକ୍ତିର ଭାବପ୍ରବଣତା ଓ ନିଷ୍ପତ୍ତି ଗ୍ରହଣ କରିବା ଦକ୍ଷତାକୁ ପ୍ରଭାବିତ କରୁଥିଲା ବୋଲି ବୈଜ୍ଞାନିକମାନେ ଜାଣିପାରିଥିଲେ। ଏହାଦ୍ବାରା ମସ୍ତିସ୍କର ଅନେକ ଅଂଶ ପରୋକ୍ଷରେ କ୍ଷତିଗ୍ରସ୍ତ ହେବା ସହିତ ସୁରକ୍ଷାଚକ୍ର ଭାବେ ରହିଥିବା ‘ ବ୍ରେନ-ବ୍ଲଡ ବ୍ୟାରିୟର’ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା କୁହାଯାଇଛି। ଏହା ବାହ୍ୟ ପଦାର୍ଥକୁ ମସ୍ତିସ୍କ କୋଷ ମଧ୍ୟରେ ପ୍ରବେଶ ରୋକିଥାଏ । ପ୍ଲାଷ୍ଟିକର ବ୍ୟବହାର ବନ୍ଦ ନ ହେଲେ ଆଗାମୀ ଦିନରେ ଅନେକ ଅଦ୍ଭୁତ କିସମର ମାନସିକ ରୋଗ ସୃଷ୍ଟି ହେବାର ଆଶଙ୍କା ବଢିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି ।

Share this story