ରୁପି ହେଉଥିଲେ, ଚୁଟି ଝଡୁଥିଲେ ବ୍ୟବହାର କରନ୍ତୁ ଏହି ଫୁଲ; ଦୂର ହେବ ସମସ୍ୟା
 

Marigold flower cures many diseases
ଔଷଧୀୟ ଗୁଣରେ ଭରପୂର ଏହି ଫୁଲ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜା କାମରେ ଫୁଲର ବ୍ୟବହାର ଅଧିକ ହୋଇଥାଏ। ଏହା ସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟଗୁଣ ବିଭିନ୍ନ ରୋଗ ଦୂର କରିଥାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୁ ଔଷଧ ଭାବେ ଖାଇପାରିବେ। ନଚେତ୍‌ ଏସବୁର ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଅଛି। 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ପ୍ରାଚୀନ କାଳରେ ଯେତେବେଳେ ଆଧୁନିକ ଔଷଧ ବାହାରି ନ ଥିଲା, ସେତେବେଳେ ଏହି ଫୁଲଗୁଡ଼ିକ ଔଷଧ ଭାବରେ ବ୍ୟବହୃତ ହେଉଥିଲା। ଏହା ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ମଧ୍ୟ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗେଣ୍ଡୁ ଫୁଲର ସୁବାସିତ ବାସ୍ନା ସାଙ୍ଗକୁ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ଏହା ଆମକୁ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରେ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ଆୟୁର୍ବେଦ ଚିକିତ୍ସା ଅନୁଯାୟୀ, ଗେଣ୍ଡୁ ଫୁଲରେ ଅନେକ ଔଷଧୀୟ ଗୁଣ ମିଳିଥାଏ। ଏହି କାରଣରୁ, ଏହା ଆୟୁର୍ବେଦର ଅନେକ ଔଷଧରେ ବ୍ୟବହୃତ ହୁଏ। ଏଥିରୁ ଭିଟାମିନ୍ ଏ, ଭିଟାମିନ୍ ବି, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଅନେକ ପ୍ରକାରର ରୋଗ ସହିତ ମୁକାବିଲା କରିବାରେ ସାହାଯ୍ୟ କରେ। ଏହା ମୁଖ୍ୟତଃ ଚୁଟି ଝଡ଼ିବା, ରୁପି, ମୁଣ୍ଡ ଘା, ଯାଦୁ, କାଛୁ ଓ କୁଣ୍ଡିଆ ପାଇଁ ବ୍ୟବହୃତ ହୁଏ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

କିପରି କରିବେ ବ୍ୟବହାର:

ଗେଣ୍ଡୁ ଫୁଲକୁ ଭଲଭାବେ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହି ପେଷ୍ଟ୍‌କୁ ଖପୁରି, ଯାଦୁ, କାଛୁ ଓ କୁଣ୍ଡିଆ ଯାଗାରେ ଲଗାନ୍ତୁ। ଏହା ରାମବାଣ ଭଳି କାମ କରେ। କିଛି ଦିନ ପରେ ଏହି ସମସ୍ୟା ଦୂର ହୋଇଯାଏ। ଏହାର ପତ୍ରର ମଧ୍ୟ ଚମତ୍କାର ଗୁଣ ଅଛି। କୌଣସି କାରଣରୁ ଦେହରେ ଆଘାତ ହୋଇ ଯଦି ରକ୍ତସ୍ରାବ ହେଉଥାଏ ତେବେ ଏହାର ପତ୍ରର ରସକୁ ସେହି ସ୍ଥାନରେ ଲଗାଇବା ଦ୍ୱାରା ସାଙ୍ଗେ ସାଙ୍ଗେ ରକ୍ତ ବୋହିବା ବନ୍ଦ ହୋଇଯାଏ।

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

Share this story