ବଣିକ ଶିକ୍ଷାନୁଷ୍ଠାନର ସ୍ୱାସ୍ଥ୍ୟସେବା ଅଭିଯାନ

Health Check camp organised by Vanik in rural areas

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): କେବଳ ଶିକ୍ଷାଦାନ ନୁହେଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଆଗକୁ ଆସିଛି ବଣିକ ଶିକ୍ଷାନୁଷ୍ଠାନ । ଏହାର ପ୍ରତିଷ୍ଠାତା ସୁବ୍ରତ କୁମାର ଛାଟୋଇଙ୍କ ସାହାଯ୍ୟ ଓ ସହଯୋଗରେ ଆରମ୍ଭ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଶିବିରକୁ ପ୍ରାଥମିକତା ଦିଆଯାଇଛି । ଏହି ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଡାକ୍ତରୀ ପରାମର୍ଶ ମାଗଣାରେ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ଦିବସରେ "ବଣିକ୍‌" ଅନୁଷ୍ଠାନର ନୂଆ ସଂକଳ୍ପ

ଏହିକ୍ରମରେ ପୁରୀ ଜିଲ୍ଲା ଗୋରୁଆଳ ପଞ୍ଚାୟତର କଣ୍ଟିକେରା ଗ୍ରାମଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀମାନେ ଆଣ୍ଠୁ, ଅଣ୍ଟା, କାନ୍ଧ ଆଦିର ଯନ୍ତ୍ରଣା ସମ୍ବନ୍ଧୀୟ ସମସ୍ୟାର ପରୀକ୍ଷା କରାଇବା ସହିତ ନ୍ୟୁରୋ ଥେରାପି ମାଧ୍ୟମରେ ଏସବୁ ରୋଗର ଉପଚାର ବିଷୟରେ ଜାଣିବାକୁ ପାଇଥିଲେ ।

ଗ୍ରାମବାସୀମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରମାନେ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରିଥିଲେ ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଅଧିକ ପଢ଼ନ୍ତୁ: ଏମିତି ବି ମୃତ୍ୟୁ ଆସେ : ପରିବାର ସହ ମା’ତାରିଣୀଙ୍କ ଦର୍ଶନ ବେଳେ ହଠାତ ଚାଲିଗଲା ମହିଳାଙ୍କ ଜୀବନ 

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ ହେବ ବୋଲି ବଣିକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଛାଟୋଇ କହିଛନ୍ତି । ସେ କହିଛନ୍ତି- ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏହି ସଚେତନତାର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଶଂସନୀୟ କାର୍ଯ୍ୟ କରୁଥିବା ବେଳେ ସେଥିରେ କିଞ୍ଚିତ ସହଯୋଗ କରିବା ଆମର ଏକ ଗୁରୁ ଦାୟିତ୍ୱ । ଏଥିପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯିବ ବୋଲି ସେ କହିଛନ୍ତି ।

Share this story