ସ୍ୱାଧୀନତା ଦିବସରେ "ବଣିକ୍‌" ଅନୁଷ୍ଠାନର ନୂଆ ସଂକଳ୍ପ

Vanik head took oath to provide free education to aspirants

ଓଡ଼ିଆ ଗସିପ୍ ବ୍ୟୁରୋ: ପବିତ୍ର ସ୍ୱାଧୀନତା ଦିବସରେ ରାଜ୍ୟର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ "ବଣିକ୍‌" ପକ୍ଷରୁ ନୂଆ ସଂକଳ୍ପ ଘୋଷଣା କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟପଥରୁ ଆର୍ଥିକ ପ୍ରତିବନ୍ଧକ ଦୂର କରିବାକୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହେବ । ଆର୍ଥିକ ଅନଗ୍ରସର ପିଲାଙ୍କୁ ମାଗଣା କୋଚିଂ ସୁବିଧା ସହିତ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବାକୁ ଏକ ସାମାଜିକ ପ୍ରତିବଦ୍ଧତା ଭାବେ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ଛାଟୋଇ କହିଛନ୍ତି ।

ଶିକ୍ଷାନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଆଇଆରସି ଭିଲେଜସ୍ଥିତ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଠନ ସଂକଳ୍ପର ଅବତାରଣା କରିଥିଲେ ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଛାଟୋଇ ।

ଅଧିକ ପଢ଼ନ୍ତୁ: ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି

ଅଧିକ ପଢ଼ନ୍ତୁ: ସୃଷ୍ଟିହେବ ଲଘୁଚାପ : ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

ନୂତନ ଓଡ଼ିଶା ଗଠନର ମୁଖ୍ୟ ଆଧାର ହେଉଛି ଶିକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଏବଂ ୫-ଟି ଉପକ୍ରମରେ ଓଡ଼ିଶା ଆଜି ଶିକ୍ଷାକ୍ଷେତ୍ରରେ ବହୁତ ଆଗକୁ ବଢ଼ିଛି । ନିରନ୍ତର ଭାବେ ପ୍ରଗତି ହାସଲ ହେଉଛି । ତେବେ ଆର୍ଥିକ ସ୍ଥିତି କୌଣସି ପିଲାଙ୍କ ପାଠପଢ଼ାରେ ଯେଭଳି ବାଧକ ନ ହୁଏ ସେଥିପ୍ରତି ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି । ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃପକ୍ଷେ ସେଭଳି ଜଣେ ଲେଖାଏଁ ପିଲାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ଛାଟୋଇ ସମସ୍ତଙ୍କୁ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ, ଆର୍ଥିକ ଅନଗ୍ରସର ପିଲାଙ୍କୁ "ବଣିକ୍‌" ରେ ମାଗଣା କୋଚିଂ ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଛି । ଉପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚୟନ ପ୍ରକ୍ରିୟାରେ ଏହି ଶିକ୍ଷାନୁଷ୍ଠାନରେ ବିନା ଦେୟରେ ନାମଲେଖାର ସୁଯୋଗ ଦିଆଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ବିଶ୍ୱାସ ଆମମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ସ୍ୱାଧୀନତା ପାଳନ ଅବସରରେ ଶ୍ରୀ ଛାଟୋଇ ନିଜ ବକ୍ତବ୍ୟରେ ଦୋହରାଇଥିଲେ ।

Share this story