ଭୁଲରେ ବି ରାତିରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ..ନଚେତ୍ ସୃଷ୍ଟି ହେବ ଅନେକ ରୋଗ

ଓଡ଼ିଆ ଗସିପ୍ ବ୍ୟୁରୋ: ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।
ବିଭିନ୍ନ ପ୍ରକାର ଭୋଜନ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ସଠିକ୍ ଖାଦ୍ୟ, ସଠିକ୍ ସମୟରେ ଖାଦ୍ୟ ଚୟନ କରିବା ଦ୍ୱାରା ଦୀର୍ଘାୟୁ ହେବା ସହ ଶରୀର ସୁସ୍ଥ ରହିଥାଏ। ମାତ୍ର ଅଧିକାଂଶ ଏଥିପ୍ରତି ଧ୍ୟାନ ଦେଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ରାତିରେ କ’ଣ ନ ଖାଇବା ଆବଶ୍ୟକ
ରାତ୍ରି ଭୋଜନରେ ଛଣାଛଣି, ଅଧିକ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହା ଖାଇବାକୁ ସ୍ୱାଦିଷ୍ଟ ହେଲେ ମଧ୍ୟ ରାତିରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ,ଏସିଡିଟି ଆଦି ସମସ୍ୟା ହୋଇଥାଏ। ଏହା ମୋଟାପଣ ମଧ୍ୟ ବୃଦ୍ଧି କରିଥାଏ।
ଅଧିକ ପଢନ୍ତୁ : ଅଧିକ ଚିନି ଖାଉଥିଲେ ସାବଧାନ; ହୋଇପାରେ ଏହି ଭୟଙ୍କର ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ
ରାତିରେ ବ୍ରୋକୋଲି, ସୋରିଷ ଜାତୀୟ ଜିନିଷ, ମୂଳା, ବନ୍ଧାକୋବି, ଫୁଲକୋବି ଆଦି ଖାଆନ୍ତୁ ନାହିଁ। ମୋଟାପଣ ବୃଦ୍ଧି ନହେବା ପାଇଁ ଅନେକ ରାତିରେ ସାଲାଡ ଖାଇବାକୁ ପସନ୍ଦ କରିଥାଆନ୍ତି। ଏଥିରେ ବିଭିନ୍ନ ପ୍ରକାର ପନିପରିବା ରହିଥାଏ। ଯାହା ଫାଇବର, ପୋଟାସିୟମ, ଆଇରନରେ ଭରପୁର। ମାତ୍ର ରାତିରେ ଏସବୁ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାଷ୍ଟ୍ରିକ , ଏସିଡିଟି ଭଳି ସମସ୍ୟା ହୋଇଥାଏ।
ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
ରାତିରେ ଅଳ୍ପ ମାତ୍ରାରେ କିମ୍ବା ହାଲୁକା ଭୋଜନ କରିବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ଅନେକ ଫଳ ରାତ୍ରି ଭୋଜନରେ ଖାଇ ଥାଆନ୍ତି। ମାତ୍ର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ କ୍ଷତି କରିଥାଏ। ଏହାଦ୍ୱାରା ପେଟ ଭର୍ତ୍ତି ନ ହେବା ଦ୍ୱାରା ନିଦରେ ସମସ୍ୟା ସହ ଭଲ ନିଦ ହୋଇନଥାଏ। ଫଳକୁ ସକାଳର ଜଳଖିଆ ପରେ ଓ ଖରାବେଳେ ଖାଇ ପାରିବେ।
ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!