ପିଉଛନ୍ତି କି ଅଧିକ ବିୟର? ଆଜିଠୁ ରୁହନ୍ତୁ ସାବଧାନ, ୫୦ ପ୍ରତିଶତ କମିଯିବ ଶୁକ୍ରାଣୁ, ହୋଇ ପାରିବେନି ବାପା !

Drinking too much bear can harm your health know here facts
ପିଉଛନ୍ତି କି ଅଧିକ ବିୟର? ଆଜିଠୁ ରୁହନ୍ତୁ ସାବଧାନ, ହୋଇ ପାରିବେନି ବାପା !

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନର ସମୟରେ ଯୁବପିଢ଼ି ବିୟର ପିଇବାକୁ ଭଲ ପାଆନ୍ତି। ଏହି ଅଭ୍ୟାସ ସେମାନଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ। ଅଧିକ ପରିମାଣର ବିୟର ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏକ ଗବେଷଣାରେ ଏହା ଦାବି କରାଯାଇଛି ଯେ, ବହୁ ପରିମାଣରେ ବିୟର ପିଇବା ପୁରୁଷଙ୍କ ସେକ୍ସ ହରମୋନ୍‌ ଉପରେ ପ୍ରଭାବ ପକାଇଥାଏ। ଗବେଷକଙ୍କ ଅନୁଯାୟୀ, ଅଧିକ ବିୟର ସେବନ କରୁଥିବା ପୁରୁଷଙ୍କ ପିତା ହେବାର କ୍ଷମତାକୁ ୫୦ ପ୍ରତିଶତ ହ୍ରାସ କରିଦେଇଥାଏ। ଯଦି ଆପଣ ଅଧିକ ବିୟର ପିଅନ୍ତି, ତେବେ ଆଜିଠୁ ସାବଧାନ ରୁହନ୍ତୁ ଏବଂ ବିୟରର ମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ବଢ଼ାଏ ପେଟର ସାଇଜ୍- ଅଧିକ ବିୟର ସେବନ ପୁରୁଷଙ୍କ ପେଟର ଆକାର ବଢ଼ାଇଥାଏ। ଅନ୍ୟ ଏକ ଗବେଷଣାରେ କୁହାଯାଇଛି, ପେଟର ଚର୍ବି ବୃଦ୍ଧି ହେଲେ ପୁରୁଷମାନଙ୍କ ମଧ୍ୟରେ ପିତା ହେବା ଦକ୍ଷତା ମଧ୍ୟ ୧୦ ପ୍ରତିଶତ ହ୍ରାସ ପାଇଥାଏ। ହରମୋନରେ ପରିବର୍ତ୍ତନ ଦେଖାଦେବା- ଅଧିକ ବିୟର ପିଇବା ଦ୍ୱାରା ଏକ ରାସାୟନିକ ପଦାର୍ଥ ଉତ୍ପନ୍ନ ହୁଏ, ଯାହା ଟେଷ୍ଟୋଷ୍ଟେରନକୁ ମହିଳା ସେକ୍ସ ହରମୋନ ଇଷ୍ଟ୍ରୋଜେନରେ ପରିଣତ କରେ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ପେଟର ଚର୍ବି ବଢ଼ିବା କ୍ଷତିକାରକ- ଅନୁସନ୍ଧାନକାରୀଙ୍କ ଅନୁଯାୟୀ ପେଟର ଚର୍ବି ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଅଧିକ ବିପଦଜ୍ଜନକ। ୪୦ ଇଞ୍ଚର ଅଣ୍ଟା ଥିବା ପୁରୁଷମାନେ ୩୨ ଇଞ୍ଚ ଅଣ୍ଟା ଥିବା ପୁରୁଷଙ୍କ ତୁଳନାରେ ପିତା ହେବାର ସମ୍ଭାବନା ୩୩ ପ୍ରତିଶତ କମ୍‌ ରହିଥାଏ। ମେଦବହୁଳତା ଶୁକ୍ରାଣୁ ତିଆରି କରିବା କ୍ଷମତାକୁ କରେ ପ୍ରଭାବିତ ଗବେଷକଙ୍କ ଅନୁଯାୟୀ, ପୁରୁଷମାନଙ୍କଠାରେ ଥିବା ମୋଟାପଣ ଶୁକ୍ରାଣୁ ତିଆରି କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଏ।

Share this story