ସେକ୍ସ ସ୍ୱାସ୍ଥ୍ୟପକ୍ଷେ ଅନେକ ଉପକାର କିନ୍ତୁ ଅଧିକ ସେକ୍ସ କଲେ ଆପଣଙ୍କୁ ହେବ ଏହି ସବୁ ଗମ୍ଭୀର ରୋଗ!
 

Disadvantages of having To much Sex Every Day
ସେକ୍ସ ସ୍ୱାସ୍ଥ୍ୟପକ୍ଷେ ଅନେକ ଉପକାର କିନ୍ତୁ...

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ସୁସ୍ଥ ଜୀବନଶୈଳୀ ଏବଂ ପାର୍ଟନର ସହିତ ସୁସ୍ଥ ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ କରିବା ସ୍ୱାସ୍ଥ୍ୟପକ୍ଷେ ଅନେକ ଉପକାର ମିଳିଥାଏ। ମାନସିକ ସ୍ଥିତିକୁ ଭଲ ରଖିବା ସହିତ ଏହା ହୃଦସ୍ପନ୍ଦନକୁ ସ୍ୱାଭାବିକ ରଖିଥାଏ।  ଏବଂ ଆପଣଙ୍କ ହାର୍ଟକୁ ମଧ୍ୟ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏବଂ ରକ୍ତ ସଞ୍ଚାଳନ ଠିକ୍ ଭାବରେ ମଧ୍ୟ ହୋଇଥାଏ। 

କିନ୍ତୁ ଜାଣିଛନ୍ତି କି ଅଧିକ ସେକ୍ସ କରିବା ଦ୍ୱାରା ଆପଣ ଅନେକ ସମସ୍ୟାରେ ପଡ଼ିପାରନ୍ତି। ଖାସ୍ କରି ଆପଣଙ୍କୁ ଅନେକ ରୋଗ ଗ୍ରାସ କରିଥାଏ । ତେବେ, ଆସନ୍ତୁ ଜାଣିବା ଅଧିକ ସେକ୍ସ କରିବା ଦ୍ବାରା କଣ ସବୁ ସମସ୍ୟା ଦେଖାଦେଇଥାଏ। 

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଅଧିକ ସେକ୍ସ କଲେ ଆପଣଙ୍କୁ ହେବ ଏହି ସବୁ ଗମ୍ଭୀର ରୋଗ :

ସଂକ୍ରମଣର ଭୟ ଅଧିକ ଥାଏ :  ଯଦି ଆପଣ ଅଧିକ ସେକ୍ସ ବା ଶାରୀରିକ ସମ୍ପର୍କ ରଖୁଛନ୍ତି । ତେବେ, ଆପଣଙ୍କ ଠାରେ ଅଧିକ ଯୌନ ସଂକ୍ରମଣର ଭୟ ଅଧିକ ରହିବ । ଖାସ୍ କରି ଆପଣ ଯେତେବେଳ ଅଧିକ ସେକ୍ସ କରୁଛନ୍ତି । ଗୁପ୍ତାଙ୍ଗରେ ବା ଆପଣଙ୍କ ପ୍ରାଇଭେଟ୍ ପାର୍ଟକୁ କ୍ଷତି ପହଞ୍ଚିବ। ଯାହା ଫଳରେ ଆପଣଙ୍କ ପ୍ରାଇଭେଟ୍ ପାର୍ଟ ସଂକ୍ରମିତ ହୋଇଥାଏ। 

ଯାହା ଶିଘ୍ର ସୁସ୍ଥ ହୁଏ ନାହିଁ । ଫଳରେ ଏହି ସଂକ୍ରମଣ ଦିର୍ଘ ଦିନ ପର୍ଯ୍ୟନ୍ତ ରୁହେ । ଏବଂ ଯେଉଁ ସମୟରେ ଆପଣ ସେକ୍ସ ବା ଶାରିରୀକ ସମ୍ପର୍କ ରଖିବେ । ସେହି ସମୟରେ ଆପଣଙ୍କୁ ଯନ୍ତ୍ରଣା ସହ ପୋଡା ଜଳା ମଧ୍ୟ ଅନୁଭବ ହେବ। ଖାସ୍ କରି ମହିଳା ମାନଙ୍କ କ୍ଷେତ୍ରରେ ସଂକ୍ରମଣର ଭୟ ଅଧିକ ଥାଏ। 

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି ପୁରୁଷ : ଯଦି ଆପଣ ଅଧିକ ଥର ସେକ୍ସ କରୁଛନ୍ତି । ତେବେ, ପୁରୁଷମାନଙ୍କ ପାଇଁ ଏହା ବିପଦ ଆଣିପାରେ। ଖାସ୍ କରି ଲଗାତର ସେକ୍ସ କରିବା ଦ୍ବାରା ସେମାନଙ୍କ ଗୁପ୍ତାଙ୍ଗରେ କ୍ଷତ ହୋଇପାରେ। ଯାହା ପରବର୍ତ୍ତୀ ଅବସ୍ଥାରେ ଘା ’ ସୃଷ୍ଟି କରିଥାଏ। ଫଳରେ ଗୁପ୍ତାଙ୍ଗ ମଧ୍ୟ ସଂକ୍ରମିତ ହୋଇ ଫୁଲିଥାଏ। ଯେଉଁଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିପାରେ । 

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ: ଖାସ୍ କରି ଯେଉଁ ମାନେ ସେକ୍ସ ଆଡିକଟେଡ୍ ବା ସେକ୍ସ ବିନା ରହିପାରନ୍ତି ନାହିଁ। ସେମାନଙ୍କ ସେକ୍ସ ନ କରିବା ଦ୍ବାରା ସେମାନଙ୍କ ମାନସିକ ସ୍ଥିତି ଠିକ୍ ରୁହେ ନାହିଁ। ସେକ୍ସ ବିନା ସେମାନେ ବଞ୍ଚିବା ସେମାନଙ୍କ ପାଉଁ କଷ୍ଟକର ହୋଇପାରେ। ଏହା କୌଣସି ନିଶା ଠାରୁ କମ୍ ନୁହେଁ । ଯଦି ଆପଣ ଏହି ନିଶା ଠାରୁ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଡାକ୍ତରଙ୍କ ସହ କଥା ହୁଅନ୍ତୁ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story