ମଧୁମେହ (Diabetes) ରୋଗୀଙ୍କ ପାଇଁ ରାମବାଣ କଦଳୀ ଫୁଲ; ଜାଣନ୍ତୁ କିପରି ସେବନ କରିବେ ଏବଂ ରୋଗକୁ ନିୟନ୍ତ୍ରଣରେ ରଖିବେ...

Banana flower will fight against Diabetes

ଓଡ଼ିଆ ଗସିପ ବ୍ୟୁରୋ: ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରତିକାରକ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ମଧୁମେହ (Diabetes) ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ସାହାଯ୍ୟ କରିବ ।

ବର୍ତ୍ତମାନର ଆଧୁନିକ ସମାଜରେ ଲୋକ ସ୍ବାସ୍ଥ୍ୟକୁ ଅବହେଳିତ କରିବା ଫଳରେ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଯାହା ପାଖରେ ଯେତେ ଟଙ୍କା , ସେ ସେତେ ରୋଗରେ ପୀଡିତ ହେଉଛନ୍ତି । ତେବେ ଏହା ମଧ୍ୟରେ ବିଶେଷ ଭାବରେ ମଧୁମେହ (Diabetes) ଆଉ ହୃଦରୋଗ ବିଶେଷ ଭାବରେ ଅନ୍ତର୍ଭୁକ୍ତ । ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଗ୍ରହଣ କରୁଛନ୍ତି । କିନ୍ତୁ ଏହାକୁ କେବଳ ନିୟନ୍ତ୍ରଣରେ ରଖାଯାଇ ପାରିବ । ଏଥିରୁ ସମ୍ପୂର୍ଣ୍ଣ ଭାବରେ ରକ୍ଷା ମିଳିବ ନାହିଁ । ତେଣୁ ସଠିକ୍ ଭାବରେ ଖାଦ୍ୟ ଖାଇବା ଦ୍ବାରା ଆଉ ଏକ ସୁସ୍ଥ ଖାଦ୍ୟପେୟ ବଜାୟ ରଖିବା ଦ୍ଵାରା ହିଁ ଲୋକେ ଏହି ରୋଗରୁ ରକ୍ଷା ପାଇ ପାରିବେ । କିନ୍ତୁ ଲୋକମାନେ ଏହି ରୋଗର ହାନି ବିଷୟରେ ଜାଣି ମଧ୍ୟ ଏହାକୁ ଅନେକ ସମୟରେ ଅଣଦେଖା କରିଥାନ୍ତି ।

ଅଧିକ ପଢ଼ନ୍ତୁ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି

ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରତିକାରକ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ସାହାଯ୍ୟ କରିବ । ତେବେ ସେହି ଜିନିଷ ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଜିନିଷଟି ପ୍ରକୃତିରୁ ହିଁ ମିଳିଥାଏ । ତାହା ହେଉଛି କଦଳୀ ଫୁଲ (Banana Flower) । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଥାଏ, ଯାହା କର୍କଟ ପରି ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିଥାଏ ।

ଏହା ବ୍ୟତୀତ ଏଥିରେ ଫାଇବର୍‌ ଓ ଆଇରନ୍‌ ମାତ୍ରା ଅତ୍ୟନ୍ତ ରହିଥାଏ । କଦଳୀ ଫୁଲକୁ (Banana Flower) ମଧୁମେହ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୋଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିଥାଏ ।

ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବା ଫଳରେ ଆପଣ ମଧୁମେହର ପ୍ରଭାବକୁ କମ୍ କରିପାରିବେ । ତେଣୁ ଏହାକୁ ପ୍ରତିଦିନ ନିଜ ଖାଦ୍ୟ ସାମଗ୍ରୀରେ ନିୟମିତ ଭାବରେ ଅନ୍ତର୍ଭୁକ୍ତ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଲାଭ ମିଳିବ ।

କଳଦୀ ଫୁଲକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ୱାରା ପାଚନକ୍ରିୟାରେ ଉତ୍ପନ୍ନ ହେଉଥିବା ସମସ୍ୟାର ଦୂର ହୋଇଥାଏ । ଏହାଛଡା ପେଟ ଯନ୍ତ୍ରଣା, ଗ୍ୟାସ, ଖାଦ୍ୟ ପାଚନ ନ ହେବା, ଅମ୍ଳଦୋଷ ଇତ୍ୟାଦି ଦୂର କରେ ।

ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ । ଯାହା ରକ୍ତଚାପକୁ ସନ୍ତୁଳିତ ରଖିବା, ହିମୋଗ୍ଲୋବିନ ସଠିକ ରଖିବା ଶରୀରକୁ ଫୂର୍ତ୍ତି ଯୋଗାଇଥାଏ । ଏଥିରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ରହିବା କାରଣରୁ କ୍ୟାନସର ଭଳି ରୋଗକୁ ଦୂରେଇ ରଖିଥାଏ ।

ଅଧିକ ପଢ଼ନ୍ତୁ : ମୁଣ୍ଡଳି ବ୍ୟାରେଜ୍ ବନ୍ଧ ରେ ଚଢି ମହାନଦୀକୁ ଡେଇଁଲେ ଯୁବତୀ !, କାରଣ ଅସ୍ପଷ୍ଟ...

ମଧୁମେହରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଏହାର ଫୁଲ ବେଶ୍‌ ଲାଭଦାୟକ । ଏହାକୁ ଖାଇବା ଫଳରେ ଇନସୁଲିନ ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ । କଦଳୀ ଫୁଲ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମ ପ୍ରାକୃତିକ ଉପାୟରେ ଚିନ୍ତାକୁ କମ୍‌ କରିବାରେ ସହାୟକ ହୋଇଥାଏ ।

କଦଳୀ ଫୁଲ ଖାଇବା ଯୋଗୁଁ ଶରୀରରେ ଥିବା ପାଥାଜେନିକ ନାମକ ବ୍ୟାକ୍ଟେରିଆର ବୃଦ୍ଧି ହୋଇପାରେ ନାହିଁ । ଏହି ବ୍ୟାକ୍ଟେରିଆ ଆମ ଶରୀରରେ ସଂକ୍ରମଣକୁ ବଢାଇଥାଏ । ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳାମାନେ ଏହି ଫୁଲ ଖାଇବା ଉଚିତ୍ । ଏହାକୁ ଖାଇବା ଫଳରେ କ୍ଷୀର ଗାଢ ହୋଇଥାଏ ଯାହା ଶିଶୁକୁ ପୋଷଣ ଦିଏ ।

Share this story

World Odia Language Conferene