ମୁଣ୍ଡଳି ବ୍ୟାରେଜ୍ ବନ୍ଧ ରେ ଚଢି ମହାନଦୀକୁ ଡେଇଁଲେ ଯୁବତୀ !, କାରଣ ଅସ୍ପଷ୍ଟ...

woman jumped into the river committing suicide

ଓଡ଼ିଆ ଗସିପ ବ୍ୟୁରୋ : ମୁଣ୍ଡଳୀ ମହାନଦୀ ବ୍ରିଜ ଉପରୁ ଜଣେ ଯୁବତୀଙ୍କ ସ୍କୁଟି ଉଦ୍ଧାର । ଯୁବତୀ ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଯୁବତୀଙ୍କ ଘର ସୁନ୍ଦରପଦା ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ : ଆଜି ରବିବାର ବୃଷରେ ପ୍ରବେଶ କରିବାକୁ ଯାଉଛନ୍ତି ସୂର୍ଯ୍ଯ; ମାସେ ପର୍ଯ୍ଯନ୍ତ ଦୁଃଖ ଜୀବନ କାଟିବେ ଏହି ୫ ରାଶି

ଯୁବତୀ ଜଣକ ମୁଣ୍ଡଳୀ ବ୍ରିଜ ନିକଟରେ ସ୍କୁଟି ଥୋଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଁଚି ଯୁବତୀ ଜଣକ ମହାନଦୀକୁ ଡେଇଛନ୍ତି କି କୁଆଡେ ଯାଇଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ।

ଯଦି ଯୁବତୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାନ୍ତି ତେବେ କେଉଁ କାରଣ ପାଇଁ ସେ ଏତେ ବଡ ନିଷ୍ପତି ନେଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ପ୍ରେମ ବ୍ୟାପାର ନା ଆଉ କିଛି କାରଣ ପାଇଁ ସେ ଏପରି କରିଥାଇ ପାରନ୍ତି ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି ।

Share this story

World Odia Language Conferene