ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି

NBW issued against Shradhanjali

ଓଡ଼ିଆ ଗସିପ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି ।

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଉ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛି ସିବିଆଇ କୋର୍ଟ ।

ଅଧିକ ପଢ଼ନ୍ତୁ : ମୁଣ୍ଡଳି ବ୍ୟାରେଜ୍ ବନ୍ଧ ରେ ଚଢି ମହାନଦୀକୁ ଡେଇଁଲେ ଯୁବତୀ !, କାରଣ ଅସ୍ପଷ୍ଟ...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ NBW ଜାରି ହୋଇଛି । ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହଜାର ହେଉ ନ ଥିଲେ ଶ୍ରଦ୍ଧାଞ୍ଜଳି । ଯେଉଁଥିପାଇଁ ଏପରି କାର୍ଯ୍ୟାନୁଷ୍ଠାନ କୋର୍ଟ ନେଇଥିବା ସୂଚନା ମିଳିଛି ।

କୋର୍ଟରେ ହାଜର ହେବା ପାଇଁ ଶନିବାର ଥିଲା ଶେଷ ତାରିଖ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଜି ମଧ୍ୟ ହାଜର ନ ହେବାରୁ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ତାଙ୍କ ତରଫରୁ ଓକିଲ ଅଶୋକ ଦାସ ହାଜର ହୋଇଥିଲେ । ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି ।

Share this story

World Odia Language Conferene