ଦେଖନ୍ତୁ Exclusive ଛାତିଥରା ଭିଡ଼ିଓ: ଭାରତର ସିପାହୀ ନିରା ଆର୍ଯ୍ୟା - ଏମିତି ଜଣେ ନାରୀ ଯାହାଙ୍କ ସ୍ତନ କାଟି ଦିଆଯାଇଥିଲା, ତାଙ୍କ ଛାତିରୁ ଲୁଗା ଖୋଲି ଦିଆଯାଇଥିଲା...

Unstoppable Neera Arya real patriot who comes from every odds

ଓଡ଼ିଆ ଗସିପ ବ୍ୟୁରୋ: ସେ ଏମିତି ଜଣେ ନାରୀ ଯାହାଙ୍କ ସ୍ତନ କାଟି ଦିଆଯାଇଥିଲା । ହେଲେ ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ସେ ପଛାଇନଥିଲେ । ତାଙ୍କ କାହାଣୀ ଏମିତି ଥିଲା ଯେ ସୁବାସ ବୋଷଙ୍କ ଜୀବନ ବଞ୍ଚାଇବାରୁ ତାଙ୍କ ଛାତିରୁ ଲୁଗା ଖୋଲି ଦିଆଯାଇଥିଲା । ସେ ଥିଲେ ଭାରତର ସିପାହୀ ନିରା ଆର୍ଯ୍ୟା ।

ବର୍ଷ ବର୍ଷ ଧରି ଲାଗି ରହିଥିବା ସଂଘର୍ଷ ପରେ ଭାରତକୁ ଇଂରେଜ ମାନଙ୍କ ଠାରୁ ସ୍ୱାଧୀନତା ମିଳିଥିଲା । ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ ଏବଂ ଭଗତ ସିଂ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏହାର ଶ୍ରେୟ ଦିଆଯାଇଥିଲା । କିନ୍ତୁ, ଏଭଳି ଅନେକ ଥିଲେ ଯେଉଁମାନଙ୍କ ଅତୁଳନୀୟ ବଳିଦାନ ସତ୍ତ୍ୱେ ସେମାନଙ୍କ ନାମ ଅଜ୍ଞାତତାର ଅନ୍ଧାରରେ କେଉଁଆଡ଼େ ହଜି ଯାଇଛି ।

ଅଧିକ ପଢ଼ନ୍ତୁ: ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଟଙ୍କା ଜବତ ଘଟଣା, ହେଲେ ଏ ଧନ କାହାର? ଉତ୍ତର ଯଦି କଂଗ୍ରେସ ତେବେ କାହା ପାଇଁ ବୋଲି ପ୍ରଶ୍ନ କଲେ ଉତ୍ତର ଆସୁଛି ବିଜେପି

ଏଭଳି ହିଁ ଏକ ନାମ ହେଉଛି ନିରା ଆର୍ଯ୍ୟା । ନିରା ୫ ମାର୍ଚ୍ଚ ୧୯୦୨ ରେ ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲା ଖେକ୍ରାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସେଠ ଖଜୁମାଲଙ୍କ ଝିଅ ଥିଲେ । ଅତି କମ୍ ବୟସରୁ ହିଁ ସେ ସ୍ଵତନ୍ତ୍ରତା ଆନ୍ଦୋଳନରେ ସାମିଲ ହେବା ସହିତ ଦେଶ ପ୍ରତି ନିଜର ସମର୍ପଣ ଦେଖାଇବା ଆରମ୍ଭ କରି ଦେଇଥିଲେ ।

କମ୍ ବୟସରୁ ହିଁ ନିରାଙ୍କର ବିବାହ ଶ୍ରୀକାନ୍ତ ଜୟରଞ୍ଜନ ଦାସ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ କରାଇ ଦିଆ ଯାଇଥିଲା । ଗୋଟିଏ ପଟେ ଶ୍ରୀକାନ୍ତ ବ୍ରିଟିଶ ସରକାରଙ୍କ ପାଇଁ କାମ କରୁଥିବା ବେଳେ ଅନ୍ୟପକ୍ଷରେ ନିରା ବିବାହ ପରେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ଜାରି ରଖିଥିଲେ ଏବଂ ଆଜାଦ୍ ହିନ୍ଦ ଫୌଜରେ ସାମିଲ ହୋଇ ଯାଇଥିଲେ । ଶ୍ରୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ନିରା ଝାଂସୀ ରେଜିମେଣ୍ଟରେ ସାମିଲ ରହିଥିଲେ । ତେବେ, ତାଙ୍କ ସ୍ୱାମୀ ଶ୍ରୀକାନ୍ତଙ୍କୁ ବ୍ରିଟିଶ ସରକାର ଗୁପ୍ତଚର ଭାବରେ ପଠାଇବା ସହିତ ସୁବାଷ ବୋଷଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦେଇଥିଲା ।

ଅଧିକ ପଢ଼ନ୍ତୁ: ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଶ୍ରୀକାନ୍ତ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ ଏହା ବିଷୟରେ ଜାଣିବା ପରେ ନିରା ନିଜେ ନିଜ ସ୍ୱାମୀଙ୍କ ହତ୍ୟା କରି ଦେଇଥିଲେ । ଯାହାପରେ ତାଙ୍କୁ ଗିରଫ କରାଯାଇ ଆଣ୍ଡାମାନରେ ବନ୍ଦୀ କରି ଦିଆଯାଇଥିଲା । ସେଠାରେ ଅନେକ ନିର୍ଯାତନା ଦିଆଯିବା ସହିତ ସୁବାସ ବୋଷଙ୍କ ଠିକଣା ବିଷୟରେ ନିରାଙ୍କୁ ପଚରା ଯାଇଥିଲା । ଏପରିକି ଏହି ସମୟ ମଧ୍ୟରେ ତାଙ୍କ ସ୍ତନ ମଧ୍ୟ କାଟି ଦିଆଯାଇଥିଲା ।

ଦେଖନ୍ତୁ Exclusive ଭିଡ଼ିଓ:

କିନ୍ତୁ, ଦେଶକୁ ଭଲ ପାଉଥିବା ନିରା ନିଜ ମୁହଁ ଖୋଲିନଥିଲେ । ଦେଶ ସ୍ୱାଧୀନତା ପାଇବା ପରେ ନିରା ଜେଲରୁ ମୁକୁଳିଥିଲେ । ଯାହାପରେ ହାଇଦ୍ରାବାଦରେ ଫୁଲ ବିକି ସେ ବଞ୍ଚୁଥିଲେ । ୧୯୯୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ଆଗକୁ ତାଙ୍କ ନାମରେ ଏକ ଚଳଚିତ୍ର ମଧ୍ୟ ରୂପେଲି ପରଦାରେ ଆସିବାକୁ ଯାଉ ଅଛି ।

Share this story