ରହସ୍ୟମୟ ଘଟଣା : ୩୬ ବର୍ଷ ଧରି ଗର୍ଭବତୀ ରହିଲେ ଯୁବକ; ବାହାରିଲା ଯାଆଁଳା ଶିଶୁ!
ଓଡ଼ିଆ ଗସିପ ବ୍ୟୁରୋ : ଜଣେ ବ୍ୟକ୍ତି ୩୬ ବର୍ଷ ଧରି ଏପରି ଏକ ବିରଳ ଅବସ୍ଥା ଦେଇ ଗତି କରୁଥିଲେ । ଏହି ବିରଳ ଅବସ୍ଥା ପ୍ରାୟ ୫୦୦,୦୦୦ଙ୍କ ମଧ୍ୟରେ ଜଣଙ୍କଠାରେ ଦେଖାଯାଏ । ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନାଗପୁରର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ତିନି ଦଶନ୍ଧି ଧରି ଏକ ଅଜବ ଚିକିତ୍ସା ଅବସ୍ଥା ସହ ସଂଘର୍ଷ କରିଥିଲେ ।
ତାଙ୍କ ପେଟ ଏତେ ଫୁଲି ଯାଇଥିଲା ଯେ ଲୋକମାନେ ତାଙ୍କୁ ଗର୍ଭବତୀ ବୋଲି କହିବା ଆରମ୍ଭ କଲେ । ତାଙ୍କର ପେଟ ଫୁଲି ଥିବାରୁ ସେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲେ । ଏହା ଦୁନିଆର ସେହି ରହସ୍ୟମୟ ଏବଂ ଚକିତକର ଘଟଣା ମଧ୍ୟରୁ ଗୋଟିଏ, ଯାହାକୁ ଦେଖି ଡାକ୍ତରମାନେ ବିଚଳିତ ହୋଇଥିଲେ ।
ଅଧିକ ପଢ଼ନ୍ତୁ : କୋଟିପତି ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଗିରଫ କଲା ଭିଜିଲାନ୍ସ , ହାତେଇଛନ୍ତି ୫ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି
ହଠାତ୍ ଫୁଲି ଯାଇଥିଲା ପେଟ:
ନାଗପୁରର ଏହି ବ୍ୟକ୍ତିଙ୍କ ନାମ ହେଉଛି ସଞ୍ଜୁ ଭାଗବତ । ପିଲାଦିନେ ସଞ୍ଜୁ ଅନ୍ୟ ପୁଅମାନଙ୍କ ପରି ଥିଲେ । ତାଙ୍କର କୌଣସି ଅସୁବିଧା ନଥିଲା । କିନ୍ତୁ ସେ ୨୦ ବର୍ଷ ବୟସ ଅତିକ୍ରମ କରିବା ମାତ୍ରେ ହଠାତ୍ ତାଙ୍କ ପେଟ ଫୁଲିବା ଆରମ୍ଭ କଲା ଏବଂ ସେ ଏତେ ଫୁଲିଗଲା ଯେ ଲୋକମାନେ ତାଙ୍କୁ ଗର୍ଭବତୀ ବୋଲି କହିବା ଆରମ୍ଭ କରିଥିଲେ । ଆରମ୍ଭରେ, ସମସ୍ତେ ଭାବୁଥିଲେ ଯେ ଏହା ଏକ ଫୁଲା ରୋଗ, କିନ୍ତୁ ଯେତେବେଳେ ଏହାର ଆକାର ବଢ଼ିବା ସହିତ ବୃଦ୍ଧି ପାଇଲା, ପରିବାର ସଦସ୍ୟ ଚକିତ ହୋଇପଡ଼ିଲେ ।
ଏପରିକି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ:
ଯେତେବେଳେ ମାତ୍ର ସଞ୍ଜୁଙ୍କୁ ୨୦ ବର୍ଷ ହୋଇଥିବା ବେଳେ ସେ ଡାକ୍ତରଙ୍କ ପାଖକୁ ଯିବାରୁ ଡାକ୍ତର ପ୍ରଥମେ ତାଙ୍କ ପେଟରେ ଏକ ବଡ଼ ଟ୍ୟୁମର୍ ଥିବା ଅନୁମାନ କରିଥଲେ । ପରେ ଏହା ଏକ କର୍କଟ ବୋଲି ଭାବି ତାଙ୍କର ଅସ୍ତ୍ରୋପଚାର କରିବାକୁ ଭାବିଲେ । ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ପରୀକ୍ଷା ବେଳେ ତାଙ୍କ ପେଟରେ ଏକ ମାନବ ଶିଶୁ ଥିବା ଦେଖିବାକୁ ମିଳିଥିଲା ।
କିନ୍ତୁ ଯେତେବେଳେ ସେମାନେ ତାଙ୍କ ଉପରେ ଅପରେସନ୍ କଲେ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଏହା ଏକ ଟ୍ୟୁମର ନୁହେଁ ବରଂ ଦୁଇଟି ଯାଆଁଳା ଛୁଆ ଦେଖିବାକୁ ପାଇଥିଲେ ଡାକ୍ତର । ଏହା ଏକ ବିରଳ ଚିକିତ୍ସା ଅବସ୍ଥା ।
ଅଧିକ ପଢ଼ନ୍ତୁ : ବିବାହ ପରେ ସ୍ବାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିଲେ ଫସିବେ ? ଆସିଲା ହାଇକୋର୍ଟଙ୍କ ବଡ଼ ରାୟ
ସଞ୍ଜୁଙ୍କୁ ଚିକିତ୍ସା କରୁଥିବା ଡକ୍ଟର ଅଜୟ ମେହେତାଙ୍କ ଅନୁଯାୟୀ, ଚିକିତ୍ସା ସମୟରେ ସେ ସଞ୍ଜୁଙ୍କ ପେଟରେ ହାତ ରଖିଥିବା ବେଳେ ସେଠାରେ ଅନେକ ହାଡ ଦେଖିବାକୁ ମିଳିଥିଲା । ସେ କେଶ, ଜଙ୍ଘ, ଯୌନାଙ୍ଗ ସମେତ ଗୋଟିଏ ପରେ ଗୋଟିଏ ଅନେକ ଅଙ୍ଗ ବାହାର କରିବାରେ ଲାଗିଲେ ।
ଯେତେବେଳେ ପେଟରୁ ଏତେ ସଂଖ୍ୟକ ଅଙ୍ଗ ବାହାରକୁ ଆସିଲା, ସେତେବେଳେ ସବୁ ଡାକ୍ତର ଭୟଭୀତ ହୋଇଗଲେ । ସେ କିଛି ବୁଝିପାରିଲେ ନାହିଁ । ତା’ପରେ ସେ କହିଥିଲେ ଯେ ରୋଗୀର ପେଟରେ ଯାଆଁଳା ଶିଶୁ ଅଛନ୍ତି, ଯିଏ ବିକାଶ କରିପାରିନଥିଲେ । ଏହି ଦୁଇଜଣ ପରସ୍ପର ସହ ଜଡିତ ଥିଲେ । ଯଦି ଏହି ପିଲାମାନେ ଜନ୍ମ ହୋଇଥାନ୍ତେ, ସେମାନେ ପରଜୀବୀ ହୋଇଥାନ୍ତେ । ଡାକ୍ତରୀ ଭାଷାରେ ଏହାକୁ ଅଦୃଶ୍ୟ ଟ୍ୱିନ୍ ସିଣ୍ଡ୍ରୋମ କୁହାଯାଏ । ଏଥିରେ, ଏହି ପିଲାମାନେ ପେଟରେ ମରିଯାଇଥଲେ ହେଲେ ଦୁଇ ଯାଆଁଳା ଶିଶୁଙ୍କ ସବୁ ଅଙ୍ଗ ପେଟ ଭିତରେ ଭରିକି ରହିଥିଲା ।