ଏମିତି ମଣିଷ ଆଉ କାହାନ୍ତି? କଲାମ ଜୀଙ୍କୁ ମିଳିଥିବା ଗ୍ରାଇଣ୍ଡରକୁ ନେଇ ଏମିତି କଥା ଶୁଣି ନଥିବେ

This Framed Cheque Proves Yet Again That Dr Kalam Is A Legend Like No Other
ଏମିତି ମଣିଷ ଆଉ କାହାନ୍ତି? କଲାମ ଜୀଙ୍କୁ ମିଳିଥିବା ଗ୍ରାଇଣ୍ଡରକୁ ନେଇ ଏମିତି କଥା ଶୁଣି ନଥିବେ

ଓଡ଼ିଆ ଗସିପ୍ ବ୍ୟୁରୋ:  ଡକ୍ଟର ଏପିଜେ ଅବଦୁଲ କଲାମ । ବାସ୍ ନା ହିଁ କାଫି । ସେ କଣ ଏକଥା ନା କାହାକୁ କହିବାକୁ ପଡ଼ିବ ନା କାହାକୁ ବୁଝାଇବାକୁ ପଡ଼ିବ । ନାଇଣ୍ଟିସ୍ ର ୟଙ୍ଗ ହୁଅନ୍ତୁ କି ଟ୍ୱେଣ୍ଟିଜ୍ ର ଷ୍ଟୁଡେଣ୍ଟ । କଲାମ ଜୀଙ୍କୁ ଜାଣିଛନ୍ତି , ତାଙ୍କୁ ହେଜିଛନ୍ତି ଏବଂ ତାଙ୍କୁ ହିଁ ଜୀବନ ଯାତ୍ରାର ମାର୍ଗଦର୍ଶକ ସାଜି ଆଗକୁ ବଢ଼ିଛନ୍ତି । ନାଁ ଗୋଟିଏ ପରିଚୟ ଅନେକ ମଧ୍ୟରେ ସେ ଜଣେ ନିଛକ ହୃଦୟମାନ ମଣିଷ ଯେ ଥିଲେ ତାହା ଆଜି ବି ସମସ୍ତଙ୍କୁ ଚକିତ କରୁଛି ।

ଆଜି ଆମେ ସେହି ବିରଳ ବ୍ୟକ୍ତିତ୍ୱଙ୍କ ଏମିତି ଏକ କାହାଣୀ ଶୁଣିବା ଯାହାକୁ ଶୁଣିଲା ପରେ ମନରେ ଭାବିଲା ପରେ ଏହା ସତ ନା ଗପ ବୋଲି ହିଁ ଭାବିବେ । ହୁଏତ କାହାଣୀ ସରିବା ବେଳକୁ ଆପଣଙ୍କ ଆଖିରେ ଦୁଇଟୋପା ଲୁହ ଆସିଯାଇଥିବ । ହଁ ପ୍ରିୟ ପାଠକ ବୃନ୍ଦ ହୁଏତ ଆପଣ ଜାଣିନଥିବେ ଯେ, ଏକଦା ଯିଏ ଲୋକଙ୍କ ରାଷ୍ଟ୍ରପତି ଭାବେ ଦେଶ ବିଦେଶରେ ସମ୍ମାନିତ ହେଉଥିଲେ ସେତେବେଳେ ତାଙ୍କୁ ନେଇ ସାରା ଦେଶ ଗର୍ବ କରୁଥିଲା । ସଭିଙ୍କ ଛାତି କୁଣ୍ଢେ ମୋଟ ହୋଇଯାଉଥିଲା । ଏମିତି ଏକ କାହାଣୀ ଆଜି ଆମେ ଶୁଣାଇବାକୁ ଯାଉଛି ଯାହା ବର୍ତ୍ତମାନ ସମୟରେ ବେଶ୍ ପ୍ରାସଙ୍ଗିକତା ରହୁଛି ।

ଅଧିକ ପଢନ୍ତୁ : କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

ଏକଦା କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ କଲାମ ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ରକ୍ଷା କରି କଲାମ ଜୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ମଧ୍ୟ ହୋଇଥିଲେ । ସେହି କାର୍ଯ୍ୟକ୍ରମେ ଆୟୋଜକଙ୍କୁ ସହଯୋଗ କରୁଥିବା ଏକ ଗ୍ରାଇଣ୍ଡର କମ୍ପାନୀ କଲାମଜୀଙ୍କୁ ଏକ ଗ୍ରାଇଣ୍ଡର ଉପହାର ଦେବାକୁ ଚାହିଁଥିଲା । କଲାମ ଜୀ କିନ୍ତୁ ଉକ୍ତ ଗ୍ରାଇଣ୍ଡରକୁ ଗ୍ରହଣ କରିପାରିବେନି ବୋଲି ସିଧାସିଧା ମନା କରିଦେଇଥିଲେ । ଏହା ପରେ ସଂପୃକ୍ତ କମ୍ପାନୀର ଅଧିକାରୀ - ସାର୍ ଏଇଟା କେବଳ ଏକ ଗ୍ରାଇଣ୍ଡର ଦୟାକରି ଆମ ଉପହାରକୁ ଗ୍ରହଣ କରନ୍ତୁ ବୋଲି କହିଥିଲେ । ଏହା ପରେ ବିନା କୌଣସି ଯୁକ୍ତିରେ ଡକ୍ଟର କଲାମ ସାହବ ତାକୁ ଗ୍ରହଣ କରିଥିଲେ । 

କାର୍ଯ୍ୟକ୍ରମର ଦିନକ ପରେ କଲାମ ଜୀ ନିଜର ବ୍ୟକ୍ତିଗତ ଜଣେ ସହାୟକଙ୍କୁ ଡାକି ବଜାର ପଠାଇଥିଲେ । ଆଉ କହିଥିଲେ ଯେ, ତୁମେ ବଜାରକୁ ଯାଅ ଆଉ ଏହି ଗ୍ରାଇଣ୍ଡରର ବଜାର ଦର କଣ ରହିଛି ବୁଝି ଆସ । କଲାମ ସାହବଙ୍କ ଠାରୁ ନିର୍ଦ୍ଦେଶ ପରେ ସଂପୃକ୍ତ ସହାୟକ ଜଣଙ୍କ ବଜାରକୁ ଯାଇଥିଲେ ଏବଂ ସେହି ଗ୍ରାଇଣ୍ଡରର ଦର 4 ହଜାର ଟଙ୍କା ବୋଲି କହିଥିଲେ । ଠିକ୍ ଅଛି କହି ସେତେବେଳେ ହିଁ ସେହି ବ୍ୟକ୍ତିଙ୍କ ହାତରେ ନିର୍ଧାରିତ ବଜାର ଦର ଅନୁସାରେ ଏକ ଚେକ୍ କମ୍ପାନୀ ନାଁରେ କାଟିଥିଲେ । ତାକୁ ନେଇ କମ୍ପାନୀରେ ପହଞ୍ଚାଇ ଦେବାକୁ କହିଥିଲେ କଲାମ ଜୀ । ବାସ୍ ଏହା ପରେ କଣ କମ୍ପାନୀ ରଖିଲା ସିନା ତାକୁ ଆଉ ବ୍ୟାଙ୍କରେ ଡିପୋଜିଟ କଲାନି । 

କଲାମ ସାହାବ କିନ୍ତୁ ଚେକ୍ ଦେବା ପରଠାରୁ ବ୍ୟାଙ୍କ ସହ ସମ୍ପର୍କରେ ରହିଥାନ୍ତି ଏବଂ ଅପଡେଟ ନେଉଥାନ୍ତି । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, କମ୍ପାନୀ ତାଙ୍କ ଦସ୍ତଖତ ଥିବା ଚେକକୁ ବ୍ୟାଙ୍କର ଡିପୋଜିଟ୍ କରି ନାହାନ୍ତି ଏବଂ ଉପହାର ଦେଇଥିବା ଗ୍ରାଇଣ୍ଡର ମୂଲ୍ୟ ଗ୍ରହଣ କରୁନାହାନ୍ତି ଶେଷରେ ବାଧ୍ୟ ହୋଇ କଲାମ ଜୀ କହିଥିଲେ ଯେ, ତୁମେ ଯଦି ବ୍ୟାଙ୍କରେ ଚେକ୍ ଡିପୋଜିଟ୍ ନ କରିବ ତେବେ ମୁଁ ଉପହାରରେ ପାଇଥିବା ଗ୍ରାଇଣ୍ଡରକୁ ଫେରାଇ ଦେବି । 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଶେଷରେ ଆଉ କଣ କଲାମ ଜୀଙ୍କ ଠାରୁ ଏହା ଶୁଣି ସାରିବା ପରେ ବ୍ୟାଙ୍କରେ ଚେକ୍ ଡିପୋଜିଟ୍ କରିଥିଲା ଗ୍ରାଇଣ୍ଡର କମ୍ପାନୀ କିନ୍ତୁ ଏହା ପୂର୍ବରୁ ସେ କଲାମଙ୍କ ଗସ୍ତଖତ ଥିବା ଉକ୍ତ ଚେକର ନକଲ ବାହାର କରି ତାକୁ ଲାମିନେସନ କରି ରଖିଥିଲେ । 


ଜାଣିଲେ ତ ଆମ ଦେଶରେ ବି ଏମିତି ବିରଳ ବ୍ୟକ୍ତିତ୍ୱ ଜନ୍ମ ନେଇଥାନ୍ତି ଯେଉଁମାନେ ନିଜ କର୍ମ ପାଇଁ ଅନ୍ୟମାନଙ୍କ ନିକଟରେ ଭଗବାନ ଭଳି ପୂଜା ପାଆନ୍ତି । ସେହି ବିରଳ ବ୍ୟକ୍ତିତ୍ୱ ଯିଏ କି ସାଧାରଣ ପରିବାରରୁ ଆସି ବୈଜ୍ଞାନିକ ହେବା  ଏବଂ ଶେଷରେ ଭାରତ ବର୍ଷର ପ୍ରଥମ ନାଗରିକ ହୋଇ ଦେଶକୁ ନୂଆ ଦିଶା ଦେଖାଇ ସବୁଦିନ ପାଇଁ ସ୍ମୃତି ହୋଇ ରହି ଯାଇଛନ୍ତି ......

Share this story