ସମ୍ବେଦନଶୀଳ ଜୋନ୍‌‌ରେ ଓଡ଼ିଶାର ୭ ସହର, ଏହି ସ୍ଥାନରେ ଭୂକମ୍ପ ସାଙ୍ଗକୁ ମାଡ଼ି ଆସିବ ସୁନାମୀ, ଆସିଲା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ...

These places in Odisha have earthquake and Tsunami fear

ଓଡ଼ିଆ ଗସିପ ବ୍ୟୁରୋ: ତୁର୍କି ଓ ସିରିଆ ଭୂମିକମ୍ପ; ଏହା ପୂର୍ବରୁ ନେପାଳରେ ହୋଇଥିବା ଭୂମିକମ୍ପ ପାଇଁ ରାଜ୍ୟରେ ଥିବା ଭୂକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ପାଇଁ ଛନକା ପଶିଛି । ଯଦିଓ ଓଡ଼ିଶା ଭୂକମ୍ପ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁନାହିଁ, ମାତ୍ର ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶା ପାଇଁ ଉଭୟ ଭୂକମ୍ପ ଓ ସୁନାମୀର ଭୟ ସଞ୍ଚାର ହୋଇଛି ।

ଅନ୍ୟପଟେ ତାଳଚେର ପାଇଁ ପରିବେଶବିତମାନେ ବିଶେଷ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ବ୍ୟାପକ ଖଣି ଖନନ ହେଉଥିବା ବେଳେ ଏହାକୁ ପୋତା ନ ଯାଇ ଛାଡ଼ି ଦିଆଯାଉଛି । ଯାହାକି ଭୂସ୍ଖଳନ ପାଇଁ ଏକ ବଡ଼ କାରଣ ସାଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସାଂସଦ ଭର୍ତ୍ତୃହରି ମହାତାବ ମଧ୍ୟ ଏହାକୁ ନେଇ ସଂସଦରେ ଉଦ୍‌‌ବେଗ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ : ସାତଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିଆରା, ଖୁସିରେ କାଟିବ ପ୍ରେମର ଋତୁ...

୨୦୨୦ ମସିହାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୭ଟି ବଡ଼ ସହର ଓ ଏହାର ପାଖାପାଖି ଅଞ୍ଚଳ ଅତି ସମ୍ୱେଦନଶୀଳ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଏଥିରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ପୁରୀ, ବାଲେଶ୍ୱର ଓ ଭଦ୍ରକ ଆଦି ରହିଛି । ଏହାବ୍ୟତୀତ ପାରାଦୀପ, ଅନୁଗୋଳ, ଢ଼େଙ୍କାନାଳ, ବରଗଡ଼ ମଧ୍ୟ ଏହି ତାଲିକାରୁ ବାଦ୍‌‌ ପଡ଼ି ନାହିଁ ।

ଭୂତଳ ଜଳ ଉତ୍ତୋଳନ, ବଡ଼ ଅଟ୍ଟାଳିକା ନିର୍ମାଣ, ଖଣି ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ଭର୍ତ୍ତି କରା ନ ଯିବା ଯୋଗୁଁ ରାଜ୍ୟରେ ଏହି ଆଶଙ୍କା ଆହୁରି ବଢ଼଼ି ଚାଲିଛି । ଭୂକମ୍ପ ବେଳେ ଜୋନ୍‌‌ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‌‌ ୩ ରେ ମଧ୍ୟମ, ଜୋନ୍‌‌ ୪ରେ ଅଧିକ ଓ ଜୋନ୍‌‌ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ । ଓଡ଼ିଶାର ୭ଟି ସହର ଭୂକମ୍ପ ଜୋନ୍‌‌ ୩ ଅଞ୍ଚଳରେ ରହଥିବାରୁ ଏହି ଅଞ୍ଚଳଗୁଡ଼ିକ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯିବା ଉଚ୍ଚିତ ବୋଲି ଭୂତତ୍ୱବିତ ମାନେ କହିଛନ୍ତି ।

ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଭୂକମ୍ପ କ୍ଷେତ୍ରରେ ଓଡ଼ିଶା ଜୋନ୍‌‌-୩ ରେ ଆସୁଛି । ନିକଟରେ ଯଦିଓ ରାଜ୍ୟରେ ଶକ୍ତିଶାଳୀ ଭୂକମ୍ପ ହୋଇନାହିଁ କିନ୍ତୁ ଏବେ ରାଜ୍ୟର ଅନେକ ସମୟରେ ଭୂକମ୍ପ ଝଟକା ରହୁଛି । ଏହାର ତୀବ୍ରତା ବିଶେଷ ହେଉନାହିଁ ହେଲେ ବି ଏଥିପ୍ରତି ଦୃଷ୍ଟି ଦେବା ଦେବା ଆବଶ୍ୟକତା ରହିଛି । ରାଜ୍ୟ ସରକାର ଭୂକମ୍ପ ନିରୋଧୀ ଘର ନିର୍ମାଣ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବା ଉଚିତ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି...

କେଉଁ ଅଞ୍ଚଳରେ କେଉଁ ପ୍ରକାର ଘର ଆବଶ୍ୟକତା ରହିଛି ତାହା ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ମୁଖ୍ୟତଃ ସମ୍ବେଦନଶୀଳ ଅଞ୍ଚଳରେ ଭୂକମ୍ପ ନିରୋଧୀ ଘର ନିର୍ମାଣକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ଡ. ପାଣିଗ୍ରାହୀ କହିଛନ୍ତି । ଅନ୍ୟପଟେ ରାଜ୍ୟର ଐତିହ୍ୟ ନଗରି ପାଇଁ ମଧ୍ୟ ବିପଦ କମ୍‌‌ ରହିନାହିଁ ।

୨୦୧୪ ମେ ମାସ ୨୧ ତାରିଖରେ ଓଡ଼ିଶାକୁ ବଡ଼ ଭୂକମ୍ପ ଝଟକା ପଡ଼ିଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ହୋଇଥିବାରୁ ରାଜ୍ୟ ପାଇଁ ସୁନାମୀ ଭୟ ମଧ୍ୟ ସୃଷ୍ଟି ହୋଇଥିଲା । କୋଣାର୍କଠାରୁ ମାତ୍ର ୨୭୬ କିମି ଦୂର ସମୁଦ୍ର ମଧ୍ୟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୫.୯ ଥିବା ବେଳେ ଯଦି ଏହାର ତୀବ୍ରତା ସାମାନ୍ୟ ଅଧିକ ଥିଲେ ପରିସ୍ଥିତି ଭୟଙ୍କର ହୋଇଥାନ୍ତା । ରାଜ୍ୟର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲାର ୨୨ ବ୍ଲକକୁ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଗ୍ରହଣ କରାଯାଉଛି । ଏଥିପାଇଁ ଅନେକ ସମୟରେ ଓସଡମା ପକ୍ଷରୁ ସୁନାମୀ ପ୍ରବଣ ଅଞ୍ଚଳଗୁଡ଼ିକରେ ମକ୍‌‌ଡ୍ରିଲ କରାଯାଉଛି ।

Share this story