ସାତଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିଆରା, ଖୁସିରେ କାଟିବ ପ୍ରେମର ଋତୁ...

Sidharth Malhotra and Kiara Advani tied the knot

ଓଡ଼ିଆ ଗସିପ ବ୍ୟୁରୋ: ଦୀର୍ଘଦିନର ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ଅଗ୍ନିକୁ ସାକ୍ଷୀ ରଖି ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତକାଲି ପରିବାର ତଥା ନାମୀଦାମୀ ଅତିଥିଙ୍କ ଉପସ୍ଥିତିରେ ରାଜସ୍ଥାନର ଜୈସଲମେରର ପ୍ରସିଦ୍ଧ ପ୍ୟାଲେସ୍‌ ସୂର୍ଯ୍ୟଗଡ଼ର ବାବଡ଼ିରେ ଦୁହେଁ ସାତଫେରା ନେଇଛନ୍ତି ।

ବରବେଶରେ ସିଦ୍ଧାର୍ଥ ଏକ ଧଳା ରଙ୍ଗର ଘୋଡ଼ା ଚଢ଼ି ଆସିଥିଲେ । ସେହିଭଳି ମନୀଷ ମଲହୋତ୍ରାଙ୍କ ଡିଜାଇନର୍‌ ଗୋଲାପୀ ରଙ୍ଗର ଲେହେଙ୍ଗାରେ ନବବଧୂ ବେଶରେ କିଆରା ନଜର ଆସିଥିଲେ । ସିଦ୍ଧାର୍ଥ ସୁନେଲୀ ରଙ୍ଗର ସେର୍‌ୱାନୀ ପିନ୍ଧି ବେଦୀରେ ବସିଥିଲେ । ମନୀଷ ଦୁହିଁଙ୍କ ପାଇଁ ୧୫୦ ପ୍ରକାର ଆଉଟ୍‌ଫିଟ୍ ଡିଜାଇନ୍‌ କରିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି...

ଅବଶ୍ୟ ବାହାଘର ପୂରା ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି । କହିବାକୁ ଗଲେ, ଦୁହେଁ ବିବାହ ଉତ୍ସବକୁ ନିଆରା କରିବା ପାଇଁ ବିବାହ ମଣ୍ଡପଠୁ ଆରମ୍ଭ କରି ଖାଦ୍ୟପାନୀୟ, ସାଜସଜ୍ଜା ତଥା ଅତିଥିଙ୍କ ଲାଗି ସେମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ସୁଦ୍ଧା ଉତ୍ସବ ପାଇଁ ସିଦ୍ଧାର୍ଥ ଓ କିଆରା ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ବିବାହ ମଣ୍ଡପ ଚତୁଃପାର୍ଶ୍ବକୁ ଖୁବ୍ ସୁନ୍ଦର ଭାବେ ସଜ୍ଜା ଯାଇଥିଲା । ତେବେ ବିବାହ ପାଇଁ ଗୋଲାପି ଥିମ୍‌ ରଖାଯାଇଥିଲା । ଏହା ସହ ଅତିଥିମାନଙ୍କୁ ମଧ୍ୟ ରାଜକୀୟ ଶୈଳୀରେ ଆତିଥେୟ ପ୍ରଦାନ କରାଯାଇଛି । ବିବାହ ପୂର୍ବରୁ ମେହେନ୍ଦି ତଥା ହଳଦୀ ଆଦି କାର୍ଯ୍ୟକ୍ରମ ପୂରା ପଞ୍ଜାବୀ ରୀତିନୀତିରେ ଶେଷ ହୋଇଥିଲା ।

ଅଧିକ ପଢ଼ନ୍ତୁ : ମନ୍ତ୍ରୀଙ୍କୁ କେମିତି ମାରିଥିଲା ଗୋପାଳ, ସ୍ପଟ୍‌ରେ ପୋଲିସକୁ ଗୋଟି ଗୋଟି କରି ସବୁ ଦେଖାଇଲା...

ମହଲର ସାଜସଜ୍ଜା ବ୍ୟତୀତ ଅତିଥିଙ୍କ ଲାଗି ହୋଇଥିବା ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା ଥିଲା ଏହି ବାହାଘରର ଅନ୍ୟତମ ଚର୍ଚ୍ଚାର ପ୍ରସଙ୍ଗ । ବାହାଘରରେ ଅତିଥିଙ୍କ ପାଇଁ ୧୦ ଦେଶରୁ ୧୦୦ ପ୍ରକାରର ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଥିଲା । ଇଟାଲିୟନ, ଚାଇନିଜ୍, ଆମେରିକାନ୍‌, ସାଉଥ୍ ଇଣ୍ଡିଆନ୍‌, ମେକ୍ସିକାନ, ରାଜସ୍ଥାନୀ, ଗୁଜରାଟୀ, ପଞ୍ଜାବୀ ଆଦି ରାନ୍ଧଣା ଅତିଥିଙ୍କୁ ପରଷା ଯାଇଥିଲା ।

ସେହିପରି ମିଠାରେ ଜୈସଲମେରର ପ୍ରସିଦ୍ଧ ଘୋଟୱାନ ଲଡ଼ୁ ରଖାଯାଇଥିଲା । ଅନ୍ୟପଟେ ବାହାଘରର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଥିଲା । ମଣ୍ଡପର ଚାରିଆଡ଼େ କ୍ୟାମେରା ଖଞ୍ଜାଯାଇଥିବା ବେଳେ ଅତିଥିଙ୍କୁ ଫୋନ୍ ବ୍ୟବହାର ମଧ୍ୟ ମନା କରାଯାଇଥିଲା । ସେହିପରି ବିବାହ ପରେ ସେହି ସୂର୍ଯ୍ୟଗଡ଼ ପ୍ୟାଲସ୍‌ରେ ହିଁ ରାତିରେ ରିସେପସନ୍‌ ପାର୍ଟି ଆୟୋଜନ କରାଯାଇଥିଲା ।

Share this story