ମନ୍ତ୍ରୀଙ୍କୁ କେମିତି ମାରିଥିଲା ଗୋପାଳ, ସ୍ପଟ୍‌ରେ ପୋଲିସକୁ ଗୋଟି ଗୋଟି କରି ସବୁ ଦେଖାଇଲା...

Police ASI Gopal Das created crime scene in front of Odisha Crime Branch

ଓଡ଼ିଆ ଗସିପ ବ୍ୟୁରୋ: ଗୋପାଳ ବଖାଣିଲା ଗୁଳି ମାଡ଼ ଘଟଣା । ଗୋଟି ଗୋଟି କରି ସବୁ କିଛି ଦେଖାଇଲା ପୋଲିସ ସାମ୍ନାରେ । ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମ ସିନ୍ ରିକ୍ରିଏଟ୍ କରିଛି କ୍ରାଇମବ୍ରାଞ୍ଚ ।

ଗତକାଲି ଗୋପାଳକୁ କଡ଼ା ସୁରକ୍ଷାବଳୟ ଭିତରେ ବ୍ରଜରାଜନଗର ଗାନ୍ଧି ଛକ କ୍ରାଇମ୍ ସ୍ପଟକୁ ନିଆଯାଇଥିଲା । କେମିତି ଗୁଳି ମାଡ଼ କରିବାକୁ ମନ୍ତ୍ରୀଙ୍କ ପାଖକୁ ଯାଇଥିଲା, ସବୁ କିଛିର ଖୁଲାସା କରିଛି ।

ଫୁଲ ମାଳ ଦେବା ପରେ କେମିତି ଗୁଳି ଚଲାଇ ସେଠୁ ଆସିଥିଲା, ଗୁଳି ମାଡ଼ ପରେ ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇଛି । ହାତରେ ଏକ ଡେମୋ ବନ୍ଧୁକ ଧରି ତାକୁ ଏସବୁ କରିବାକୁ କହିଥିଲେ କ୍ରାଇମବ୍ରାଞ୍ଚ ଟିମ ।

ଅଧିକ ପଢ଼ନ୍ତୁ : ଦୁଷ୍କର୍ମ ଅଭିଯୋଗରେ ଫସିବେ ତିର୍ତ୍ତୋଲ ବିଧାୟକ! ପ୍ରେମିକା ସୋମାଲିକାଙ୍କ ସହ ଦୁଇଥର ଦୁଷ୍କର୍ମ ପରେ ଗର୍ଭପାତ ଅଭିଯୋଗ; ଭିଡିଓଗ୍ରାଫି ଜରିଆରେ ବୟାନ ରେକର୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ପୂରା ନାଁ ଗୋପାଳକୃଷ୍ଣ ଦାସ । ପ୍ରଥମେ ବ୍ରହ୍ମପୁରରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଚାକିରିରେ ପଦୋନ୍ନତି ପରେ ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ ।

ASI ନିଯୁକ୍ତି ପରେ ଝାରସୁଗୁଡ଼ା ରେ ଅବସ୍ଥାପିତ ଥିଲେ । ଝାରସୁଗୁଡ଼ାରେ ସେ ୧୨ ବର୍ଷରୁ ଅଧକ ସମୟ ହେବ କାର୍ଯ୍ୟ କରି ଆସୁଛନ୍ତି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଗୋପାଳ ।

ତେବେ ନବ ଦାସଙ୍କୁ କାହିଁକି ଗୁଳିକରି ହତ୍ୟା କଲା ଗୋପାଳ ? ୧୦ ଦିନ ପରେ ବି ରହସ୍ୟ ଫିଟୁନଥିବାରୁ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ନବ ଦାସଙ୍କ ହାଇସ୍କୁଲ ଶିକ୍ଷକ । ହତ୍ୟାକାରୀ ପକେଟରେ ଚିଠି ୨ ଦିନ ରହିବା ଓ ଟଏଲେଟ୍ ଫ୍ଲସକୁ ନେଇ ପ୍ରଶ୍ନ କରିଛନ୍ତି ନବଙ୍କ ଶିକ୍ଷକ ଭକ୍ତ ପ୍ରସାଦ ନନ୍ଦ । କହିଛନ୍ତି, ଚିଠି ପ୍ରସଙ୍ଗ ପରେ ବିଶ୍ବାସ ହେଉନି, ତଦନ୍ତ ଠିକ୍ ସ୍ଥାନରେ ପହଞ୍ଚିବ । ତଦନ୍ତ ସଫଳ ହେଲେ CMଙ୍କ ଗୌରବ ରହିବ, ନହେଲେ ଗାରିମା କମିବ ।

ଅଧିକ ପଢ଼ନ୍ତୁ : ପରୀକ୍ଷା ହଲରେ ଛାତ୍ରଙ୍କ ଉଡ଼ିଗଲା ହୋସ୍, ଜ୍ୱର ବି ଆସିଗଲା !, ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆମକୁ ଅବିଶ୍ୱାସ କରିବେ...

କାଲି ସରୁଛି ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ଅବଧି । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ ନା ନାହିଁ ? କ୍ରାଇମବ୍ରାଞ୍ଚ କେବେ ହତ୍ୟାର ମୋଟିଭ୍ ସମ୍ପର୍କରେ ଖୁଲାସା କରିବ ତାକୁ ଅପେକ୍ଷା ।

Share this story