ପରୀକ୍ଷା ହଲରେ ଛାତ୍ରଙ୍କ ଉଡ଼ିଗଲା ହୋସ୍, ଜ୍ୱର ବି ଆସିଗଲା !, ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆମକୁ ଅବିଶ୍ୱାସ କରିବେ...

student got faint when entered into examination hall

ଓଡ଼ିଆ ଗସିପ ବ୍ୟୁରୋ: ପରୀକ୍ଷା ହଲ୍‌ ଭିତରେ ପଶୁ ପଶୁ ଛାତ୍ରଙ୍କର ଉଡ଼ିଗଲ ହୋସ୍‌ । ହେଲେ କାହିଁକି ? ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ଛାତ୍ର ପରୀକ୍ଷା ହଲ୍‌ ଭିତରେ ପଶୁ ପଶୁ ଅଚେତ ହୋଇପଡ଼ିଲେ ।

ଆପଣ ଭାବୁଥିବେ ଛାତ୍ର ଜଣଙ୍କର କିଛି ରୋଗ ଥାଇପାରେ । ସେଥିପାଇଁ ସେ ଅଚେତ୍‌ ହୋଇଗଲେ । କିମ୍ବା କଡ଼ା ପ୍ରଶ୍ନ ପତ୍ର ଦେଖି ତାଙ୍କର ହୋସ୍ ଉଡ଼ିଗଲା । ଆଜ୍ଞା ଯଦି ଏହି ଦୁଇଟି କାରଣ ଭିତରୁ ଆପଣ କିଛି ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ ।

ତେବେ ଏଭଳି ଘଟଣା ବିହାରରୁ ସାମ୍ନାକୁ ଆସିଛି । ପୁରା ଘଟଣାଟି ହେଲା, ବିହାରରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଶଙ୍କର ପରୀକ୍ଷା ଦେବା ପାଇଁ ଯେତେବେଳେ ହଲ୍‌ ଭିତରେ ପଶିଲେ, ସେ ଦେଖିଲେ ଯେ, ହଲ୍‌ ଭିତରେ କେବଳ ଝିଅ ବସିଛନ୍ତି ।

ଅଧିକ ପଢ଼ନ୍ତୁ : ଘରେ ପହଞ୍ଚିବା ହେଲା ସ୍ୱପ୍ନ, ବାଇକ୍- ଡମ୍ଫର ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଅର୍ଥାତ ପରୀକ୍ଷା ହଲ୍‌ରେ କେବଳ ଛାତ୍ରୀ । ଜଣେ ବି ଛାତ୍ର ନାହାନ୍ତି । ଆଉ ଝିଅମାନଙ୍କୁ ଦେଖି ଶଙ୍କର ନିଜକୁ ଅସହଜ ମଣିଲେ । ଆଉ ତାଙ୍କର ଚେତା ବୁଡ଼ିଗଲା । ଉକ୍ତ ପରୀକ୍ଷା ହଲ୍‌ରେ ପ୍ରାୟ ୫୦ ଜଣ ଝିଅ ପରୀକ୍ଷା ଦେଉଥିଲେ । ବିହାରର ସରିଫ ଆଲମ୍‌ ଇକ୍‌ବାଲ କଲେଜରେ ଏହା ଘଟିଥିବା ସୂଚନା ରହିଛି ।

ଶଙ୍କରଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଅଚେତ ହେବା ପରେ ଛାତ୍ରଙ୍କୁ ଜ୍ୱର ମଧ୍ୟ ଆସିଥିଲା । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ପରୀକ୍ଷା ହଲ୍‌ରେ ଏତେ ପରିମାଣର ଝିଅ ଦେଖି ଛାତ୍ର ଜଣକ ନର୍ଭସ ହୋଇଯାଇଥିଲେ । ଯାହାଫଳରେ ତାଙ୍କର ଚେତା ବୁଡ଼ିଗଲା ବୋଲି ପରିବାର ଲୋକ ମଧ୍ୟ କହିଛନ୍ତି ।

Share this story

World Odia Language Conferene