ଦୁଷ୍କର୍ମ ଅଭିଯୋଗରେ ଫସିବେ ତିର୍ତ୍ତୋଲ ବିଧାୟକ! ପ୍ରେମିକା ସୋମାଲିକାଙ୍କ ସହ ଦୁଇଥର ଦୁଷ୍କର୍ମ ପରେ ଗର୍ଭପାତ ଅଭିଯୋଗ; ଭିଡିଓଗ୍ରାଫି ଜରିଆରେ ବୟାନ ରେକର୍ଡ

Tirtol MLA could land in trouble in rape case

ଓଡ଼ିଆ ଗସିପ ବ୍ୟୁରୋ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ବିବାଦ ପୁଣି ତେଜିଛି । ନିର୍ଯାତନା ଅଭିଯୋଗ ନେଇ ସୋମାଲିକାଙ୍କ ବୟାନ ରେକର୍ଡ ହୋଇଛି । ଜଗତସିଂହପୁର ଥାନାରେ ପ୍ରାୟ ୫ ଘଣ୍ଟା ଧରି ସିଆରପିସି ଧାରା-୬୧ ଅନୁସାରେ ଭିଡିଓଗ୍ରାଫି ମାଧ୍ୟମରେ ସୋମାଲିକାଙ୍କ ବୟାନ ରେକର୍ଡ କରାଯାଇଛି ।

ତଦନ୍ତକାରୀ ଅଧିକାରୀ ଏତଲା ଆଧାରରେ ବୟାନ ରେକର୍ଡ କରିଛନ୍ତି । ଏହା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବୟାନ ରେକର୍ଡ ପାଇଁ ପୋଲିସ୍ ଆବେଦନ କରିଛି । ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ତଦନ୍ତ ଜୋରଦାର ହେବ ବୋଲି କୁହାଯାଉଛି ।

ବିଧାୟକ ବିଜୟ ଶଙ୍କରଙ୍କୁ ମଧ୍ୟ ପୋଲିସ୍ ଜେରା କରିବାର ସମ୍ଭାବନା ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୨ ତାରିଖରେ ସୋମାଲିକା ଥାନାର ଦ୍ୱାରସ୍ଥ ହୋଇଥିଲେ । ୩ ତାରିଖରେ ପୋଲିସ୍ ମାମଲା ରୁଜୁ କରିଥିଲା ।

ଅଧିକ ପଢ଼ନ୍ତୁ : ପରୀକ୍ଷା ହଲରେ ଛାତ୍ରଙ୍କ ଉଡ଼ିଗଲା ହୋସ୍, ଜ୍ୱର ବି ଆସିଗଲା !, ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆମକୁ ଅବିଶ୍ୱାସ କରିବେ...

ଜଗତସିଂହପୁର ଥାନାରେ ପ୍ରାୟ ୫ ଘଣ୍ଟା ଧରି ସିଆରପିସି ଧାରା-୧୬୧ ଅନୁସାରେ ଭିଡିଓଗ୍ରାଫି ମାଧ୍ୟମରେ ସୋମାଲିକାଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତକାରୀ ଅଧିକାରୀ ଏତଲା ଆଧାରରେ ବୟାନ ରେକର୍ଡ କରିଛନ୍ତି ।

ଏତଲାରେ ଦୁଇଥର ଦୁଷ୍କର୍ମ, ଗର୍ଭପାତ କଥା ଉଲ୍ଲେଖ ରହିଥିଲା । କିନ୍ତୁ କେଉଁଠି, କେଉଁଦିନ, କେଉଁ ସମୟରେ ଘଟଣା ଘଟିଥିଲା…ତା’ର ଟିକିନିଖି ତଥ୍ୟ ହାସଲ କରିଛନ୍ତି ଅଧିକାରୀ । ବୟାନ ରେକର୍ଡ ପରେ ଅପରାହ୍ନ ପ୍ରାୟ ୪ଟାରେ ସୋମାଲିକାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟ କାମ ଶେଷ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ସିଆରପିସି ଧାରା-୧୬୪ ଅନୁସାରେ ସୋମାଲିକାଙ୍କ ବୟାନ ରେକର୍ଡ ପାଇଁ ପୁଲିସ ଆବେଦନ କରିଛି । ଅନୁମତି ମିଳିବା ପରେ ବୟାନ ରେକର୍ଡ ହେବ ବୋଲି ଜଣାପଡ଼ିଛି ।

Share this story

World Odia Language Conferene