World Odia Language Conferene

୨୦୨୪ ରୁ ନବୀନ ନେବେ ବିଶ୍ରାମ, ସୁଜାତା ଧରିବେ ଓଡିଶା ମଙ୍ଗ, ଦେଖନ୍ତୁ ଏହି ଭିଡିଓ...

Sujata Rout will likely be the Chief Minister candidate of Odisha

ଓଡ଼ିଆ ଗସିପ ବ୍ୟୁରୋ: ମା’ ମାନେ ଆଗେଇ ଆସନ୍ତୁ, ଦାୟିତ୍ୱ ନିଅନ୍ତୁ । ଆପଣମାନଙ୍କ ଆର୍ଶୀବାଦ ରହିଲେ, ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ସେବା କରି ଚାଲିବ । ମା’ ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ । ପୁରୀରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଏହି ବକ୍ତବ୍ୟ ଅନେକ କିଛି ସୂଚାଉଛି ।

ସିଧାସଳଖ କହିବାକୁ ଗଲେ ନବୀନ ଏଥର ମିଶନ ଶକ୍ତି ଭୋଟ୍ ଆଡ଼କୁ ଇଙ୍ଗିତ କରିଛନ୍ତି । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ନଜର ଏବେ ମିଶନ ଶକ୍ତି ଭୋଟ୍ ଉପରେ । ମହିଳାମାନଙ୍କ ଭୋଟରେ ଏଥର ସରକାର ଗଢାହେବ । ଆଉ ସରକାରର ଦାୟିତ୍ୱ ନେବେ ଜଣେ ମହିଳା ।

ଅଧିକ ପଢ଼ନ୍ତୁ : ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ରକ; ୭ ଛାତ୍ର ମୃତ, ୪ ଗୁରୁତର

ଯଦି ପୂର୍ବ ଚର୍ଚ୍ଚାକୁ ଆମେ ଦେଖିବା ତାହେଲେ, ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛନ୍ତି ସୁଜାତା ରାଉତ । ନବୀନଙ୍କ ଆହ୍ୱାନକୁ ଯଦି ସେ କାର୍ଯ୍ୟକାରୀ କରନ୍ତି, ତେବେ ୨୦୨୪ରେ ବିଜେଡି ସରକାର ହେଲେ ସୁଜାତା ରାଉତ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଜୋର ବୋଲି ନବୀନଙ୍କ କଥାରୁ ଜଣାପଡ଼ୁଛି ।

ମିଶନ ଶକ୍ତି ଭୋଟ୍ କୁ ଆୟୁଧ କରି ଓଡ଼ିଶାରେ ପୁଣି ବିଜେଡି ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କଲାଣି । ଯଦି ଆମେ ଧାମନଗର ଉପନିର୍ବାଚନକୁ ଦେଖିବା, ତେବେ ମିଶନ ଶକ୍ତି ଭୋଟ୍ ବିଜେଡିର ମୁଖ୍ୟ ଅସ୍ତ୍ର ବୋଲି ଆଭାସ ମିଳି ସାରିଥିଲା । ମିଶନ ଶକ୍ତିରୁ ଜଣେ ମହିଳାଙ୍କୁ ସେଠାରେ ବିଜେଡି ପ୍ରାର୍ଥୀ କଲା । ଅବଶ୍ୟ ସେଠାରେ ବିଜେଡି ଜିତିନଥିଲା । ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପଦ୍ମପୁରରେ ବିଜେଡିର ଏହି ରଣନୀତି ସଫଳ ହୋଇଥିଲା ।

ଏହାକୁ ନେଇ ଏବେ ବେଶ୍ ଉତ୍ସାହୀ ବିଜେଡି । ତେଣୁ ଆଗାମୀ ବିଜେଡି ସରକାରରେ ଜଣେ ମହିଳା ନେତୃତ୍ୱ ନେବେ ବୋଲି କୁହାଯାଉଛି । ଆଉ ଏହି ରେସରେ ପ୍ରଥମେ ମିଶନ ଶକ୍ତି ସଚିବ ସୁଜାତା ରାଉତ୍ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ବଳିଷ୍ଠ କରୁଛି ନବୀନଙ୍କ ବକ୍ତବ୍ୟ । ମିଶନ ଶକ୍ତି ମହିଳାମାନେ ଚାହିଁଲେ ଭୋଟ୍ ଦେବେ । ତେଣୁ ମିଶନ ଶକ୍ତିରେ ବର୍ତ୍ତମାନ ଯିଏ ଦାୟିତ୍ୱରେ ଅଛନ୍ତି, ସେ ସରକାର ଚଳାଇବେ ।

ଅଧିକ ପଢ଼ନ୍ତୁ : ଆମ୍ବୁଲାନ୍ସ ମିଳିଲାନି ବୋଲି ସ୍ୱାମୀ କାନ୍ଧରେ ୩୩ କିମି ବୋହିଲେ ପତ୍ନୀଙ୍କ ଶବ, ଛାତି ଥରା ଦୃଶ୍ୟ...

ଇଏ ଭଲ ସଂଯୋଗ ନବୀନ କରିବାକୁ ଯାଉଛନ୍ତି । ଭଲ କଥା । ମା’ ମାନଙ୍କ ଦ୍ୱାରା କ୍ଷମତାକୁ ଆସିବା ଆଉ ଜଣେ ମହିଳାଙ୍କୁ କ୍ଷମତା ଦେବା, ଏହା ଏକ ବହୁତ ବଡ଼ ସକରାତ୍ମକ କଥା । ଯେଉଁ ମିଶନ ଶକ୍ତିକୁ ନବୀନ ସରକାର ଋଣ ଦେଇ ବେଶ୍ ସୁଦୃଢ କରିଛନ୍ତି, ଏବେ ସେମାନେ ବିଜେଡିକୁ ଭୋଟ୍ ଦେଇ ଉପକାର ସୁଝିବେ ।

ଦେଖନ୍ତୁ ଭିଡ଼ିଓ:

ଆଉ ବିଜେଡିର ଯାହା ରହିଛି ମାଷ୍ଟର ପ୍ଲାନ୍ ଯେ, କୋଟିଏ ୨୦ ଲକ୍ଷ ମହିଳା ସଦସ୍ୟ ସେ ସଂଗ୍ରହ କରିବେ, ଆଉ ସେହି ସଦସ୍ୟଙ୍କ ଭୋଟ୍ ପାଇଲେ ବିଜେଡି ପୁଣିଥରେ ସରକାର କରିବ ବିଜେଡି । ଏମିତି ଏକ ବଡ଼ ରଣନୀତି କରାଯାଉଛି । ତେବେ ଦେଖାଯାଉ ବିଜେଡିର ଏହି ମିଶନ ଶକ୍ତି ଅସ୍ତ୍ର କେତେ କାମ ଦେଉଛି । ତାହା ସମୟ କହିବ ।

Share this story