ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ରକ; ୭ ଛାତ୍ର ମୃତ, ୪ ଗୁରୁତର

truck hit auto loaded with school children seven lost their lives

ଓଡ଼ିଆ ଗସିପ ବ୍ୟୁରୋ: ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ କୁନି କୁନି ଛାତ୍ର, ମାତ୍ର ଅଧା ବାଟରେ ଜଗିଥିଲା ଯମ । ସ୍କୁଲ ଛୁଟି ହେବା ପରେ ଖୁସିମନରେ ଅଟୋରେ ଘରକୁ ଫେରୁଥିବା ବେଳେ ମଝି ରାସ୍ତରେ ଅଟୋ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୭ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି ଏଭଳି ହୃଦୟ ବିଦାରକ ସଡକ ଦୁର୍ଘଟଣା ।

ସୂଚନା ଅନୁସାରେ, ସ୍କୁଲ ଛୁଟି ପରେ ଏହି ସମସ୍ତ ପିଲାମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ସମୟରେ ଚିଲହାଟୀ ଛକ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଅଟୋଟି କିଛି ଦୂରକୁ ଛିଟିକି ପଡିଥିଲା, ଯେଉଁ କାରଣରୁ ୫ ଜଣ ଶିଶୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

ଅଧିକ ପଢ଼ନ୍ତୁ : ଆମ୍ବୁଲାନ୍ସ ମିଳିଲାନି ବୋଲି ସ୍ୱାମୀ କାନ୍ଧରେ ୩୩ କିମି ବୋହିଲେ ପତ୍ନୀଙ୍କ ଶବ, ଛାତି ଥରା ଦୃଶ୍ୟ...

ଏଥି ସହିତ ଦୁର୍ଘଟଣାରେ ଆହତ ୪ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ୨ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆହତ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଉଭୟ ଆହତ ଶିଶୁଙ୍କୁ ଭଲ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି । ସେମାନେ ସମସ୍ତେ ପ୍ରାଥମିକ କ୍ଲାସରେ ପଢୁଥିବା କଥା ସୂଚନା ମିଳିଛି ।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତ ଛାତ୍ରମାନଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇବା ସହ ମାମଲାର ଯାଂଚ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Share this story

World Odia Language Conferene