ଆମ୍ବୁଲାନ୍ସ ମିଳିଲାନି ବୋଲି ସ୍ୱାମୀ କାନ୍ଧରେ ୩୩ କିମି ବୋହିଲେ ପତ୍ନୀଙ୍କ ଶବ, ଛାତି ଥରା ଦୃଶ୍ୟ...

man carry dead body of her wife on shoulder for 33 kms

ଓଡ଼ିଆ ଗସିପ ବ୍ୟୁରୋ: ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତି । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଚାଲିଲେ ସ୍ୱାମୀ । ଗୋଟିଏ କି ଦୁଇ କିଲୋମିଟର ନୁହେଁ ୩୩ କିଲୋମିଟର ଚାଲିଲେ । ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଜଣେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ ।

ପାଖାପାଖି ୩୩ କିଲୋମିଟର ପତ୍ନୀଙ୍କ ମୃତଦେହ ଧରି ଚାଲିବା ପରେ ଏପରି ଏକ ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୋଲିସ ନଜରକୁ ଆସିଥିଲା । ଆଉ ଆନ୍ଧ୍ର ପୋଲିସ ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ଯାତାୟାତ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ, ନହେଲେ ଅଘଟଣ ଘଟିପାରେ...

କୋରାପୁଟ ପଟାଙ୍ଗି ଅଞ୍ଚଳର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ତଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସାଗରବାଲ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ଗାଁକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଗୁରୁ । ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥ ଖଚ୍ଚ କରିସାରିଥିବାରୁ ପାଖରେ ଟଙ୍କା ନଥିଲା । ତେଣୁ ଆମ୍ବୁଲାନ୍ସ ଯୋଗାଡ ହୋଇପାରିନଥିଲା । ଗାଡି ଭଡା କରି ଆଣିବା ପାଇଁ ମଧ୍ୟ ପାଖରେ ଟଙ୍କା ନଥିଲା ।

ଡାକ୍ତରଖାନା ପକ୍ଷରୁ ମଧ୍ୟ ଗାଡି ଦେବା ପାଇଁ ବ୍ୟବସ୍ଥା କରାଗଲା ନାହିଁ । ସହାୟତା ପାଇଁ ବିଭିନ୍ନ ସ୍ଥାନରେ ବୁଲିଥିଲେ ଗୁରୁ । ହେଲେ ସହାୟତା ପାଇଁ କେହି ଆଗେଇ ଆସିନଥିଲେ । ନିରୁପାୟ ହୋଇ କାନ୍ଧରେ ବୋହି ନେଇଥିଲେ ପତ୍ନୀଙ୍କ ମୃତଦେହ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି...

ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ବେଳେ ଅନେକ ଲୋକଙ୍କ ନଜରରେ ପଡ଼ିଥିଲା । ହେଲେ କେହି ସହାୟତାର ହାତ ବଢାଇନଥିଲେ । କିଛି ଲୋକ ସ୍ଥାନୀୟ ପୋଲିସକୁ ଖବର ଦେଖିଥିଲେ । ପୋଲିସ ପହଞ୍ଚି ତାଙ୍କୁ ପଚରାଉଚରା କରିବା ସହ ଆମ୍ବୁଲାନ୍ସରେ ମୃତଦେହ ନେବା ପାଇଁ ବ୍ୟବସ୍ଥା କରିଥିଲେ ।

୨୦୧୬ ମସିହାରେ ପତ୍ନୀଙ୍କ ମୃତଦେହ ୧୦ କିଲୋମଟର କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ କଳାହାଣ୍ଡିର ଦାନ ମାଝୀ । ଏବେ ପଟାଙ୍ଗିର ଗୁରୁ ପତ୍ନୀଙ୍କ ମୃତଦେହ ୩୩ କିଲୋମିଟର କାନ୍ଧରେ ବୋହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

Share this story

World Odia Language Conferene