ସାବଧାନ! ରାଜଧାନୀରେ ମିଳୁଛି ଡୁପ୍ଲିକେଟ୍ ମାଛ

stay alert duplicate fish sell is rampant in Bhubaneswar market

ଓଡ଼ିଆ ଗସିପ୍ ବ୍ୟୁରୋ: ପାମୋଲିନ ତେଲରୁ ଅସଲି ଭଳି ମହମହ ବାସୁଥିବା ଗୁଆଘିଅ ତିଆରି ହେଉଛି । ଘାସ ବେଲ ପତ୍ରରେ ପ୍ରସ୍ତୁତ ଗୁଣ୍ଡ ଚା’ ଅସଲି ଠାରୁ ବଳି ଯାଉଛି । ସାବୁନ, ତେଲ, ସସ୍‌, ଡାଲି, ମସଲା ଭିତରେ ଅସଲି ନକଲି ଜାଣିବା କଷ୍ଟକର ହୋଇପଡିଛି ।

ଖାଲି ଏତିକି ନୁହେଁ ପ୍ଲାଷ୍ଟିକ୍ ଅଣ୍ଡା ବି ବଜାରକୁ ଆସିଗଲାଣି । ହେଲେ ମାଛ ଭଳି ଅର୍ଗାନିକ୍ ଦ୍ରବ୍ୟ ଯେ ନକଲି ହୋଇପାରେ ତାହା ଗ୍ରାହକଙ୍କ କଳ୍ପନାର ବାହାରେ । ଏବେ ମାଛ ବଜାରରେ ଭଳି କି ଭଳି ଡୁପ୍ଳିକେଟ୍ ମାଛ ମିଳୁଛି ।

ଗ୍ରାହକଙ୍କ ଆଖିରେ ଏହି ନକଲି ମାଛ ଅସଲି ପ୍ରଜାତି ଭଳି ଦିଶୁଛି । ଭଲ ଦର ଦେଇ ଗ୍ରହକ ଏହାକୁ କଣୁଛନ୍ତି । ଗ୍ରାହକ ସପ୍ତାହକୁ ୪ବାର ବଜାରକୁ ମାଛ ଆଣିବା ପାଇଁ ଯାଆନ୍ତି । ସକାଳୁ ସକାଳୁ ମାଛ ବଜାରରେ ପହଂଚି ପ୍ରଥମେ ଦେଶୀ ମଧୁର ମାଛ ଖୋଜନ୍ତି ।

ପୋହଳା, ମାଗୁର, ମିରିକାଳୀ, ଖୁରାଣ୍ଟି, ସାରେଣା ଆଦି ମାଛ ନଜରରେ ପଡିଲା ମାତ୍ରେ ଦର ଯାହା ହେଉ ନା କାହିଁକି କିଣି ନିଅନ୍ତି । ବର୍ତ୍ତମାନ ଏହି ପ୍ରଜାତିର ମାଛ ନଦୀ ପୋଖରିରେ ମିଳିବା କଷ୍ଟକର ହୋଇଗଲାଣି । ନଦୀ ଜଳ ପ୍ରଦୂଷିତ ହେବା ଫଳରେ ଏଭଳି ମାଛ ଆଉ ଜାଲରେ ପଡୁନାହାନ୍ତି ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ବାହୁବଳିରେ ଅଭିନୟ କରିଥିବା ଦେବସେନାଙ୍କ ସାସୁଙ୍କୁ ଦେଖିଲେ ଆପଣ କଦାପି ବିଶ୍ଵାସ କରି ପାରିବେ ନାହିଁ, କ୍ଲିକ କରି ଦେଖନ୍ତୁ ଫଟୋ…

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ସଟ କୁ ୭ ହଜାର, ଫୁଲ ନାଇଟ ୩୦ ହଜାର : ଦେହ ଦଲାଲ ସୁନୀଲ ସହ ଡିଲ ବେଳର ଭିଡିଓ ଭାଇରାଲ

କାଁ ଭାଁ କିଛି ଅସଲି ମାଛ ପଡିଲେ ତାହା ବଜାର ପର୍ଯ୍ୟନ୍ତ ପହଂଚି ପାରୁନି । ଏପଟେ କିନ୍ତୁ ଚାହିଦା ପ୍ରବଳ ମାତ୍ରାରେ ବଢ଼ି ଚାଲିଛି । ଗ୍ରାହକଙ୍କ ଆଗ୍ରହକୁ ନଜର ଦେଇ ବେପାରିମାନେ ଏହି ପେଞ୍ଚ ଖଞ୍ଜିଛନ୍ତି ।

ଅସଲି ଦେଶୀ ମାଛ ଭଳି ଦେଖାଯାଉଥିବା କିଛି ପ୍ରଜାତିର ମାଛକୁ ଅସରାରେ ଖଞ୍ଜୁଛନ୍ତି । ଫରକ ବାରି ନ ପାରି ଗ୍ରାହକ ବେପାରିଙ୍କ ଜାଲରେ ଫଶି ଡୁପ୍ଲିକେଟ୍ ମାଛକୁ ଅସଲି ଦରରେ କିଣି ନେଉଛନ୍ତି ।

ତେବେ ବଜାରରେ ନକଲି ମାଛ ମଳୁଥିବା ଅଭିଯୋଗ ହେଉଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଲୋକ ଦାବି କରୁଛନ୍ତି ।

Share this story