ଶ୍ରୀମନ୍ଦିର ରହସ୍ୟ ପାର୍ଟ -୧: ରତ୍ନଭଣ୍ଡାରରୁ ଶୁଭୁଛି ଗର୍ଜନ, ଜଗିଛନ୍ତି ଲୋକନାଥ, ଖୋଲିବ କିଏ ?

ratna bhandar ru subhuchhi bikatala sabda

ଓଡ଼ିଆ ଗସିପ ବ୍ୟୁରୋ: ପ୍ରକୃତରେ କଣ ବିପଦରେ ଅଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର? ସତରେ କଣ ଶ୍ରୀଜୀଉଙ୍କ ସୁନା ରୂପା ହୀରା ନୀଳା ମୋତି ଆଉ ମାଣିକ ଖଚିତ ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ ଗଚ୍ଛିତ ଅଳଙ୍କାର ନଷ୍ଟ ହୋଇ ଯାଇଛି ? ସତରେ କଣ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ସପକ୍ଷରେ ନାହାନ୍ତି ସରକାର? ସତରେ କଣ ଭକ୍ତ ଦେଖି ପାରିବେନି ଶ୍ରୀଜୀଉଙ୍କ ସୁନା ଅଳଙ୍କାର ? କୋଟି ଓଡିଆଙ୍କ ମଉଡମଣି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଆଜି ଏହି ପ୍ରଶ୍ନ ସହ ଏହାର ଉତ୍ତର ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । 

ଅଧିକ ପଢ଼ନ୍ତୁ:ହେପି ବାର୍ଥ ଡେ ମିଷ୍ଟର କ୍ୟାପଟେନ କୁଲ; ବିଶ୍ୱବ୍ୟାପୀ ପ୍ରଶଂସକ ୪୨ତମ ଜନ୍ମ ଦିନର ଏମିତି ଦେଲେ ଶୁଭେଚ୍ଛା

ଆଉ ଏହାର ଭିତରେ ଯେଉଁ କଥା ଏବେ ସାମ୍ନାକୁ ଆସିଛି ତାହା ଖୁବ୍ ଆଲୋଡନ ସୃଷ୍ଟି କରିଛି। ଶ୍ରୀଜଗନ୍ନାଥଙ୍କ ଜଣେ ସେବକ ଦାବି କରିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଶୁଭୁଛି ବିକଟାଳ ଶବ୍ଦ। ଗର୍ଜନ ଏମିତି ହେଉଛି ଯେ, ସେବକ ମାନେ ଡରି ଯାଉଥିବା କଥା ସାମ୍ନାକୁ ଆଣିଛନ୍ତି । କୁହାଯାଉଛି ବିପଦରେ ରହିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆଉ ଏହି କାରଣରୁ ଭଣ୍ଡାର ଘରୁ ବିକଟାଳ ଶବ୍ଦ ବାହାରକୁ ଆସୁଛି। 

ଅଧିକ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତିମାନେ ଆଜି ବନ୍ଧୁମାନଙ୍କୁ ବିଶ୍ଵାସକୁ ନ ନେବା ଭଲ, ନଚେତ ସମସ୍ୟାରେ ପଡ଼ିବେ

କୁହାଯାଉଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏମିତି ଏକ ଖବର ଏବେ ସେ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ନାନା ମୁନି ନାନା ମତ ଭଳି ମତ ପର୍ଥ୍ୟକ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ:  ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

ଅନେକ କହୁଛନ୍ତି ଶ୍ରୀମନ୍ଦିର ରନ୍ତ ଭଣ୍ଡାର ଭିତରକୁ ଗଲେ ବିପଦ । କାହିଁକି ନା ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଘରୁ ଶୁଭୁଛି ବିରାଟ ଗର୍ଜନ । ଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥ ବାହାରେ ଜଗିଥିବା ବେଳେ ଭିତରେ ବି ପ୍ରଭୁ ଜଗୁଛନ୍ତି ଆଉ ଏଥିପାଇଁ ଗର୍ଜନ ବାହାରକୁ ଆସୁଛି ।

ଅଧିକ ପଢ଼ନ୍ତୁ: ଦେବଦୂତ ସୁନାପୁଅ ସିନ୍ଧାନ୍ତ; ମରଣ ମୁହଁରୁ ଫେରାଇ ଆଣିଲେ ଓକିଲଙ୍କ ଜୀବନ

 

Share this story