ରକ୍ଷା ବନ୍ଧନର ପରମ୍ପରା, ଜାଣନ୍ତୁ ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସହ ଜଡିତ ବେଶ୍ ଲୋକପ୍ରିୟ ରାଖୀ ବନ୍ଧନର କାହାଣୀ

Raksha Bandhan History Legends Behind Rakhi Purnima
ଜାଣନ୍ତୁ ରକ୍ଷା ବନ୍ଧନର ପରମ୍ପରା

ଓଡ଼ିଆ ଗସିପ୍ ବ୍ୟୁରୋ: ଆମ ଦେଶର ଧର୍ମଦର୍ଶନ,ରୀତିନୀତି, ଆଚାରବ୍ୟବହାର, ପ୍ରଥା, ପରମ୍ପରା, ସଂସ୍କୃତି ସ୍ପଷ୍ଟ ପ୍ରତିଫଳିତ। ତେବେ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ତନ୍ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା’ ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ।

ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ବଳିଙ୍କଠାରୁ ତିନିପାଦ ଭୂମି ମାଗିବା ପରେ ବଳିଙ୍କ ଅନୁରୋଧକ୍ରମେ ଶ୍ରୀବିଷ୍ଣୁ ବଳିଙ୍କ ରାଜପ୍ରାସାଦ ଦ୍ବାରରେ ରକ୍ଷକ ଭାବେ ଅବସ୍ଥାନ କଲେ। ମହାଲକ୍ଷ୍ମୀ ବାମନରୂପୀ ଶ୍ରୀବିଷ୍ଣୁଙ୍କୁ ମୁକ୍ତ କରିବା ପାଇଁ ବଳି ରାଜାଙ୍କ ପୁରକୁ ଯାଇ ବଳିଙ୍କ ହାତରେ ରାକ୍ଷୀବନ୍ଧନ କରି ସ୍ବାମୀଙ୍କୁ ଉଦ୍ଧାର କଲେ। ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ି ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ ।

ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଥିଲେ ଯେ ଯେତେବେଳେ ବି ସେ ଅସୁବିଧାରେ ପଡ଼ନ୍ତି, ସେତେବେଳେ ସେ ତାଙ୍କୁ ମନେ ପକେଇବେ।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

ଯେତେବେଳେ ଧୃତରାଷ୍ଟ୍ରଙ୍କ ଭରା ସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରାଯାଉଥିଲା ସେତେବେଳେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଏବଂ ବିଦୁର ପରି ନ୍ୟାୟିକ ବ୍ୟକ୍ତିମାନେ ମୂକ ଦର୍ଶକ ହୋଇଥିଲେ। ଏପରିକି ପାଣ୍ଡବମାନେ ବି ଦ୍ରୌପଦୀଙ୍କ ଲଜ୍ଜା ରକ୍ଷା କରିପାରି ନଥିଲେ। ଏହା ପରେ ଦ୍ରୌପଦୀ ଆଖି ବନ୍ଦ କରି ଭାଇ ଶ୍ରୀକୃଷ୍ଣଙ୍କୁ ମନେ ପକାଇଥିଲେ।

ଭଉଣୀ ଦ୍ରୋପଦୀଙ୍କ ଡାକ ଶୁଣି ଶ୍ରୀକୃଷ୍ଣ ତାଙ୍କ ଶକ୍ତି ଦ୍ୱାରା ଲଜ୍ଜା ରକ୍ଷା କରିଥିଲେ। ଶ୍ରୀକୃଷ୍ଣ ତାଙ୍କ ଶକ୍ତି ବଳରେ ଦ୍ରୌପଦୀଙ୍କ ଶାଢିକୁ ଏତେ ବଡ କରିଦେଲେ ଯେ ଦୁଶାସନ ଶାଢି ଟାଣି ଟାଣି ଥକି ଯାଇଥିଲା। ରାଜଦରବାରରେ ଶାଢିର ଗଦା ହୋଇଗଲା କିନ୍ତୁ କୃଷ୍ଣଙ୍କ ଲୀଳାରେ ଦ୍ରୌପଦୀବଙ୍କ ଶାଢି ସରି ନଥିଲା। ଏହିଭଳି ଭାବରେ ଶ୍ରୀକୃଷ୍ଣ ତାଙ୍କ ପ୍ରତିଜ୍ଞାକୁ ରକ୍ଷା କରି ଭଉଣୀ ଦ୍ରୌପଦୀଙ୍କ ଲଜ୍ଜା ରକ୍ଷା କରିଥିଲେ ଓ ତାଙ୍କୁ ସୁରକ୍ଷା କରିଥିଲେ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ପାଳନ କରାଯାଏ। ହଳମୁଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋ-ମାତାଙ୍କୁ ପୂଜା କରାଯାଏ। ସକାଳୁ ଗୋ-ମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ପରେ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏହା ସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ।

ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଭାଇ ମଧ୍ୟ ଭଉଣୀଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାଏ। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନ ପରେ ରାକ୍ଷୀ ହାତରୁ କେବେ ଖୋଲି ଦେବା ଉଚିତ, ଜ୍ୟୋତିଷାଚାର୍ଯ୍ୟ ଅନୁସାରେ ଜାଣନ୍ତୁ ସମୟ ଓ ବିଦ୍ଧି 

ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ପରମ୍ପରା ରହିଛି। ସାନଭଉଣୀ ସୁଭଦ୍ରା ‘ପାଟରାକ୍ଷୀ’ ବଡ଼ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇ ଦିଅନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ, ପାଟରା ବିଶୋଇ ସେବାୟତ ଅତି ଶ୍ରଦ୍ଧା, ଭକ୍ତିର ସହ ରାକ୍ଷୀ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ପ୍ରଦାନ କରିଥାନ୍ତି। ଏହି ଅବସରରେ ଶ୍ରୀଜୀଉମାନେ ରାକ୍ଷୀ ଗୁଆର ମାଳ ମଧ୍ୟ ପରିଧାନ କରିଥାନ୍ତି। ୫୪ଟି ଲେଖାଏଁ ଗୁଆରେ ଏହି ଗୁଆ ମାଳ ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ହୋଇଥାଏ। 

ଶ୍ରୀକ୍ଷେତ୍ରରେ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ ଝୁଲଣ ପୂର୍ଣ୍ଣିମା ଭାବେ ଜଣାଯାଏ। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପରଦିନ ପର୍ଯ୍ୟନ୍ତ ସାତଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ରାଧା କୃଷ୍ଣଙ୍କୁ ଝୁଲଣରେ ସଜ୍ଜାଯାଇ ଦୋଳି ଖେଳା ଯାଇଥାଏ।

Share this story