ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ ଇତିଶ୍ରୀ, ବିଜେପିକୁ ଲାଗିବ କି ଶକ୍ତ ଧକ୍କା ?
ଓଡ଼ିଆ ଗସିପ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ କୁ ନିଜ ଦଳକୁ ଆଣିବା ପାଇଁ ଥୋପ ପକାଇବା ଆରମ୍ଭ କରିଛନ୍ତି ବିଜେପି ଓ ଅନ୍ୟ ବିରୋଧୀ । ରାଷ୍ଟ୍ରପତିଙ୍କ ଝିଅ କୁ ନିଜ ଦଳରେ ସାମିଲ କରି ବିରାଟ ବଡ଼ ଦାୟିତ୍ୱ ଦେବାକୁ ଚାଁହୁଛନ୍ତି ସବୁ ଦଳ । ବିଜେପି ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ସ୍ବପ୍ନ ଦେଖୁଛି ।
ଇତିଶ୍ରୀ ମୁର୍ମୁଙ୍କୁ ଲୋକସଭା ପ୍ରାର୍ଥୀ କରିଦେଲେ ଓଡ଼ିଶାର ଲୋକ ଭୋଟ ଅଜାଡ଼ିଦେବେ ବୋଲି ଆଶା ରଖିଛି ବିଜେପି । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାରତ ସହ ଓଡ଼ିଶାରେ ମଧ୍ୟ ଖୁବ ଲୋକପ୍ରିୟ । ତେଣୁ ତାଙ୍କ ଲୋକପ୍ରିୟତାର ଫାଇଦା ଉଠାଇବା ପାଇଁ ତାଙ୍କ ଝିଅ କୁ ରାଜନୀତିକୁ ଆଣିବା ପାଇଁ ଚାହିଁ ବସିଛି ବିଜେପି ଦଳ ।
ମା ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିଥିଲା ବିଜେପି ଆଉ ଏବେ ତାଙ୍କ ଝିଅକୁ ଲୋକସଭା ପଠାଇ ମନ୍ତ୍ରୀ କରିବାର ଲୋଭ ଦେଖାଉଛି । ଆଉ ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛି । ହାତରୁ ଚାଲି ଯାଇଥିବା ମୟୁରଭଞ୍ଜ ଲୋକସଭା ଆସନକୁ ପୁଣିଥରେ ନିଜ ଦଖଲରେ ରଖିବା ପାଇଁ ଚାଁହୁଛି ବିଜେପି । ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅକୁ ପ୍ରାର୍ଥୀ କରି ଭୋଟ ହାତେଇବା ଲକ୍ଷରେ ରହିଛି ବିଜେପି ।
ଅଧିକ ପଢ଼ନ୍ତୁ : ଅନୁଭବ ନୁହେଁ, କେନ୍ଦ୍ରାପଡା ରୁ ବିଜେଡି ଟିକେଟ ପାଇବେ ଜୟନ୍ତ ! ଦେଖନ୍ତୁ ଏହି ଭିଡିଓ
ମୟୁରଭଞ୍ଜ ଲୋକସଭା ଆସନ ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ଆଉ ନିଜେ ରାଷ୍ଟ୍ରପତିଙ୍କ ପରିବାର ଆଦିବାସୀ ହୋଇଥିବାରୁ ଏହା ବିଜେପି ପାଇଁ ଲାଭ ଦାୟକ ହେବ ବୋଲି ଭାବୁଛି ବିଜେପି ଦଳ । ସେଥିପାଇଁ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କୁ ଟିକେଟ ଦେବାପାଇଁ ଚାଁହୁଛନ୍ତି ବିଜେପି ନେତା । ଆଉ ଯାହାକୁ ନେଇ ଏବେ ସାଧାରଣ ବର୍ଗରେ ଆଲୋଚନା ଜୋର ଧରିଛି ।
କେବଳ ବିଜେପି ନୁହେଁ, ବିଜେଡି ମଧ୍ୟ ରାଷ୍ଟ୍ରପତିଙ୍କ ନା ର ଫାଇଦା ନେବାକୁ ବସିଛି ବୋଲି ଚର୍ଚ୍ଚା ହେଉଛି । ବିଜେପି ସିନା ଦ୍ରୌପଦୀ ମୁର୍ମୁଂକୁ ରାଷ୍ଟ୍ରପତି କରିଛି କିନ୍ତୁ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ କରି ତାଙ୍କୁ ରାଷ୍ଟ୍ରପତି ହେବ ପାଇଁ ଭୋଟ ଦେଇଛନ୍ତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାରେ ବିଜେଡିର ବଡ଼ ହାତ ରହିଛି । ବିଜେପି ଠାରୁ ବହୁତ ଅଧିକ ମାଇଲେଜ ନେଇଛି ବିଜେଡି ।
ନବୀନ ପଟ୍ଟନାୟକ ସବୁବେଳେ ଯୁବ ଏବଂ ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ଇତିଶ୍ରୀ ମୁର୍ମୁଂକୁ ଆଣି ଲୋକସଭା ପଠାଇ ପାରନ୍ତି । କାରଣ ତାଙ୍କ ପାଖରେ ଦଳର ଭବିଷ୍ୟତ ଦେଖୁଛି ବିଜେଡି । ରାଷ୍ଟ୍ରପତିଙ୍କ ଝିଅ ହିସାବରେ ଦ୍ରୌପଦୀ ମୁର୍ମୁଂକୁ ସାରା ଓଡିଶା ଜାଣିଛି ।
ଅଧିକ ପଢ଼ନ୍ତୁ : ବଲାଙ୍ଗିର ରାଜାଙ୍କ ଫୋନ୍ ଷ୍ଟାଟସରେ ବିଜେପି ନେତ୍ରୀଙ୍କ ଅଧା ନଗ୍ନ ଫଟୋ ଭାଇରାଲ
ସହଜେ ଇତିଶ୍ରୀ ମୁର୍ମୁ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତା ଯୁବତୀ । ମା'ଙ୍କ ପରି ତାଙ୍କ ପାଖରେ ମଧ୍ୟ ଲୋକମାନଙ୍କୁ ଆକର୍ଷିତ କରିବାର କଳା ରହିଛି । ନେତୃତ୍ୱ ନେବାର ଦକ୍ଷତା ମଧ୍ୟ ରହିଛି । ତେଣୁ ଉଭୟ ବିଜେପି ଏବଂ ବିଜେଡି ଏବେ ତାଙ୍କୁ ନିଜ ଦଳକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିସାରିଲେଣି । ଯାହାକୁ ନେଇ ରାଜନୈତକ ମହଲରେ ଆଲୋଚନା ହେଉଛି ।
ମୟୁରଭଞ୍ଜ ଆସନକୁ ନିଜର କରିବାକୁ ଅଂଟା ଭିଡିଛି ରାଜ୍ୟରେ ବିଜେପି । ସେଥିପାଇଁ ରାଷ୍ଟ୍ରପତିଙ୍କ ଝିଅକୁ ପ୍ରାର୍ଥୀ କରିବା ପାଇଁ ଚାଁହୁଛି । ଝିଅ ଇତିଶ୍ରୀ ମଧ୍ୟ ଏଥିପାଇଁ ରାଜି ଅଛନ୍ତି ବୋଲି ଅନ୍ଦର ମହଲରେ ଆଲୋଚନା ହେଉଛି । ତେବେ ଇତିଶ୍ରୀ ମୁର୍ମୁ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।