୨୦୧୫ ମସିହାରୁ ପୋଲସରା ବିଧାୟକ ଆଉ ମୋ ଭିତରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ: ଏବେ ଆଉ ସେ ସମ୍ବନ୍ଧ ନାହିଁ

mo swami bhalia thile ex srama mantri srikant sahu

 

ଓଡ଼ିଆ ଗସିପ୍ ବ୍ୟୁରୋ: ମନ୍ତ୍ରୀ ପଦ ଗଲା ପରେ ବି ବିବାଦରେ ରହିଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ସଂଯୁକ୍ତ ମହଲ ନାମକ ବିଜେଡି ନେତ୍ରୀ ପୁଣି ଥରେ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତଥା ପୋଲସରା ବିଧାୟକ 'ମୋ ସହ ସ୍ୱାମୀ ଭଳି ସେ ୨୦୧୫ରୁ ରହି ଆସୁଛନ୍ତି । ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭଳି ଆମ ଦୁହିଁଙ୍କ ସମ୍ପର୍କ । ସେ ମୋ ପାଖକୁ ଆସନ୍ତି। ମୁଁ ମଧ୍ୟ ତାଙ୍କ ଏରିଆକୁ ଯାଏ' । ଏଭଳି କିଛି ବିସ୍ଫୋରକ ବୟାନ ପରେ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଶ୍ରୀକାନ୍ତ ସାହୁଙ୍କ 'ଶଙ୍ଖ ମୋର ଗର୍ବ' ସ୍ଲୋଗାନ ।

 

ଅଧିକ ପଢ଼ନ୍ତୁ: ଚଉଠି ରାତରେ ସ୍ୱାମୀକୁ ଭକୁଆ ବନେଇ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ

ଗତ ଏପ୍ରିଲ ୧୩ତାରିଖରେ ସଂଯୁକ୍ତା ମହଲ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମନ୍ତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ପାଇଁ ଜିଦ୍ ଧରିବା ପରେ ପୁଲିସ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସରକାରଙ୍କ ଚାପ ଅବା ଅନ୍ୟ କିଛି କାରଣରୁ ସଂଯୁକ୍ତାଙ୍କ ଏଫଆଇଆର ରୁଜୁ ହୋଇପାରିନଥିବା ଜଣାପଡ଼ିଥିଲା । 

 

ସଂଯୁକ୍ତା ଖୋଲାଖୋଲି ଭାବେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କ ନାଁ ଉଲ୍ଲେଖ କରିଥିଲେ । ଏହାର ପ୍ରାୟ ୧୦ଦିନ ପରେ ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟନ ଅବସରରେ ସଂଯୁକ୍ତାଙ୍କୁ କାନ୍ଦି କାନ୍ଦି ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ସେ ନ୍ୟାୟ ଅପେକ୍ଷାରେ ଥିବା ନେଇ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ମାତ୍ର ଶ୍ରୀକାନ୍ତ ସାହୁ ଏହି ଅଭିଯୋଗ ଘଟଣାରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ନଦେଇ ପଳାଇଥିଲେ ।

 

ଅଧିକ ପଢ଼ନ୍ତୁ: ସିଗନାଲିଂ ତ୍ରୁଟିରୁ ହୋଇଛି ବାହାନଗା ଟ୍ରାଜେଡି; ଆସିଲା ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟ

Share this story