ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ, କିଣି ଆଣନ୍ତୁ ଘରକୁ ଏହି ୫ଟି ଜିନିଷ, ଦେଖିବେ ଘରେ ଲକ୍ଷ୍ମୀ ପ୍ରବେଶ କରିବେ ଓ ଧନର ଅଭାବ ରହିବ ନାହିଁ...

If you cannot buy gold ornaments on Akshaya Tritiya then buy these 5 things to get wealthy

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅକ୍ଷୟ ତୃତୀୟା । ଏହି ଦିନ ଲୋକେ ସାଧାରଣତଃ ସୁନା ଗହଣା କିଣିବାକୁ ପସନ୍ଦ କରିଥାନ୍ତି । ଏହି ଦିନ ସୁନା କିଣିଲେ ଘର ଉପରେ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ପଡିଥାଏ ବୋଲି ବିଶ୍ୱାସ କରାଯାଏ । ତେବେ, ଯଦି ଆପଣ ଏହି ସମୟରେ ସୁନା କିଣିବା ପାଇଁ ସମର୍ଥ ନୁହଁନ୍ତି ତେବେ ମନ ଦୁଃଖ କରନ୍ତୁ ନାହିଁ । କାରଣ ସୁନା ବ୍ୟତୀତ ଆପଣ ଏହିଦିନ ଆଉ କିଛି ଜିନିଷ ମଧ୍ୟ କିଣିପାରିବେ ।

୧. ଦକ୍ଷିଣାବର୍ତ୍ତୀ ଶଙ୍ଖରେ ମାତା ଲକ୍ଷ୍ମୀ ବାସ କରନ୍ତି । ସମୁଦ୍ର ମନ୍ଥନ ସମୟରେ ଏହାର ଉତ୍ପତ୍ତି ହୋଇଥିବା ବିଶ୍ୱାସ କରାଯାଏ । ତେଣୁ, ଅକ୍ଷୟ ତୃତୀୟା ଦିନ ଆପଣ ଏହି ଶଙ୍ଖକୁ ଘରକୁ ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ ।

sankh

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟାରେ ସୁନା ରୂପା କିଣିବା ପାଇଁ ରାଶି ଅନୁଯାଇ କିଣନ୍ତୁ ଏହି ସବୁ ଜିନିଷ, ବଦଳିଯିବ ଅପଣଙ୍କ ଭାଗ୍ୟ

୨. ଏହା ବ୍ୟତୀତ ଆପଣ ଚାହିଁଲେ ଘରକୁ ୧୧ କଉଡି କିଣି ଆଣି ପାରିବେ । ଏହା ଆଣି ପୂଜା କରିବା ଦ୍ୱାରା ଘରେ ଧନର ବର୍ଷା ହେବା ସହିତ ସୁଖ ସମୃଦ୍ଧି ବଢିଥାଏ ।

Kaudi

୩. ଏକ ଆଖି ଥିବା ନଡ଼ିଆକୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ଧରାଯାଏ । ଯେଉଁଘରେ ଏହା ଥାଏ ସେଠାରେ ଧନ ସମ୍ପତ୍ତିର କୌଣସି ଅଭାବ ରହିନଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ, ଅକ୍ଷୟ ତୃତୀୟା ଦିନ ଆପଣ ଏହି ନଡ଼ିଆକୁ ଘରକୁ ଆଣି ପାରିବେ ।

Coconut

ଆହୁରି ପଢ଼ନ୍ତୁ: ମିଳିଲାନି ମହାପ୍ରୟାଣ ଗାଡ଼ି, ଶବକୁ ଷ୍ଟ୍ରେଚରରେ ୮ କିଲୋମିଟର ବୋହିଲେ ପରିବାର ଲୋକେ

୪. ଅକ୍ଷୟ ତୃତୀୟା ଦିନ କ୍ରିଷ୍ଟଲ ବା ସ୍ଫଟିକ୍ କଇଁଛ ଆଣି ଏହାକୁ ପାଣି ପାତ୍ରରେ ରଖିବା ଦ୍ୱାରା ସେହି ଘର ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡିଥାଏ ।

Kaincha

୫. ଅକ୍ଷୟ ତୃତୀୟା ଦିନ ଆପଣ ନିଜ ଘରକୁ ପାରଦ ଶିବଲିଙ୍ଗ ଆଣି ପାରିବେ । କିନ୍ତୁ, ଏହାକୁ ବିଧି ଅନୁଯାଇ ହିଁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ଶିବ ଏବଂ କୁବେରଙ୍କ କୃପାଦୃଷ୍ଟି ପଡ଼ିବ ।

Shiv Linga

 

Share this story