ବକରା ବନିବେ ଧର୍ମେନ୍ଦ୍ର, ବିଜେପି ଜିତିଲେ ମୁଖ୍ୟମନ୍ତ୍ରୀ ବନିବେ ଅପରାଜିତା, ଦେଖନ୍ତୁ ଏହି ଭିଡିଓ...

Direction came as Aparajita likely to become CM candidate for Odisha

ଓଡ଼ିଆ ଗସିପ ବ୍ୟୁରୋ: ନିଜେ କହୁନାହାନ୍ତି କିନ୍ତୁ କୁହାଇ ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରଵକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗି ଏବେ ଏହା କହୁଛନ୍ତି  । "ମୁଁ ହେବି ଆଗାମୀ ସିଏମ "।

ଏହା ଭିତରେ ଅପରାଜିତାଙ୍କ ଉପରେ ଲଗାମ ଲଗାଇବାକୁ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ବିସ୍ତାର ପାଇଁ ନିକଟରେ ଭୁବନେଶ୍ୱରେ ହୋଇଯାଇଛି ଏକ ଉଦ୍ୟମ । ମନ୍ତ୍ରୀଙ୍କ ଖାସ ଅନୁଗତଙ୍କ ତତ୍ୱାବଧାନରେ ତଥା ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଆୟୋଜିତ ହୋଇଥିଲା ଏକ ବୈଠକ ।

ଅଧିକ ପଢ଼ନ୍ତୁ : ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

ଜିଲ୍ଲାର ବିଭିନ୍ନ ବିଧାନସଭାର ୨୦୧୯ ନିର୍ବାଚନର ପାର୍ଥୀଙ୍କୁ ସମେତ ଜିଲ୍ଲା ମଣ୍ଡଳ ତଥା ବୁଥ ପଦାଧିମାନଙ୍କୁ ନେଇ ହୋଇଥିଲା ଏହି ବୈଠକ କିନ୍ତୁ ଉପସ୍ଥିତ ନଥିଲେ ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଢଙ୍ଗି ।

ବୈଠକରେ ମୂଳ ପ୍ରସଙ୍ଗ ଥିଲା ଧମେନ୍ଦ୍ରଙ୍କ ନେତୃତ୍ୱ । ଏବଂ ୨୦୧୪ରେ ଧମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ । ସେହି ଅନୁଯାୟୀ ସବୁ କାମ ହେବ । ବୈଠକରେ ଏହା ଆଲୋଚନା ହେଲା ଏବଂ କିଛି ଗଣ ମାଧ୍ୟମରେ ମଧ୍ୟ ଏହା ପ୍ରକାଶିତ ହେଲା । "ମୁଁ ହେବି ମୁଖ୍ୟମନ୍ତ୍ରୀ" ବୋଲି ମନ୍ତ୍ରୀ ନିଜେ କହୁନଥିଲେ ମଧ୍ୟ ମନ୍ତ୍ରୀଙ୍କ ଖାସ ଅନୁଗତଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରୁ ମନ୍ତ୍ରୀ ନିଜକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେଟ କରୁଥିବା ସ୍ପଷ୍ଟ ହୋଇଛି ।

ଅଧିକ ପଢ଼ନ୍ତୁ : ଟିମ ଇଣ୍ଡିଆ କୁ ଆଇସିସିର ‘ଲଲିପପ୍‌’, ସକାଳେ ଟେଷ୍ଟରେ ଭାରତ ନଂ- ୧, ସନ୍ଧ୍ୟାରେ ଅଷ୍ଟ୍ରେଲିଆ ନଂ- ୧

ଏହା ପରେ ପାଳି ଅପରାଜିତା ଷଢଙ୍ଗୀଙ୍କର ଥିଲା ସେ ମଧ୍ୟ ନିଜେ କିଛି ନକହି ପରୋକ୍ଷରେ ଅନେକ କିଛି କୁହାଇଦେଲେ । ଏଣେ ଅପରାଜିତା ଷଡ଼ଙ୍ଗୀ ନିର୍ଵାଚନ ପ୍ରଚାର କାର୍ଯ୍ୟରେ ଗୁଜୁରାଟ ଯାଇଥିବା ବେଳେ ଅପରାଜିତାଙ୍କ ଜଣେ ଖାସ ଅନୁଗତ ସୋସିଆଲ ମିଡ଼ିଆ ପ୍ଲାଟଫରମରେ ମାରିଛନ୍ତି ଏକ ତେରେଛା ବାଣ ।

ଦେଖନ୍ତୁ ଭିଡ଼ିଓ:

ଏହା ସ୍ପଷ୍ଟ ଭାବରେ ସେଦିନର ଭୁବନେଶ୍ୱରରେ ଆୟୋଜିତ ବୈଠକ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିବା ଉପରେ ଉପସ୍ଥାପନା କରାଯିବାର ଜବାବ ବୋଲି ଅନୁଭବ ହୋଇପାରୁଛି । ଶାସକ ବିଜେଡି ବିରୁଦ୍ଧରେ ଲଢ଼ିବେ କଣ ଏମାନେ ନିଜ ନିଜ ଭିତରେ ଲଢ଼ୁଛନ୍ତି । ଦଳ ବ୍ୟକ୍ତି କେନ୍ଦ୍ରୀୟ ହୋଇ ଚାଲିଛି । ୨୦୨୪ରେ ଦଳ କିପରି ଭଲ ପ୍ରଦର୍ଶନ କରିବ କିମ୍ବା କ୍ଷମତାକୁ ଆସିବ ଚିନ୍ତା ନକରି ଏମାନଙ୍କୁ ମୁଖ୍ୟମନ୍ତ୍ରୀ ଚିନ୍ତା ଘାରିଛି ।

Share this story

World Odia Language Conferene