ଝିଅକୁ କୋଳରେ ବସେଇ ସହର ବୁଲେଇଲା କ୍ୟୁଟ୍ ମୁଣ୍ଡା: ପାନେ ଦେଲା ପୋଲିସ

couples romance on speeding motorcycle in mangolpuri traffic police react

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆ କାହା ପାଇଁ ଭଲ ତ କାହା ପାଇଁ ଭେଲ । କ୍ଷଣିକରେ ଭାଇରାଲ ହେବାକୁ ଚାହୁଁଥିବା ଯୁବପୀଢ଼ି ଏହାର ଭରପୁର ଉପଯୋଗ କରୁଛନ୍ତି । ବେଳେ ବେଳେ କିନ୍ତୁ ସେମାନଙ୍କ ଅଜାଣତରେ ଏମିତି କିଛି ଭିଡିଓ ଭାଇରାଲ ହୋଇଯାଇଥାଏ ଯାହା ସେମାନଙ୍କ ପାଇଁ ବିପଦ ଆଣି ଦେଇଥାଏ । ଏମିତି କିଛି ଭାଇରାଲ ଭିଡିଓ ସେମାନ ମାନ ସ୍ୱାମିଭାନ ପ୍ରତିଷ୍ଠା ଓ ପ୍ରତିପତ୍ତି ଉପରେ ପ୍ରଶ୍ନବାଚି ସୃଷ୍ଟି କରିଥାଏ । ସମାଜର ଶୃଙ୍ଖଳାକୁ ଭାଙ୍ଗି ସେମାନେ ସମାଜ ପାଇଁ ସୃଷ୍ଟି କରନ୍ତି ଖରାପ ଉଦାହରଣ । ଆଉ ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲା ପରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ । 

ଅଧିକ ପଢ଼ନ୍ତୁ: ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା, ଏହି ବଡ କଲେଜରୁ ଡିଗ୍ରୀ ହାସଲ କରିଥିବା କହି ଫସିଲେ ନକଲି ଡାକ୍ତର

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @Buntea ନାମକ ଏକ ID ଦ୍ୱାରା ସେୟାର କରାଯାଇଛି, ଯାହା ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ଶହ ଶହ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି ଓ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦିଆଯାଇଛି । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଦିଲ୍ଲୀ ପୋଲିସ ନିର୍ଦ୍ଦେଶ ଦେଇଛି ।

ଅଧିକ ପଢ଼ନ୍ତୁ: ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା 

 

Share this story