ଅମରତ୍ୱ ସନ୍ଧାନରେ କଳିଯୁଗର ମଣିଷ: ନର ଯଦି ନ ମରିବ କଣ ହେବ ?
 

amara heiiba manisha

ଓଡ଼ିଆ ଗସିପ୍ ବ୍ୟୁରୋ: ସତକଥା ତ! ମଣିଷ ଯଦି ନ ମରିବ ତେବେ କଣ ହେବ ? ମଣିଷ ରହିବ କେଉଁଠି , ଖାଇବ କଣ , ପିନ୍ଧିବ କଣ ଆଉ ଦେହ  ପା ଖରାପ ହେଲେ ମେଡିକାଲରେ ଆଡମିଟ୍ ହେବ କେମିତି । ଆଜି ଏହି ପ୍ରଶ୍ନ ଏଇଥି ପାଇଁ ଉଠୁଛି କାହିଁକି ନା ମଣିଷ ଏବେ ଅମରତ୍ୱ ସନ୍ଧାନ ଆଡକୁ ଗୋଟିଏ ପରେ ଗୋଟିଏ ପାଦ ବଢ଼ାଉଛି । କେମିତି ? ଆଜି ଏ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା….
ଅଧିକ ପଢ଼ନ୍ତୁ: ସସ୍ମିତାଙ୍କ ସଂସାର ଭାଙ୍ଗିଦେଲା କ୍ୟାନ୍ସର, ପାଞ୍ଚ ମାସରେ ପରେ ଆଖି ବୁଜିଲେ ପରିବାରର ୩ ସଦସ୍ୟ, ଆଉ ତା'ପରେ...

ଦୁନିଆରେ କିଛି ଲୋକ ଭବିଷ୍ୟବାଣୀ କରିଦେଉଥିବା ନେଇ କୁହାଯାଏ । ଗ୍ରହ ନକ୍ଷତ୍ରର ଗତିବିଧି ଓ ମଣିଷକୁ ଦେଖି ତାର ଆଗାମୀ ଜୀବନ ବିଷୟରେ କହିଥାନ୍ତି । କିନ୍ତୁ ଅନେକ ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥାନ୍ତି । ତେବେ ଜଣେ ବ୍ୟକ୍ତି ଏଭଳି ଏକ ଦାବି କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଣିଷ ସମାଜର ଭବିଷ୍ୟତକୁ ନେଇ ସେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ଶୁଣାଇଛନ୍ତି ।
ଅଧିକ ପଢ଼ନ୍ତୁ: ବିଶ୍ୱ ଧନୀ ତାଲିକାରେ ଆଦାନୀକୁ ପଛରେ ପକାଇ ଦେବେ ଏହି ଓଡିଆ ପୁଅ, ଜାଣନ୍ତୁ ତାଙ୍କର ସମ୍ପତ୍ତି ମୂଲ୍ୟ ବିଷୟରେ...

ବ୍ୟକ୍ତିଙ୍କ କହିବା ଅନୁସାରେ, ସେ ଆଗାମୀ ୬୪୭ ବର୍ଷ ପରର ବିଶ୍ୱକୁ ଦେଖିଛନ୍ତି । ଏହାସହ ଆଗାମୀ ୬ ମାସ ମଧ୍ୟରେ ମଣିଷ ସମାଜକୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଇନୋ ଏଲାରିକ ନାମକ ଏହି ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହିଛନ୍ତି ଯେ, ଆଗାମୀ ୨୦୨୪ ମସିହା ଜାନୁୟାରୀ ୧୩ ତାରିଖରେ ବୈଜ୍ଞାନିକମାନେ ଅମର ହେବାର ଏକ କ୍ଲିଷ୍ଟର ପାଇବେ । ଯିଏ ଏହାକୁ ଛୁଇଁବ ସେ ଅମର ହୋଇଯିବ ବୋଲି କହିଛନ୍ତି ଇନୋ ଏଲାରିକ । ଏହା ସହିତ ଏଲାରିକ କ୍ଲିଷ୍ଟରର ଫଟୋ ମଧ୍ୟ ଏହି ଭିଡିଓରେ ସେୟାର କରିଛନ୍ତି । ଏହି ଖୁସି ଖବର ପରେ ଏକ ବଡ଼ ଭୟାନକ ଘଟଣା ନେଇ ପୂର୍ବାଭାଷ କରିଛନ୍ତି ଇଦୋ । ସେ କହିଛନ୍ତି ଯେ ଆସନ୍ତା ୨୦୨୪ ଏପ୍ରିଲ ୨ତାରିଖରେ ୯.୮ ତୀବ୍ରତାର ଏକ ଭୟଙ୍କର ଭୂକମ୍ପ ହେବ । ଏହାସହ ୭୫୦ ଫୁଟର ଏକ ସୁନାମି ମଧ୍ୟ ଆସିବ, ଯାହା କାର୍ଲିଫର୍ଣ୍ଣିଆର ଉପକୁଳ ଅଞ୍ଚଳ ପ୍ରତି ବିରାଟ ବିପଦ ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

କେବଳ ଏତିକି ନୁହେଁ ବୈଜ୍ଞାନିକମାନେ ୨୦୨୪ ମେ’ ୨୨ରେ ଏକ ତରଳ ପଦାର୍ଥ ତିଆରି କରିବେ । ତେବେ ଏହି ପଦାର୍ଥରେ ଯାହାର ଛାଇ ପଡିବ ସେ ଛାଇ ଜୀବନ୍ତ ହୋଇଯିବ । ଏହାସହ ବୈଜ୍ଞାନିକମାନେ ଏହି ତରଳ ପଦାର୍ଥର ଏକ ହ୍ରଦ ମଧ୍ୟ ତିଆରି କରିବେ । ଯେଉଁଥିରେ ଏନେଇ ଅଧିକ ପରୀକ୍ଷା କରାଯାଇ ପାରିବ । ତେବେ ଏହି ହ୍ରଦର ନାମ ‘ଦି ଗ୍ରେଟ ମିରର୍’ ରହିବା ନେଇ ଇନୋ ଏଲାରିକା କହିଛନ୍ତି । ତେବେ ଏହି କଥା ବା ଭବିଷ୍ୟବାଣୀ କେତେ ସତ କେତେ ମିଛ, ତାହାକୁ ନେଇ ସନ୍ଦେହରେ ଥିବା ବେଳେ ଆଗକୁ ଏହାର ସତ୍ୟତା ପ୍ରତିପାଦନ ହେବ ବୋଲି କୁହାଯାଉଛି ।

 

Share this story